ଓଡ଼ିଶା

ଟାଟା ଟ୍ରଷ୍ଟ ଏବଂ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ: ସହରାଞ୍ଚଳର ବସ୍ତିବାସିନ୍ଦାମାନଙ୍କୁ ବାସୋପଯୋଗୀ ଜମି ଅଧିକାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ମୁଖ୍ୟକଥା:
– ରାଜ୍ୟର ୧୦୯ ସହରାଞ୍ଚଳରେ ଥିବା ପ୍ରାୟ ୨୫୦୦ ବସ୍ତିର ୨.୫ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ।
– ବିଜ୍ଞାପିତ(ଏନ୍‌ଏସି) ଅଞ୍ଚଳରେ ୬୪୬ ବର୍ଗଫୁଟ୍‌, ପୌରାଞ୍ଚଳରେ ୪୮୪ ବର୍ଗ ଫୁଟ ପରିମିତ ଜମି ଦିଆଯିବ।
– ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶରେ ପ୍ରଥମ, ଐତିହାସିକ

ଭୁବନେଶ୍ୱର ୧୪-୩ (ଓଡ଼ିଆ ପୁଅ): ମଙ୍ଗଳବାରଦିନ ସନ୍ଧ୍ୟାରେ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେଥିବା ସହରାଞ୍ଚଳର ବସ୍ତିବାସିନ୍ଦାମାନଙ୍କୁ ବାସୋପଯୋଗୀ ଜମି ଅଧିକାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ୯୭ଟି ସହରାଞ୍ଚଳ ଅନ୍ତର୍ଭୁକ୍ତ ଥିବା ବେଳେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ହିନ୍ଦୋଳ, ଅତାବିରା ଏବଂ ନୂଆପଡ଼ାକୁ ବାଦ ଦିଆଯାଇଛି।

ଏହି ବୁଝାମଣାପତ୍ର ଅନୁଯାୟୀ ଓଡ଼ିଶା ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନ, ୨୦୧୭ ଅନୁଯାୟୀ ଜମି ଅଧିକାର ହସ୍ତାନ୍ତର ପ୍ରକ୍ରିୟା ନେଇ ଟାଟା ଟ୍ରଷ୍ଟ ବୈଷୟିକ ସହାୟତା ଯୋଗାଇଦେବ। ଏହା ଦ୍ୱାରା ରାଜ୍ୟର ୧୦୯ ସହରାଞ୍ଚଳରେ ଥିବା ପ୍ରାୟ ୨୫୦୦ ବସ୍ତିର ୨.୫ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ବିଜ୍ଞାପିତ(ଏନ୍‌ଏସି) ଅଞ୍ଚଳରେ ୬୪୬ ବର୍ଗଫୁଟ୍‌, ପୌରାଞ୍ଚଳରେ ୪୮୪ ବର୍ଗ ଫୁଟ ପରିମିତ ଜମି ଦିଆଯିବ। ଯେଉଁଠି ବାସୋପଯୋଗୀ ଜମି ନ ମିଳେ, ସେଠାରେ ପ୍ରତ୍ୟେକ ବାସିନ୍ଦା ସର୍ବାଧିକ ୩୨୩ ବର୍ଗ ଫୁଟ ଜମି ପାଇବେ। କେବଳ ଜମି ନୁହେଁ, ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ।

ବସ୍ତି ବାସିନ୍ଦାମାନଙ୍କୁ ଜମି ଅଧିକାର ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶରେ ପ୍ରଥମ, ଐତିହାସିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top