ମାଳିସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ସରସ୍ୱତୀ ଶିଶୁ ମନ୍ଦିରର ପଂଚଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ମନୋରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ମାଳିସାହି ସରପଂଚ ପର୍ଶୁରାମ ସ୍ୱାଇଁ ଯୋଗଦେଇଥିବାବେଳେ ମୁଖ୍ୟବକ୍ତଭାବେ ସିଣ୍ଡିକେଟ ବ୍ୟାଙ୍କ ଶାଖା ପରିଚାଳକ ଆଲୋକ କୁମାର ସାମଲ, ସମ୍ମାନୀତ ଅତିଥିଭାବେ ସମିତିସଭ୍ୟ ଦୀପକ କୁମାର ପ୍ରଧାନ, ସିଆରସି ପବିତ୍ର ମୋହନ ସାହୁ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିନାଥ ମହାପାତ୍ର ଯୋଗଦେଇ ଶିଶୁମାନଙ୍କର ଜ୍ଞାନର ବିକାଶ ସହ ସେମାନଙ୍କର ମୂଳଦୁଆ ଏବେଠାରୁ ମଜ୍ଭୁତ ହେଲେ ସେମାନଙ୍କର ଭ୍ବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷିରେ ଛୋଟ ଛୋଟ ଶିଶୁମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ ଉପକୃତ ହୋଇଥିବା କୃତୀ ପ୍ରତିଯୋଗୀ ଶିଶୁମାନଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *