ଓଡ଼ିଶା

ଅପ୍ରେଲ ୨୦୧୯ ସୁଦ୍ଧା ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ସଂପୂର୍ଣ୍ଣ ହେବ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଅପ୍ରେଲ ୨୦୧୯ ସୁଦ୍ଧା ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯାଇ ଏହାକୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ନଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ବସ୍ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ। ଏହି ନୂତନ ବସ୍ ଟର୍ମିନାଲରେ ଫୁଡ଼୍ କୋଟ୍ ଠାରୁ ଆରମ୍ଭ କରି ୱାଇ ଫାଇ, ପାର୍କିଂ, ସୌର ଶକ୍ତି, ଏଲିଭେଟର ଓ ଏସ୍‌କାଲେଟର୍ ଆଦି ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯାତ୍ରୀମାନେ ପାଇପାରିବେ। ବସ୍ ଗୁଡିକର ଆଗମନ ଓ ପ୍ରସ୍ଥାନ ସଂପର୍କୀୟ ସୂଚନା ସମେତ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସୂଚନା ଇଲେକ୍‌ଟ୍ରୋନ୍ିକ ଫଳକ ମାଧ୍ୟମରେ ଉପଲବ୍ଧ ହେବ। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ରହଣି ସୁବିଧା ମଧ୍ୟ ମିଳିପାରିବ। ଏହି ନୂତନ ପ୍ରକଳ୍ପରେ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ବସ୍ ଟର୍ମିନାଲରେ ଟ୍ରାଫିକ ସମସ୍ୟା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇ ଯାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ତା ଉପରେ ଗୁରୁତ୍ବ ଦିଆଯିବ।

ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, ପରିବହନ ବିଭାଗର ପ୍ରମୁଖ ସଚିବ, ବିଡିଏର ଉପାଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top