ଓଡ଼ିଶା

ମୋରମ ମାଫିଆଙ୍କୁ ତହସିଲ ପ୍ରଶାସନ ଙ୍କ ଅହେତୁକ ଅନୁକମ୍ପା

ମୋରୋଡ଼ ୫-୧୧ (ଓଡ଼ିଆ ପୁଅ/ ଅଭିନାଶ ମହାନ୍ତି) ମୟୂରଭଞ୍ଜ ଜିଲ୍ଲା ର ମୋରଡା ତହସିଲ ଅଞ୍ଚଳ ରେ ମୋରମଅ ମାଫିଆ ମାନେ କାୟା ଵିସ୍ତାର କରିଚାଲିଥିବା ବେଳେ ତହସିଲ ପ୍ରଶାସନ ଜାଣିଶୁଣି ଚୁପ ରହୁଥିବାର ଅଭିଯୋଗ ସାଧାରଣ ରେ ହୋଇଛି।ମୋରଡା ତହସିଲ ଅଞ୍ଚଳରେ ବ୍ୟାପକ ପରିମାଣ ର ମୋରମ ଚୋରା ଚାଲାଣ ହେଉଥିବା ବେଳେ ତହସିଲ ପ୍ରଶାସନ ମୋରମ ଚୋରା ଚାଲାଣ ରୋକିବା ଦିଗରେ ସେମିତି କିଛି ଅଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି।ଖବରରୁ ପ୍ରକାଶ ଯେ ଗତ ଶନିବାର ବିଳମ୍ବିତ ରାତିରେ ମୋରମ ବୋଝେଇ ଏକ ଡ଼ମ୍ଫର (ଓଆର.୧୬.ଡି.୨୪୭୯) କୁ ସ୍ଥାନୀୟ ଜନସାଧାରଣ ଅଟକ ରଖି ତହସିଲ ପ୍ରଶାସନ ଙ୍କୁ ଖବର ଦେଇଥିଲେ ଓ ଡ଼ମ୍ଫର ଟିକୁ ମୋରଡା ଥାନା ଜିମା ରେ ଦେଇଥିଲେ।ଆଜି ତହସିଲଦା ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ ଙ୍କ ନିର୍ଦେଶ କ୍ରମେ ମୋରଡା ଆର.ଆଇ ନିହାର ପାତ୍ର ଥାନା ରେ ପହଞ୍ଚି ଅତିରିକ୍ତ ତହସିଲଦାର ଙ୍କ ନିର୍ଦେଶ ରେ ମୋରମ ବୋଝେଇ ଉକ୍ତ ଡ଼ମ୍ଫର ଟିକୁ ୧୫ ହଜାର ୭୧୦ ଟଙ୍କା ଜୋରିମାନା କରି ଅର୍ଥ ଆଦାୟ କରିଥିବା ଜଣାପଡ଼ିଛି।ତେବେ ସୂଚନାଯୋଗ୍ୟ ଯେ ମୋରଡା ତହସିଲ ଅଧୀନରେ ପୂର୍ବରୁ ଚୋରା ମୋରମ ବୋଝେଇ ଟ୍ରାକ୍ଟର କୁ ୩ ସିଏମ ଚୋରା ମୋରମ ପାଇଁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇ ଅର୍ଥ ଆଦାୟ କରାଯାଇ ଥିବାର ନଜିର ରହିଥିଲାବେଳେ ୬ ସିଏମ ମୋରମ ବୋଝେଇ ଉକ୍ତ ଡ଼ମ୍ଫର କୁ ମାତ୍ର ୧୫ ହଜାର ୭୧୦ ଟଙ୍କା ଜୋରିମାନା କରିବା ଘଟଣା ସାଧାରଣ ରେ ତହସିଲ ପ୍ରଶାସନ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରିଛି।ତେବେ ମୋରଡା ତହସିଲ ଅଞ୍ଚଳରେ ବ୍ୟାପକ ପରିମାଣ ର ମୋରମ ନିୟମିତ ରାତିରେ ଚୋରା ଚାଲାଣ ହେଉଥିବା ବେଳେ ତହସିଲ ପ୍ରଶାସନ ସବୁ ଜାଣିଶୁଣି ଚୁପ ରହୁଥିବା ର ସାଧାରଣ ରେ ହେଉଥିବା ଚର୍ଚ୍ଚା ରୁ ଶୁଣିବାକୁମିଳିଛି।ମୋରଡା ତହସିଲ ରେ ସ୍ଥାୟୀ ତହସିଲଦାର ନଥିବାରୁ ଦୈନିକ ରାତିରେ ଶତାଧିକ ସଂଖ୍ୟାରେ ଟ୍ରାକ୍ଟର ଓ ଡ଼ମ୍ଫର ରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ମୋରଡା ତହସିଲ ହରାଉଛି ବୋଲି ଅଭିଯୋଗ ସାଧାରଣ ରେ ହୋଇଛି।ତେବେ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ଆଜି ଉକ୍ତ ଚୋରା ମୋରମ ବୋଝେଇ ଡ଼ମ୍ଫର କୁ ମାତ୍ର ୧୫ ହଜାର ୭୧୦ ଟଙ୍କା ଜୋରିମାନା କରିବା ଘଟଣା ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଙ୍କ ମତାମତ ମିଳି ପାରିନାହିଁ। ଏସମ୍ପର୍କରେ ଆମେ ମୋରଡା ଆର.ଆଇ ଶ୍ରୀ ପାତ୍ର ଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ କି ଅତିରିକ୍ତ ତହସିଲଦାର ତାଙ୍କୁ ଯାହା ନିର୍ଦ୍ଦେଶ ଦେଇଥିଲେ ତାହା ସେ ପାଳନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top