ଆନ୍ତର୍ଜାତୀୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଶୁଟର ଓମ ମିଥରୱାଲ ୫୦ ମିଟର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଲେ

ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ ରେ ଭାରତୀୟ ଶୁଟରଙ୍କର ଭଲ ପ୍ରଦର୍ଶନ ଜାରୀ
ମୁଖ୍ୟ କଥା:
ଓମ ମିଥରୱାଲ ଜିତିଲେ କାଂସ୍ୟ
ଜୀତୁ ରାୟ କଲେ ନିରାଶ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଭଲ ପ୍ରଦର୍ଶନ ଜାରୀ
ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ଭାରତୀୟ କ୍ରୀଡ଼ାବିତ୍ ମାନଙ୍କର ଭଲ ପ୍ରଦର୍ଶନ ଜାରୀ ରହିଛି। ଶୁଟର ଓମ ମିଥରୱାଲ ପୁରୁଷଙ୍କର ୫୦ ମିଟର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଜୀତୁ ରାୟ ଶେଷରେ ନିରାଶ କରିଛନ୍ତି।

ମିଥରୱାଲ ୫୦ ମିଟର ପିସ୍ତଲ ପ୍ରତିଯୋଗିତାର ଫାଇନାଲରେ ଭାରତକୁ କାଂସ୍ୟ ପଦକ ଦେଇଛନ୍ତି। ସେ ସର୍ବମୋଟ ୨୦୧.୧ ସ୍କୋର ସହିତ କାଂସ୍ୟ ପଦକ ଉପରେ କବ୍ଜା କରିଛନ୍ତି। ଅନ୍ୟପକ୍ଷରେ ଜୀତୁ ରାୟ ନିରାଶ କରିଛନ୍ତି। ସେ ୧୦୫ ର ସ୍କୋର କରି ପ୍ରଥମରୁ ହିଁ ପଦକ ଦୌଡ଼ରୁ ବାହର ହୋଇଥିଲେ। ମିଥରୱାଲ ଏବଂ ଜୀତୁ ଏଠାରେ କ୍ଵାଲିଫିକେଶନରେ କ୍ରମଶଃ ପ୍ରଥମ ଏବଂ ଷଷ୍ଠ ସ୍ଥାନ ହାସଲ କରିଥିଲେ ହେଲେ ଫାଇନାଲ୍ ରେ ପ୍ରବେଶ କରିଥିଲେ।

ଜୀତୁ ସର୍ବମୋଟ ୫୪୨ର ସ୍କୋର କରି ଫାଇନାଲ୍ ରେ ଜାଗା ବନାଇଥିଲେ ତେବେ ସେଠାରେ ମିଥରୱାଲ ୫୪୯ ସ୍କୋର କରିଥିଲେ। ମିଥରୱାଲ ପ୍ରଥମ ସିରିଜ୍ ରେ ୮୯, ଦ୍ୱତୀୟରେ ୯୦, ତୃତୀୟ ସିରିଜ୍ ରେ ୯୨, ଚତୁର୍ଥ ସିରିଜ୍ ରେ ୯୫, ପଞ୍ଚମ ସିରିଜ୍ ରେ ୬୨ ଏବଂ ଶେଷ ସିରିଜ୍ ରେ ୯୪ ର ସ୍କୋର କରିଛନ୍ତି। କୁହାଯାଇପାରେଯେ, ଶୀର୍ଷ ୮ ଶୁଟର ଫାଇନାଲ୍ ରେ ଜାଗା ବନାଇଥିଲେ।

ଏହା ପୂର୍ବରୁ ଭାରତର ଅନୁଭବୀ ଶୁଟର ଜୀତୁ ରାୟ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଜାରୀ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାରଦିନ (ପଞ୍ଚମ ଦିନ) ଭାରତକୁ ଅଷ୍ଟମ ସ୍ଵର୍ଣ୍ଣ ପଦକ ଦେଇଥିଲେ। ୱେଲମଣ୍ଟ ଶୂଟିଙ୍ଗ ସେଣ୍ଟରରେ ଆୟୋଜିତ ପୁରୁଷଙ୍କର ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ଫାଇନାଲ୍ ରେ ଜୀତୁ ସ୍ୱର୍ଣ୍ଣ ଜୀତିଥିଲେ। ଅନ୍ୟ ପକ୍ଷରେ ଭାରତର ଓମ ମିଥାରୱାଲ କାଂସ୍ୟ ପଦକ ଉପରେ କବ୍ଜା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top