ଓଡ଼ିଶା

ମୁମ୍ବାଇ: ରେଲୱେରେ ଚାକିରି ପାଇଁ ଛାତ୍ରମାନଙ୍କର ଆନ୍ଦୋଳନ, ଟ୍ରେନ ଚଳାଚଳ ପ୍ରଭାବିତ

ମୁମ୍ବାଇ ୨୦-୩ (ଓଡ଼ିଆ ପୁଅ) ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ ଏବଂ ମାଟୁଂଗା ରେଲୱେ ଷ୍ଟେଶନ ମଧ୍ୟରେ ଆନ୍ଦୋଳନ ପ୍ରଦର୍ଶନ କରୁଛନ୍ତି ଛାତ୍ରମାନେ। ରେଳଗାରଣା ଉପରେ କବ୍ଜା ଜମାଇଛନ୍ତି। ଏହି ଛାତ୍ରମାନେ ରେଲୱେରେ ଚାକିରି ଦାବି କରୁଛନ୍ତି। ରେଳ ଧାରଣା ଉପରେ ଛାତ୍ରମାନେ ବସିବାରୁ ଟ୍ରେନ ଚଳାଚଳ ଉପରେ ପ୍ରଭାବ ପଡ଼ିଛି ଏବଂ ରେଳଯାତ୍ରୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି।

କୁହାଯାଉଛିଯେ, ଶତାଧିକ ସଂଖ୍ୟାରେ ଛାତ୍ର ରେଲୱେର ସରକାରୀ ଚାକିରି ପାଇଁ ଆନ୍ଦୋଳନ କରୁଛନ୍ତି। ଛାତ୍ରମାନଙ୍କୁ ରେଳଧାରଣାରୁ ହଟାଇବା ପାଇଁ ପୁଲିସକୁ ଉକ୍ତ ସ୍ଥଳକୁ ପଠାଯାଇଛି। କୁହାଯାଇପାରେଯେ, ଅଫିସ ଟାଇମ ହେବାରୁ ଏବଂ ସିଏସଟି-ମାଟୁଙ୍ଗାର ଲାଇନ ଉପରେ ଅଧିକ ଟ୍ରାଫିକ ହେବା ଫଳରେ ଲୋକମାନଙ୍କୁ ଏହି ଆନ୍ଦୋଳନ ଦ୍ୱାରା ଅନେକ ଅସୁବିଧା ହେଉଅଛି। ଲୋକଲ ଟ୍ରେନ ବ୍ୟତୀତ ଲମ୍ବା ଦୂରକୁ ଯାତ୍ରା କରୁଥିବା ଟ୍ରେନ ମଧ୍ୟ ଆନ୍ଦୋଳନ ପ୍ରଦର୍ଶନ କାରଣରୁ ବିଳମ୍ବରେ ଚାଲୁଛି।

ଏପରି ଅବସ୍ଥାରେ ପୁଲିସ ମୌକା ଉପରେ ପହଁଚିକରି ଛାତ୍ରମାନଙ୍କୁ ଶିଘ୍ର ହିଁ ମନାଇକରି ସେଠାରୁ ହଟାଇବାକୁ ଚେଷ୍ଟା କରିବ। କୁହାଯାଇପାରେଯେ, କି ଏହି ଛାତ୍ରମାନଙ୍କର ଦାବି ହେଉଛି କି ସେମାନଙ୍କୁ ରେଲୱେରେ ସରକାରୀ ଚାକିରି ଦିଆଯାଉ।

କୁହାଯାଉଛିଯେ, ଯେ ଆପ୍ରେଣ୍ଟ୍ରାଇସ ଷ୍ଟୁଡେଣ୍ଟ ଏକାଧିକ ବର୍ଷ ପର୍ଯ୍ୟନ୍ତ କାମ କରିସାରିଛନ୍ତି। କିନ୍ତୁ ସେମାନଙ୍କୁ ଚାକିରି ମିଳିନାହିଁ । ରିପୋର୍ଟ୍ସ ମୁତାବକ, ଛାତ୍ରମାନଙ୍କୁ କଣ୍ଟ୍ରୋଲରେ ଆଣିବା ପାଇଁ ମୁମ୍ବାଇ ପୁଲିସ ଲାଠିଚାର୍ଜ କରିବାପରେ ଛାତ୍ରମାନେ ତା’ର ଜବାବ ଟ୍ରେନ ଉପରକୁ ପଥର ମାରିବା ଆରମ୍ଭ କରିଦେଇଥିଲେ।

କ’ଣ ଦାବି
ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରମାନେ ରେଲୱେରେ ଆପ୍ରେଣ୍ଟାଇସର ପରୀକ୍ଷା ଦେବାକୁ ଯାଉଛନ୍ତି। ପରୀକ୍ଷା ପାଇଁ ଫର୍ମ ଭରିବାର ଶେଷ ତାରୀଖ 31 ମାର୍ଚ୍ଚ ଅଟେ। ଏହି ଛାତ୍ର ପରୀକ୍ଷାରେ 20 ପର୍ସେଂଟ ଅପର ଲିମିଟକୁ ହଟାଇବାକୁ ଦାବି କରୁଛନ୍ତି। ଏମାନଙ୍କର ଦାବି କି ଏଥିରେ କେବଳ ସେହି ଛାତ୍ରମାନଙ୍କୁ ଭର୍ତ୍ତି କରାଯାଉ ଯେଉଁମାନେ ଟେଷ୍ଟ ପାଶ୍ କରିବେ।

(ANI photo)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top