Home ଓଡ଼ିଶା ରଣପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର- କହିଲେ କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ବିଜେପି ସରକାର...

ରଣପୁରରେ ନବୀନଙ୍କ ନିର୍ବାଚନ ପ୍ରଚାର- କହିଲେ କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରୁଛି

2046

ରଣପୁର ୧୯-୪ (ଓଡ଼ିଆ ପୁଅ) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରଣପୁରରେ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। ନୟାଗଡ଼ର ରଣପୁର ସଭାରେ କାଳିଆ, ମିଶନ ଶକ୍ତି ଓ କେନ୍ଦ୍ର ଅବହେଳା କଥା ଦୋହରାଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଭାଷଣରେ କହିଛନ୍ତି ୪୦ ଲକ୍ଷ ଓଡ଼ିଆ କାଳିଆ ଯୋଜନାରେ ସହାୟତା ପାଇଛନ୍ତି। କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବନ୍ଦ କରିବାକୁ ଦେବିନାହିଁ। ସରକାର ଆସିବା ପରେ ପ୍ରଥମେ ଦିନରେ ସମସ୍ତଙ୍କୁ ଦୁଇଟି କିସ୍ତିର ଦଶ ହଜାର ଟଙ୍କା ମିଳିବ।

ସେହିପରି ନବୀନ କହିଛନ୍ତିଯେ, ବିଜେଡି ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି, ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ବୀମା ମିଳିବ, ମିଶନ ଶକ୍ତି ମହିଳାଙ୍କୁ ୫ ହଜାର କୋଟିର କାମ ମିଳିବ।

ଏହା ବ୍ୟତୀତ ନବୀନ କହିଛନ୍ତିଯେ, କେବଳ ନିର୍ବାଚନ ବେଳେ ଭୋଟ ମାଗିବାକୁ ଆସୁଛନ୍ତି ଏହି ନେତାମାନେ। ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର, ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣମାନଙ୍କ ସେବା କରି ଚାଲିବି। ଫାଇଲିନ, ହୁଡ୍‌ହୁଡ୍‌ ବେଳେ ବିଜେପି ନେତା ଆସିଲେନି, କେନ୍ଦ୍ର ନେତାମାନେ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି।

ଏତଦ୍ ବ୍ୟତୀତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ବିଜେଡ଼ି ସୁପ୍ରିମୋ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.