Home ଅପରାଧ କି ନୃସଂଶ କାଣ୍ଡ ! ମା’ର ମୁଣ୍ଡ କାଟି, କଟା ମୁଣ୍ଡକୁ ନେଇ ଥାନାକୁ ଆସିଲା...

କି ନୃସଂଶ କାଣ୍ଡ ! ମା’ର ମୁଣ୍ଡ କାଟି, କଟା ମୁଣ୍ଡକୁ ନେଇ ଥାନାକୁ ଆସିଲା ପୁଅ

146

ତାମିଲନାଡ଼ୁ ୧୮-୩ (ଓଡ଼ିଆ ପୁଅ) ତାମିଲନାଡ଼ୁର ପୁଡ଼ୁକୁଟାଇରେ ଘଟିଯାଇଛି ନୃସଂଶ କାଣ୍ଡ। ନିଜ ଘରେ, ଆଜି ସକାଳେ ସଂପତ୍ତି ବିବାଦ ଉପରେ ମା’ ପୁଅ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହା ପରେ ୩୦ ବର୍ଷର ପୁଅ ଆନନ୍ଦ ଏକ ଧାରୁଆ ଅସ୍ତ୍ରରେ ମା’ର ମୁଣ୍ଡ କାଟି ଶରୀରରୁ ଅଲଗା କରିଦେଇଥିଲା। ଏହା ପରେ ସେ କଟା ମୁଣ୍ଡକୁ ନେଇ କରମ୍ବକୁଡ଼ୀ ପୁଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।

ଖବର ଅନୁଯାୟୀ ୩୦ ବର୍ଷୀୟ ବ୍ୟକ୍ତି ଆନନ୍ଦ ଏବଂ ତା’ର ମା’ଙ୍କ ମଧ୍ୟରେ ସଂପତ୍ତିକୁ ନେଇ କ୍ରମାଗତଭାବେ ଝଗଡ଼ା ହେଉଥିଲା। କିନ୍ତୁ ଆଜି ସକାଳେ ଏହା ଏତେ ଭୟଙ୍କର ରୂପ ନେବ ତାହା କେହି ବିଶ୍ୱାସ କରିପାରିବେ ନାହିଁ। ପୁଲିସ ଆନନ୍ଦକୁ ଗିରଫ କରି ନେଇଛି। ସୂଚନା ଯୋଗ୍ୟଯେ, ମୃତ ମହିଳା ଜଣକ ୧୦ ବର୍ଷ ତଳେ ନିଜ ସ୍ୱାମୀଙ୍କ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ମୁକୁଳିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.