ଆନ୍ତର୍ଜାତୀୟ

ଖରାପ ପାଗ କାରଣରୁ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୦୧ ଯାତ୍ରୀ ଥିଲେ ବିମାନରେ

ମେକ୍ସିକୋ ୧-୮ (ଓଡ଼ିଆ ପୁଅ) ମେକ୍ସିକୋର ଦୂରଙ୍ଗୋ ସହରରେ ଖରାପ ପାଣିପାଗ କାରଣରୁ ମଙ୍ଗଳବାରଦିନ ରାତିରେ ଏୟାର ମେକ୍ସିକୋ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣାରେ କୌଣସି ଲେକଙ୍କର ମୃତ୍ୟୁର ଖବର ଆସି ନାହିଁ। ୮୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଟି ଜଣଙ୍କର ଅବସ୍ଥା ଗୁରୁତର ଅଛି। ବିମାନରେ କ୍ରିଉ ସମେତ ୧୦୧ ଜଣ ଯାତ୍ରୀ ଥିଲେ। ବିମାନ ଏଏମ ୨୪୩୧ ଦୂରଙ୍ଗୋ ଗ୍ଵାଦାଲୂପେ ଭିକ୍ଟୋରିୟା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ରାଜଧାନୀ ମେକ୍ସିକୋ ସିଟି ଯାଉଥିଲା।

ଅଧିକାରୀଙ୍କ ମୁତାବିକ, ବିମାନ ଭାରୀ ବର୍ଷା ଏବଂ ବରଫ ପଡ଼ିବା ସମୟରେ ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିଲା। ପ୍ରାୟ ୧୫ ମିନଟ ପରେ ଦୁର୍ଘଟଣା ହୋଇଥିଲା। କୁହାଯାଉଛିଯେ, ବିମାନ ତଳକୁ ଖସିବା ପୂର୍ବରୁ ବିମାନରୁ ବଡ଼ ଜୋରରେ ଶବ୍ଦ ହୋଇଥିଲା ଏବଂ ନିଆଁ ଲାଗିଯାଇଥିଲା। କିନ୍ତୁ ସୌଭାଗ୍ୟର କଥାଯେ, ଏତ୍ ବଡ଼ ଦୁର୍ଘଟଣା ପରେ ମଧ୍ୟ କୌଣସି ଲୋକଙ୍କର ମୃତ୍ୟୁ ହୋଇନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top