Home ଓଡ଼ିଶା “ମୁଁ ନୁହଁ,ଆମେ”:ମୋଦୀଙ୍କ ଆପ,ଅପରାଜିତାଙ୍କ ଟ୍ୱିଟ!

“ମୁଁ ନୁହଁ,ଆମେ”:ମୋଦୀଙ୍କ ଆପ,ଅପରାଜିତାଙ୍କ ଟ୍ୱିଟ!

1890

ଭୁବନେଶ୍ୱର:କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆପ ଉଦ୍ଘାଟନ କରିଥିଲେ,”ମେଁ ନେହିଁ,ହମ”।ଇଂରାଜୀରେ “ଆଇ ଟୁ ଉଇ”।ଅର୍ଥାତ୍ ଓଡ଼ିଆରେ “ମୁଁ ନୁହେଁ, ଆମେ”।ଏବେ ଅପରାଜିତା ଷଡ଼ଙ୍ଗୀ ଏକ ଟ୍ୱିଟ କରିଛନ୍ତି।ଯାହାର ସାରାଂଶ “ୱି,ନଟ ଆଇ”(ମୁଁ ନୁହେଁ,ଆମେ)।ଅପରାଜିତା ଲେଖିଛନ୍ତି “ଭଗବାନ ଜଗନ୍ନାଥଙ୍କର ପବିତ୍ର ରଥ ସବୁ ଲୋକଙ୍କ ଦ୍ୱାରା ଟଣା ଯାଇଥାଏ,ଜଣେ ଲୋକ ଦ୍ୱାରା ନୁହେଁ।ସବୁ ବଡ଼ ଉପଲବ୍ଧି ସଂଯୁକ୍ତ ପ୍ରୟାସର ପରିଣାମ ହୋଇଥାଏ। ଆମେ;ମୁଁ ନୁହେଁ।”।ଅପରାଜିତା ଏପରି ଏକ ସମୟରେ ଏପରି ଟ୍ୱିଟ କରିଛନ୍ତି,ଯେତେବେଳେ କି ସେ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି।ରାଜନୀତିକୁ ଆସିବା ନେଇ ଅପରାଜିତା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନଥିଲେ ମଧ୍ୟ ଏପରି ଏକ ସମୟରେ ଏପରି ଟ୍ୱିଟ ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି।

ଅପରାଜିତା ବିଜେପିରେ ଯୋଗ ଦେବା ଏବଂ ଭୁବନେଶ୍ୱରରୁ ଏମପି ପାର୍ଥି ହେବା ନେଇ ଆଲୋଚନା ହେଉଛି।ଓଡ଼ିଶା ବିଜେପିରେ ସେ ଏକ ଗୁରୁଦାୟିତ୍ୱ ନେଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।ଏବେ ଦୁଇ ଦିନ ହେଲା ଓଡ଼ିଶା ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇ ଯାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।ପ୍ରତ୍ୟେକ ଦଳ ଭିତରେ ଏବେ ତାଙ୍କ ନାଁ ଆଲୋଚନା।ସୋସିଆଲ ମିଡିଆରେ ମଧ୍ୟ ଏବେ ତାଙ୍କ ନାଁ କୁ ନେଇ ଖୁବ୍ ଚର୍ଚ୍ଚା,ଆଲୋଚନା।ହୁଏତ ଅପରାଜିତା ଯେ କେବଳ ରାଜନୀତିକୁ ଆସୁନାହାଁନ୍ତି,ଏକ ଗୁରୁ ଦାୟିତ୍ୱ ନେବା ସହ ସାମୁହିକ ପ୍ରୟାସ ଦ୍ୱାରା ତାହା ସମ୍ଭବ ବୋଲି ଏକ ପ୍ରାକ୍ ଇଶାରା ଏବେଠାରୁ ପରୋକ୍ଷରେ ଦେଇ ଥାଇପାରନ୍ତି।ସେ ପ୍ରଥମରୁ ହିଁ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ରଥଯାତ୍ରା ଉଦାହରଣ ମାଧ୍ୟମରେ ଏକ ସୁନ୍ଦର ସନ୍ଦେଶ ମଧ୍ୟ ଦେଇଛନ୍ତି।ଏଣେ ଏପରି ସମୟରେ ମୋଦୀଙ୍କ “ମୁଁ ନୁହେଁ,ଆମେ” ଆପ ସହ ଅପରାଜିତାଙ୍କ “ମୁଁ ନୁହେଁ,ଆମେ” ଟ୍ୱିଟର ସାମଞ୍ଜସ୍ୟତାକୁ ନେଇ ସେ ବିଜେପିରେ ଯୋଗ ଦେଉଥିବା ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.