ଛବିରେ ଖବର

ଫିଲ୍ମ ହେଲା ହିଟ ତ ଖୋଲାଖୋଲି ସର୍ବସାଧାରଣରେ ପତ୍ନୀକୁ କିସ୍ କରି ଫଟୋ ସେୟାର କଲେ ସୁପରଷ୍ଟାର

ହାଇଦ୍ରାବାଦ ୨୩-୪ (ଓଡ଼ିଆ ପୁଅ) ସାଉଥର ଟପ ସୁପରଷ୍ଟାର ମହେଶ ବାବୁଙ୍କର ଫିଲ୍ମ ‘ଭାରତ ଅନେ ନେନୁ’ ବକ୍ସ ଅଫିସ୍ ରେ ପ୍ରଥମ ଦିନ ଆୟ ରେକର୍ଡ କରିଛି। ଏହି ସକ୍ସେସରେ ମହେଶ ଏତେ ଖୁସି ହୋଇଗଲେଯେ, ଖୋଲାଖୋଲି ନିଜ ପତ୍ନୀ ଏବଂ ଆକ୍ଟ୍ରେସ ନମ୍ରତା ଶିରୋଦକରଙ୍କୁ କିସ୍ କରି ଫଟୋ ଟ୍ଵିଟ କରିଦେଲେ। ମହେଶ ବାବୁ ସେହି ଷ୍ଟାର୍ସଙ୍କ ମଧ୍ୟରେ ଜଣେ ଯିଏ କି ନିଜର ପର୍ସନାଲ ଲାଇଫକୁ ପ୍ରାଇଭେଟ ରଖିଥାନ୍ତି। ଏମିତି ପ୍ରଥମ ଥର ଏହି ଫଟୋକୁ ଦେଖିକରି ତାଙ୍କର ଫ୍ୟାନ୍ସ ହଇରାଣ ହୋଇଯାଇଥିଲେ।

View this post on Instagram

Thankyou my love ❤

A post shared by Mahesh Babu (@urstrulymahesh) on

୫୦ କୋଟିରୁ ଅଧିକ ଆୟ:

ଏହି ପ।ଲିଟିକ୍ଲ ଥ୍ରିଲର ପ୍ରଥମ ଦିନ ୱାର୍ଲ୍ଡୱାଇଡ ପ୍ରାୟତଃ ୫୬ କୋଟି ଟଙ୍କାର ଆୟ କରିଛି। ପ୍ରଥମ ଦିନର ଏହି ଜବରଦସ୍ତ ସଫଳତା ପରେ ମହେଶ ବାବୁ ନିଜର ୱାଇଫ ଏବଂ ପୂର୍ବ ଆକ୍ଟ୍ରେସ ନମ୍ରତା ଶିରୋଦକରଙ୍କୁ କିସ୍ କରିଥିଲେ। ସୋସିଆଲ ମିଡ଼ିଆରେ ଏହି ଯୋଡ଼ିଙ୍କର ଫୋଟୋ ଭାଇରାଲ୍ ହୋଇଛି। ମହେଶ ବାବୁ ନିଜର ଇଂଷ୍ଟାଗ୍ରାମ ଆକାଉଂଟରେ ପତ୍ନୀ ନମ୍ରତା ଶିରୋଦକରଙ୍କୁ କିସ୍ କରି ଫଟୋ ପୋଷ୍ଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଥାଙ୍କ ୟୁ ମାଇଁ ଲଭ୍।

ନମ୍ରତା ମଧ୍ୟ କରିଛନ୍ତି ଶେୟାର…

ଏହି ପୋଷ୍ଟର ରିସ୍ପନ୍ସରେ ନମ୍ରତା ଲେଖିଛନ୍ତି, ‘ଆଇ ଲଭ୍ ୟୁ ମାଇଁ ଲଭ୍’। କୁହାଯାଇପାରେଯେ, କି ଫିଲ୍ମ ସୁଟିଙ୍ଗର ସମୟରେ ନମ୍ରତା ଅଧିକ ସମୟ ସେଟରେ ହିଁ ରହୁଥିଲେ।

ସୂଚନାଯୋଗ୍ୟେ, ୨୦୦୦ ମସିହାରେ ତେଲୁଗୁ ଫିଲ୍ମ ୱାମସୀର ସେଟରେ ନମ୍ରତାଙ୍କର ସାକ୍ଷାତ ମହେଶ ବାବୁଙ୍କ ସହିତ ହୋଇଥିଲା। ଫ଼ିଲ୍ମର ସୁଟିଙ୍ଗ ପୂରା ହେଉହେଉ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ଏବଂ ଚାରି ବର୍ଷର ରିଲେଶନସିପ ପରେ ୨୦୦୫ ରେ ଉଭୟ ବିବାହ କରିଥିଲେ। ନମ୍ରତା, ମହେଶଙ୍କଠାରୁ ବୟସରେ ତିନି ବର୍ଷ ବଡ଼ ଅଟନ୍ତି। ବିବାହ ପରେ ନମ୍ରତା ହାଇଦ୍ରାବାଦ ଶିଫ୍ଟ ହୋଇଯାଇଥିଲେ। ଦୁଇଜଣର ଦୁଇଟି ସନ୍ତାନ। ପୁଅ ଗୌତମ କୃଷ୍ଣାଙ୍କର ଜନ୍ମ ୨୦୦୬ରେ ହୋଇଥିଲା, ଝିଅ ସିତାରା ୨୦୧୨ ରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top