ଓଡ଼ିଶା

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର, ୩/୮ (ଓଡ଼ିଆ ପୁଅ): ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ୨୩ ପ୍ରଶାସନିକ ଅଧିକାରୀଙ୍କ ବଦଳି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡି.ଭି ସ୍ୱାମୀଙ୍କୁ ଦକ୍ଷତା ଉନ୍ନୟନ ପ୍ରାଧିକରଣ ସିଇଓ ରୂପେ ଅବସ୍ଥାପିତ କରାଯାଇଛି। ଏହା ସହିତ କମିସନର ସହିତ ନିର୍ଦ୍ଦେଶକ ପଦରେ ନିଯୁକ୍ତ ହେବେ। ପଞ୍ଚାୟତରାଜ ବିଭାଗର (ସ୍ୱତନ୍ତ୍ର ପ୍ରକଳ୍ପ) ନିର୍ଦ୍ଦେଶକ ଗିରିଶ ଏସ.ଏନ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଉତ୍ତରାଞ୍ଚଳ ଆରଡିସି ଭାବେ ମହେନ୍ଦ୍ର କୁମାର ମଲ୍ଲିକ ଅବସ୍ଥାପିତ ହୋଇଛନ୍ତି। ତାଙ୍କୁ ଅତିରିକ୍ତ କେନ୍ଦ୍ରାଞ୍ଚଳ ଆରଡିସିର ମଧ୍ୟ ଦାୟିତ୍ୱ ମିଳିଛି। ଓଟିଡିସିରେ ନିର୍ଦ୍ଦେଶକ ଡ. ନୀତିନ ଭାନୁ ଜାଓଲେ ନିର୍ଦ୍ଦେଶକ ଡ. ଜୱାଲେ ନିତୀନ ଭାନୁଦାସଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କ ବିଭାଗରେ ପାଟିଲ୍ ରାଜେଶ ପ୍ରଭାକର ସ୍ଥାନ ନେଇଛନ୍ତି। ଏହିପରି ଶ୍ରୀକାନ୍ତ ପୃଷ୍ଟିଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ବଦଳିଲେ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ବଦଳି ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ। ସେହିପରି କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ ଆୟୁକ୍ତ ଭାବେ ବଦଳି ହୋଇଛି। କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଇପିଡି ନିର୍ଦ୍ଦେଶକ ହେବେ।

ପୁରୀର ଜିଲ୍ଲା ପାଳଭାବେ ଜ୍ୟୋର୍ତିପ୍ରକାଶ ଦାସ, କଟକର ଜିଲ୍ଲା ପାଳଭାବେ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡାର ଜିଲ୍ଲା ପାଳଭାବେ ଦାଶପଥୀ ଶତପଥୀ, ବୌଦ୍ଧର ଜିଲ୍ଲା ପାଳଭାବେ ସୀତାଂଶୁ କୁମାର ସାହୁ, ଗଞ୍ଜାମର ଜିଲ୍ଲା ପାଳଭାବେ କୁଳଙ୍ଗ ବିଜୟ ଅମୃତ, ସୁବର୍ଣ୍ଣପୁରର ଜିଲ୍ଲା ପାଳଭାବେ ମଧୂସସୁଦନ ମିଶ୍ର, ଦେବଗଡର ଜିଲ୍ଲା ପାଳଭାବେ ସୁଧାଂଶୁ ମୋହନ ସାମଲ, ଓ ଗାଭାଲି ପରାଗ ହର୍ସଦ କଳାହାଣ୍ଡିର ନୂଆ ଜିଲ୍ଲପାଳ ଭାବେ ନିଯୁକ୍ତି ପାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top