ତୃତୀୟ ମୋର୍ଚ୍ଚା ପାଇଁ ସୋନିଆଁ ଗାନ୍ଧୀଙ୍କ ସହ ସାକ୍ଷାତ କଲେ ମମତା, କହିଲେ – BJP ବିରୁଦ୍ଧରେ ସାଥିହେଉ କଂଗ୍ରେସ

ନୂଆଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ ମୋର୍ଚା ବନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ବିଷୟରେ ସେ ସୋନିଆଁ ଗାନ୍ଧୀଙ୍କ ସହିତ ସାକ୍ଷାତକରିଥିଲେ। ତାଙ୍କ ସାକ୍ଷାତକାରରେ 2019 ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା। ସୋନିଆଙ୍କ ସହିତ ସାକ୍ଷାତକରିବା ପରେ ମିଡ଼ିଆ ସହିତ କଥାବାର୍ତ୍ତାରେ ମମତା ବାନାର୍ଜୀ କହିଛନ୍ତିଯେ, ମୁଁ ଯେତେବେଳେ ବି ଆସେ ସେତେବେଳେ ସୋନିଆଁଙ୍କ ସହିତ ସାକ୍ଷାତ କରିଥାଏ। ସୋନିଆଁ ଏବଂ ମୋ ମଧ୍ୟରେ ସଂପର୍କ ଭଲ ଅଟେ। ତୃତୀୟ ମୋର୍ଚ୍ଚା ବିଷୟରେ ମମତା ଚାହାଁନ୍ତି କି ବିଜେପି ବିରୁଦ୍ଧରେ କଂଗ୍ରେସ ତାଙ୍କର ସାଥି ଦେଉ ବୋଲି।

ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ରାଜନୈତିକ ମଞ୍ଚ ସ୍ଥାପନ କରିବା ଚେଷ୍ଚାରେ ଲାଗିଥିବା ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ କ୍ରମାଗତଭାବେ ଆକ୍ରମଣ କରୁଥିବା ଅସନ୍ତୁଷ୍ଟ ନେତା ଯଶୱନ୍ତ ସିହ୍ନା, ଅରୁଣ ଶୌରୀ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ସାକ୍ଷାତ କରିଥିଲେ। ଦିଲ୍ଲୀ ଯାତ୍ରାର ତୃତୀୟ ଦିନ ମମତା ଏହି ତିନି ନେତାଙ୍କ ସହିତ ବୈଠକ କରି ଭବିଷ୍ୟତ ରଣନୀତି ଉପରେ ଚର୍ଚ୍ଚା କରିଥିଲେ।

Leave a Reply

Your email address will not be published. Required fields are marked *