ଓଡ଼ିଶା

ପ୍ରଧାନମନ୍ତ୍ରୀ ଆଜି ଚମ୍ପାରଣରେ ସ୍ୱେଚ୍ଛାଗ୍ରହୀମାନଙ୍କୁ କରିବେ ସମ୍ବୋଧନ

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ) ବିହାର ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ ସମାରୋହ ଆଜି ଉଦ୍ୟାପିତ ହେଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାରା ରାଷ୍ଟ୍ର ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।

ଏହି ଅବସରରେ ବିହାରର ମୋତିହାରୀଠାରେ ସ୍ୱଚ୍ଛତା ଅଭିଯାନର ରାଷ୍ଟ୍ରଦୂତ ବା ସ୍ୱେଚ୍ଛାଗ୍ରହୀ ଭାବେ ପରିଚିତ ୨୦ ହଜାର କର୍ମୀ ଅଂଶଗ୍ରହଣ କରୁଛନ୍ତି ଯାହାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଏହି ସ୍ୱେଚ୍ଛାଗ୍ରହୀମାନେ ସ୍ୱଚ୍ଛତା ଅଭିଯାନର ପଦାତିକ ବାହିନୀ ରୂପେ ପରିଚିତ। ଗୋଷ୍ଠି ଭିତିକ ପରିମଳ କାର୍ଯ୍ୟକ୍ରମ ଆଭିମୁଖ୍ୟକୁ ଫଳପ୍ରଦ ଢଙ୍ଗରେ ଗ୍ରାମ୍ୟ ସ୍ତରରୁ କାର୍ଯ୍ୟକାରୀ କରିବା ଲାଗି ଏହି ସ୍ୱେଚ୍ଛାସେବୀମାନେ ଗ୍ରାମବାସୀମାନଙ୍କୁ ପ୍ରବର୍ତାଉଛନ୍ତି। ଗାଁ ଗହଳରେ ସ୍ୱଚ୍ଛତା ରକ୍ଷା ସହ ଏହିସବୁ ଅଂଚଳକୁ ଖୋଲା ମଳମୁକ୍ତ କରିବା ଦିଗରେ ସ୍ୱେଚ୍ଛାଗ୍ରହୀମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି।

ଜାତିର ଜନକ ମହାତ୍ମା ଗାନ୍ଧୀ, ଚାଷୀମାନଙ୍କ ଅଧିକାରର ସୁରକ୍ଷା ଲାଗି ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଚଣ୍ଡ ସ୍ୱର ଉତୋଳନ ସ୍ୱରୂପ ୧୦ ଏପ୍ରିଲ ୧୯୧୭ ରେ ଚମ୍ପାରଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଇଂରେଜମାନେ ସେତେବେଳେ ଭାରତର ଚାଷୀମାନଙ୍କୁ ନୀଳ ଗଛ ଚାଷ କରିବା ଲାଗି ବାଧ୍ୟ କରିବାରୁ ତା ବିରୁଦ୍ଧରେ ଚମ୍ପାରଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ୨୦୧୭ ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହୋଇଥିବା ବର୍ଷବ୍ୟାପୀ ଏହି ଶତବାର୍ଷିକୀ ସମାରୋହ ଆସନ୍ତା କାଲି ଉଦ୍ୟାପିତ ହେଉଛି। ଏହି କାର୍ଯ୍ରକ୍ରମକୁ ସତ୍ୟାଗ୍ରହରୁ ସ୍ୱେଚ୍ଛାଗ୍ରହ ଅଭିଯାନ ରୂପେ ନାମିତ କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top