Home ଓଡ଼ିଶା ମଧ୍ୟପ୍ରଦେଶରେ ବିଜେପିକୁ ଝଟକା:ସିଏମଙ୍କ ଶଳା କଂଗ୍ରେସରେ!

ମଧ୍ୟପ୍ରଦେଶରେ ବିଜେପିକୁ ଝଟକା:ସିଏମଙ୍କ ଶଳା କଂଗ୍ରେସରେ!

1068

ଭୋପାଳ;୦୩,ନଭେମ୍ବର:ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପିକୁ ଲାଗିଛି ଝଟକା।ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ଶଳା ସଞ୍ଜୟ ସିଂହ ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି।ବରିଷ୍ଠ ନେତା କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ସେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି।ମଧ୍ୟପ୍ରଦେଶରେ ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ସିଂହ ଚୌହାନଙ୍କ ପାଇଁ ବ୍ୟକ୍ତିଗତ ରୂପେ ଏହା ବହୁତ ବଡ଼ ଝଟକା।କଂଗ୍ରେସରେ ସାମିଲ ହେବା ପରେ ସଞ୍ଜୟ ସିଂହ କମଲନାଥଙ୍କ ଖୁବ୍ ପ୍ରଶଂସା କରିଛନ୍ତି।ସଞ୍ଜୟ କହିଛନ୍ତି ଯେ ଏଠାରେ ଏବେ ରାଜର ନୁହେଁ ନାଥଙ୍କ ଆବଶ୍ୟକତା ରହିଛି।ଏମପିରେ ଇନଭେଷ୍ଟର୍ସ ସମିଟ ହୋଇଛି ମାତ୍ର ଏହାର କୌଣସି ଫାଇଦା ଦେଖିବାକୁ ମିଳୁନାହିଁ।ରୋଜଗାର ଅଭାବରୁ ରାଜ୍ୟରେ ଯୁବକ ହାତବାନ୍ଧି ବସିଛନ୍ତି।ବିଜେପି ଦ୍ଵାରା ଜାରି ପ୍ରାର୍ଥୀ ତାଲିକାକୁ ନେଇ ମଧ୍ୟ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ସଞ୍ଜୟ ସିଏମ ଶିବରାଜଙ୍କ ପତ୍ନୀ ସାଧନା ସିଂହଙ୍କ ଭାଇ।ସଞ୍ଜୟଙ୍କୁ ଟିକେଟ୍ ନମିଳିବା କାରଣରୁ ଭେଣୋଇ ଓ ପାର୍ଟି ପ୍ରତି ଅସନ୍ତୁଷ୍ଟ ହୋଇ ସେ କଂଗ୍ରେସକୁ ଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ ମଧ୍ୟ ପ୍ରଦେଶରେ ନଭେମ୍ବର ୨୮ରେ ନିର୍ବାଚନ ହେବାକୁ ଯାଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.