୭ଦିନ ପୂର୍ବରୁ ସ୍ତ୍ରୀକୁ ହତ୍ୟା କରି ପୋଡିବା ଘଟଣାରେ ସ୍ୱାମୀ ଗିରଫ

ହରିଚନ୍ଦନପୁର,ତା ୧୨.୦୯ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଠାଗୋଳା ଗ୍ରାମପଞ୍ଚାୟତ ଖରବାଗ୍ରାମର ଜୁଆଙ୍ଗ ସାହିରେ ଆଜକୁ ୭ଦିନ ପୂର୍ବରୁ ଘରଇ କଳିକୁ ନେଇ ବୁଗୁନିଆ ଜୁଆଙ୍ଗ ତାର ସ୍ତ୍ରୀ ଚମ୍ପି ଜୁଆଙ୍ଗକୁ ଶାବଳ ସାହାର୍ଯ୍ୟରେ ହତ୍ୟା କରିଥିବାର ଜଣାପଡିଛି ।ବିଶେଷ ଖବରରୁ ଜଣାପଡିଛି କି ଗତ ମଙ୍ଗଳବାର ଦିନ ବୁଗୁନିଆ ଜୁଆଙ୍ଗ କୌଣସି କାରଣକୁ ନେଇ ନିଜ ଘରେ ଝଗଡ଼ା କରିବା ସହ ନିଜ ସ୍ତ୍ରୀ ଚମ୍ପି ଜୁଆଙ୍ଗକୁ ଭିଷଣ ମାଡ ମାରିଥିଲା ।ମାଡ ମାରିବା ପରେ ପୁଣି ଥରେ ଝଗଡ଼ା ସୃଷ୍ଟି ହୋଇଥିଲା ।ଫଳରେ ବୁଗୁନିଆ ଚମ୍ପିଙ୍କୁ ଶାବଳରେ ପିଟି ପିଟି ମୁଣ୍ଡ ପଟେଇବା ପରେ ତଣ୍ଟି ଉପରେ ଶାବଳ ପକାଇ ମାଡି ହତ୍ୟା କରିଥିଲା ।ହତ୍ୟା କରିବା ପରେ ପୋଲିସ ଜାଣିବା ଭୟରେ କାହାକୁ ନ ଜଣାଇ ପୋଡିଦେଇଥିବାର ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିର୍ତ୍ତିକରି ହରିଚନ୍ଦନପୁର ପୋଲିସ ତଦନ୍ତ ଚଳାଇଥିଲା ଓ ସତ୍ୟାସତ ଜଣିବା ପରେ ମଙ୍ଗଳବାର ଦିନ ଅଭିଯୁକ୍ତ ବୁଗୁନିଆ ଜୁଆଙ୍ଗକୁ ଗିରଫ କରିଛି ।ସୂଚନା ଯୋଗ୍ୟ ଯେ ଚମ୍ପି ଜୁଆଙ୍ଗଙ୍କ ବାପ ଘର ବଡପଳାଶପାଳ ଗ୍ରାମପଞ୍ଚାୟତ କହ୍ନେଇଗୋଳା ଗ୍ରାମରେ ,ବିବାହ ପରେ ତାଙ୍କର ଦୁଇ ପୁଅ ଦୁଇ ଝିଅଙ୍କୁ ନେଇ ଖୁବ ଖୁସିରେ ଦିନ କଟୁଥିଲା ।କିନ୍ତୁ ଗତ କିଛି ମାସ ପୂର୍ବରୁ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଝଗଡ଼ା ହେବାରୁ ବୁଗୁନିଆ ରାଗିଯାଇ ଚମ୍ପିକୁ ଟାଙ୍ଗିଆରେ ଗୋଡକୁ ହାଣି ଦେଇଥିଲା ଫଳରେ ଚମ୍ପିର ଭାଇ କୈଳାଶ ଜୁଆଙ୍ଗ ଏ ବାବଦରେ ଶୁଣି ଥାନାରେ ଅଭିଯୋଗ ନକରି ବୁଝାସୁଝା କରିଦେଇଥିଲେ ।ଚମ୍ପି ମରିବାର ଏତେ ଦିନ ବିତି ଯାଇଥିଲେ ମଧ୍ୟ ମରିବା ଘଟଣା ଚମ୍ପିର ପରିବାର ଲୋକ ଜାଣିପାରି ନଥିଲେ ।ଗତ ଶନିବାର ଦିନ କହ୍ନେଇଗୋଳାର କେତେ ଜଣ ଲୋକ ପିଠାଗୋଳା ଅଞ୍ଚଳକୁ ଛେଳି କିଣିବାକୁ ଆସିଥିବା ବେଳେ ବୁଗୁନିଆର ଝିଅ ମାମୁଁଘର ଗାଁର ଲୋକମାନଙ୍କୁ ଦେଖି ଚିହ୍ନି ଥିଲା ଓ ବାପା ମାଆକୁ ମାରିଦେଇଥିବାର ଜଣାଇଥିଲା ।ସୂଚନା ପାଇ ଚମ୍ପିର ଭାଇ ସତ୍ୟାସତ ଜାଣିବା ପରିବାର ଲୋକଙ୍କୁପା ଚମ୍ପି ଘରକୁ ଦୈାଡି ଯାଇଥିଲେ ଓ ଭଣଜା ଭଣିଜୀ ଠାରୁ ସବୁ କଥା ଶୁଣିବା ପରେ ରବିବାର ଦିନ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ତଦନ୍ତରୁ ଜଣାପଡିଲା କି ବୁଗୁନିଆ ତା ସ୍ତ୍ରୀ ଚମ୍ପିକୁ ହତ୍ୟାକରି ପୋଡ଼ି ଦେଇଛି ।ସତ୍ୟାସତ ଜାଣିବା ପରେ ହରିଚନ୍ଦନପୁର ପୋଲିସ ବୁଗୁନିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ବାପ ମାଆ ଛେଉଣ୍ଡ ଗରିବ କୁନି କୁନି ପିଲାମାନଙ୍କର ଭବିଶ୍ୟତକୁ ଆଖିରେ ରଖି ସେମାନଙ୍କର ରହିବା ଓ ପାଠ ପଢିବାର ବ୍ୟବସ୍ଥା କରିବାକୁ ଖରବାଗ୍ରାମର ଲୋକମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *