Home ଓଡ଼ିଶା ସାନିଆ ମିର୍ଜାଙ୍କର ପୁତ୍ର ସନ୍ତାନ ଜନ୍ମ:ନାମକରଣ ପାଇଁ ଯୋଗୀଙ୍କୁ ଆମନ୍ତ୍ରଣ!

ସାନିଆ ମିର୍ଜାଙ୍କର ପୁତ୍ର ସନ୍ତାନ ଜନ୍ମ:ନାମକରଣ ପାଇଁ ଯୋଗୀଙ୍କୁ ଆମନ୍ତ୍ରଣ!

1614

ଭୁବନେଶ୍ୱର;୩୦,ଅକ୍ଟୋବର:ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ଥାନ କ୍ରିକେଟିୟର ସୋଏବ ମଲ୍ଲିକଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।ଉଭୟ ସାନିଆ ଏବଂ ସୋଏବ ଏନେଇ ଖୁବ୍ ଖୁସି ଅଛନ୍ତି।ସେମାନେ ପୁତ୍ର ସନ୍ତାନର ନାମକରଣ କରିସାରିଛନ୍ତି ଏବଂ ସନ୍ତାନଟିର ନାମ ଇଜାନ ମିର୍ଜା ମଲ୍ଲିକ ରଖିଛନ୍ତି।

ସାନିଆ ଏବଂ ସୋଏବଙ୍କୁ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ବିଭିର୍ଣ୍ଣ ସ୍ତରରୁ ତଥା ପ୍ରଶଂସକ ମାନଙ୍କ ପକ୍ଷରୁ ଶୁଭେଛା ବାର୍ତ୍ତା ଦିଆଯାଉଛି।ତେବେ ସୋସିଆଲ ମିଡିଆରେ ଏହି ଶୁଭେଛା ବାର୍ତ୍ତା ମଧ୍ୟରେ ଏକ ମଜାଦାର ଟିପଣୀ ମଧ୍ୟ ଦେଖିବାକୁ ମିଳୁଛି।ଜଣେ ବ୍ୟକ୍ତି ଟ୍ୱିଟରରେ ଲେଖିଛି,ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ଥାନ କ୍ରିକେଟିୟର ସୋଏବ ମଲ୍ଲିକଙ୍କ ଘରକୁ ନୂଆ ଅତିଥି ଆସିଛି।ନାମକରଣ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରାଯାଇଛି…ବାସ୍ତବରେ,ଏଲ୍ହାବାଦ ସହର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିବା ପରଠାରୁ ଯୋଗୀ ଆଦିତ୍ୟନାଥଙ୍କର ନାମକରଣ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଏପରି ଅନେକ ମଜାଦାର ଟିପଣୀ ଦେଖିବାକୁ ମିଳୁଛି।ଯେପରିକି ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜ ଫୋନ କରି ଯୋଗୀଙ୍କୁ କହୁଛନ୍ତି,ହାଲୋ ଜାକଲିନ ଫର୍ଣ୍ଣାଣ୍ଡିଜ ସ୍ପିକିଙ୍ଗ… ତ’ ଏପଟୁ ଉତ୍ତର ଆସୁଛି ଆଜ ସେ ତୁମ୍ହାରା ନାମ ଜାନକୀ ଦେବୀ ହୋଗା (ଆଜିଠାରୁ ତୁମର ନାମ ଜାନକୀ ଦେବୀ ହେଲା)।ସେହିପରି ଆଉ ଅନେକ ମଜାଦାର ଟିପଣୀ ମଧ୍ୟ ଦେଖିବାକୁ ମିଳୁଛି।ଓବାମା କହୁଛନ୍ତି,ହାଲୋ ଓବାମା ସ୍ପିକିଂ… ଉତ୍ତର ଆସୁଛି ଆଜିଠାରୁ ତୁମ ନାମ ସୁଦାମା ହେଲା।ମାଇକେଲ ଜ୍ୟାକସନ କହୁଛନ୍ତି,ହାଲୋ ମାଇକେଲ ଜ୍ୟାକସନ ସ୍ପିକିଂ… ଉତ୍ତର ଆସୁଛି ଆଜିଠାରୁ ତୁମ ନାମ ମାଇ କା ଲାଲ ଜୟ କିଶନ ହେଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.