ବିବାହ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ବନାଉଥିବା ପାକିସ୍ତାନୀ ଗ୍ୟାଙ୍ଗର ପର୍ଦାଫାଶ

ମୀରପୁର/ପାକିସ୍ତାନ ୫ ମଇ (ଓଡ଼ିଆ ପୁଅ) ବଡ଼ ସଂଖ୍ୟାରେ ପାକିସ୍ତାନୀ ଝିଅମାନେ ଭୟାନକ ଖୁଲାସା କରିଛନ୍ତି। ଏହି ଝିଅମାନେ କହିଛନ୍ତିକି ତାଙ୍କୁ ବ୍ରିଟିଶ-ପାକିସ୍ତାନୀ ନାଗରିକମାନଙ୍କ ସହ ବିବାହ କରିବାପାଇଁ ଫୁସଲାଇ ଦିଆଯାଉଥିଲା ଏବଂ ପରେ ତାଙ୍କ ସହ ବିବାହ କରି ପ୍ରଥମ ରାତିରେ ଭିଡିଓ ଶୁଟିଂ କରି ତାଙ୍କୁ ବ୍ଲାକମେଲ କରାଯାଉଥିଲା। “ଦ ନେସନ”ର ରିପୋର୍ଟ ମୁତାବକ ବଡ଼ ସଂଖ୍ୟାରେ ପୀଡ଼ିତାମାନେ ଏହି ପରି ଭାବେ କହିଛନ୍ତି। କୁହାଯାଉଛିଯେ, କି ପାକିସ୍ତାନର ମୀରପୁର ନାମକ ସ୍ଥାନରେ ଏହିପରି ଅନେକ ମାମଲା ସାମନାକୁ ଆସିଛି। ପୀଡ଼ିତାମାନେ କହିଛନ୍ତି କି ବ୍ରିଟେନରେ ରହୁଥିବା ପାକିସ୍ତାନୀ ଯୁବକ ତାଙ୍କୁ ବିବାହ କରିବା ପରେ ଭଲ ଜୀବନ ଦେବାର ପ୍ରତିଶୃତି କରିଥାନ୍ତି ଏବଂ ପୀଡ଼ିତାଙ୍କର ପରିବାରକୁ ମଧ୍ୟ ଏହିପରି ଭାବରେ ଜାଲରେ ଫସାଇ ଦିଆଯାଇଥାଏ। ମୀରପୁରର କାଶ୍ମୀର ପ୍ରେସ କ୍ଲବରେ ପୀଡ଼ିତାମାନେ ଏହି ଭୟଙ୍କର ଖୁଲାସା କରିଛନ୍ତି।

ପ୍ରେସ କନ୍ଫ୍ରେଂସ ସମୟରେ କୁହାଯାଇଛି କି ବ୍ରିଟିଶ-ପାକିସ୍ତାନୀ ଗ୍ୟାଙ୍ଗର ମୁଖିଆ ମୁମତାଜ ଯାହାଦ୍ୱାରା ତେଜା ପହଲବାନ ନାମରେ ପରିଚିତ ସେ ଯୁବତୀ ଝିଅମାନଙ୍କୁ ନିଜର ଟାରଗେଟ୍ ରେ ରଖୁଥିଲା। ମୁମତାଜ ଉପରେ ଅନେକ ଝିଅ ଶାରୀରିକ ସମ୍ବନ୍ଧ ବନାଇବାର ଆରୋପ ଅଛି। ମୁମତାଜ ଏହି ସବୁ ଝିଅମାନଙ୍କୁ ବିବାହ ପରେ ଭଲ ଜୀବନର ପ୍ରତିଶୃତି ଦେଇଥିଲା।

କୁହାଯାଉଛିଯେ, କି ୧୫ ରୁ ଅଧିକ ଝିଅମାନଙ୍କୁ ଏହି ଗ୍ୟାଙ୍ଗ ଟାରଗେଟ୍ ବନାଇସାରିଛି। ଗ୍ୟାଙ୍ଗର ଲୋକ ଝିଅମାନଙ୍କ ସହ ବିବାହ କରୁଥିଲେ ଏବଂ ଝିଅମାନଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶୁଟ କରୁଥିଲେ। ତା’ ପରେ ଏହି ଭିଡିଓକୁ ଅନଲାଇନ କରି ଦେବାର ଧମକ ଦିଆଯାଉଥିଲା।

ଏମାନଙ୍କ ମଧ୍ୟରୁ ଅଧିକତର ଯୁବକ ନିଜ ପତ୍ନୀକୁ ବିବାହ ପରେ ନିଜ ସହିତ ନେବାକୁ ମଧ୍ୟ ମନା କରୁଥିଲେ। ଏକ ସମୟରେ ସେମାନେ ଅନେକ ଯୁବତୀଙ୍କ ସହିତ ବିବାହ କରୁଥିଲେ। ଏମାନଙ୍କ ମଧ୍ୟରୁ ଯଦି କେହି ତଲାକ ମାଗୁଥିଲା ତେବେ ତା’ ଉପରେ ଚୋରୀର ଆରୋପ ଲଗାଇ ଦେଉଥିଲେ।

ଗ୍ୟାଙ୍ଗର ଦ୍ୱାରା ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରତାଡ଼ିତ ହେବାପରେ ଏବଂ ଯୌନ ଉତ୍ପୀଡ଼ନର ଶିକାର ହେବା ପରେ ଝିଅମାନେ ଏହାର ଖୁଲାସା କରିବାକୁ ନିଷ୍ପତି ନେଇଥିଲେ।

କୁହାଯାଉଛିଯେ, ଆରୋପୀମାନେ ବର୍ତ୍ତମାନ ଫେରାର ଅଛନ୍ତି। ପୀଡ଼ିତାମାନେ କହିଛନ୍ତି କି ଗ୍ୟାଙ୍ଗର ମୁଖିଆ ମୁମତାଜ ଡ୍ରଗ୍ସ ଧନ୍ଦାରେ ମଧ୍ୟ ସାମିଲ ଅଛି।

Leave a Reply

Your email address will not be published. Required fields are marked *