ଓଡ଼ିଶା

୧୫୭.୪୭ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ନିର୍ମିତ କଟକ ସହର-ନୂଆପାଟଣାକୁ ସଂଯୋଗ କରୁଥିବା “ଉତ୍କଳ ଗୌରବ ମଧୁସୂଦନ ସେତୁ” ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭ ଉଦ୍ଘାଟିତ

– ଏହି ସେତୁ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ
– ଓଡିଶା ଦିବସ ଅବସରରେ ମଧୁବାବୁଙ୍କ ନାମରେ ନାମିତ ସେତୁ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି
କଟକ ୧-୪ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ଆଜି ପୂର୍ବାହ୍ନରେ ମହାନଦୀ ଉପରେ ସି.ଡି.ଏ. ବିଜୁ ପଟ୍ଟନାୟକ ପାର୍କ ନିକଟରେ କଟକ ସହର-ନୂଆପାଟଣାକୁ ସଂଯୋଗ କରୁଥିବା “ଉତ୍କଳ ଗୌରବ ମଧୁସୂଦନ ସେତୁ” କୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

୩ ଲେନ୍‌ ବିଶିଷ୍ଟ ୨୫୮୩ ମିଟର ଦୈର୍ଘ୍ୟ ଓ ୧୪.୮ ମିଟର ପ୍ରସ୍ତ ପରିମିତ ୧୫୭.୪୭ କୋଟି ଟଙ୍କା ବିନିମୟରେ ନାବାର୍ଡ ସହାୟତାରେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ଦ୍ବାରା ନିର୍ମିତ ଏହି ସେତୁକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଏହି ସେତୁ ସଂଯୋଗ କରଣ ଫଳରେ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲଖୁଣ୍ଡ ହେବ ବୋଲି ପ୍ରକାଶ କରିଛନ୍ତି।

ଏହି ସେତୁ ଦ୍ବାରା ମୁଖ୍ୟତଃ କଟକ ଓ ଢେଙ୍କାନାଳ ମଧ୍ୟରେ ୧୬ କି.ମି ଦୂରତା ହ୍ରାସ ପାଇବା ସହ ପ୍ରଭୁ ଧବଳେଶ୍ୱର ପୀଠକୁ ଭକ୍ତମାନଙ୍କ ଯାତାୟତ ସୁଗମ ହୋଇପାରିବା ଏବଂ ରାଜଧାନୀ ଭୁବନେଶ୍ୱର ସହ ପୁରାତନ ରାଜଧାନୀ କଟକ ତଥା ଦକ୍ଷିଣ ଓ ପଶ୍ଚିମ ଓଡିଶା ମଧ୍ୟରେ ସଂପର୍କର ସେତୁ ଗଢି ଉଠିବା ସାଙ୍ଗକୁ ବିକାଶର ଧାରା ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ।

ଓଡ଼ିଶା ଦିବସ ପାଳନ ପରିପ୍ରେକ୍ଷୀର ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ସେତୁ ମଧୁବାବୁଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ନିର୍ଦ୍ଧାରିତ ସମୟର ଏକ ମାସ ପୂର୍ବରୁ ଏହି ସେତୁ ନିର୍ମାଣ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର କର୍ମକର୍ତ୍ତାମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ।

ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା, ଯୁବ ସେବା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାସଦ ଡା. କୁଳମଣି ସାମଲ, ବାରବାଟୀ-କଟକ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ଆଠଗଡ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ, ବଡସା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବାକୀ ବିଧାୟକ ଶ୍ରୀ ପ୍ରଭାତ କୁମାର ମଲ୍ଲିକ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂ ପ୍ରମୁଖ ଯୋଗଦେଇ ଏହି ସେତୁ ଉଦ୍‌ଘାଟନ ପରିପ୍ରେକ୍ଷୀରେ ରାଜ୍ୟର ବିକାଶ ଧାରାକୁ ବଜାୟ ରଖିବା ପାଇଁ ଓଡିଶା ବାସୀଙ୍କର ସହଯୋଗ ସର୍ବଦା ପ୍ରଶଂସନାୟ ବୋଲି ମତବ୍ୟକ୍ତ କରିଥିଲେ।

ପୂର୍ତ୍ତ ବିଭାଗୀୟ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ ସାଗତ ଭାଷଣ ପ୍ରଦାନ କରିଥିବା ସ୍ଥଳେ ରାଜ୍ୟ ଇସ୍ପାତ ଏବଂ ଖଣି ଓ ପୂର୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ମହାନଗର ନିଗମ ମେୟର ଶ୍ରୀମତୀ ମୀନାକ୍ଷୀ ବେହେରା, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଜ୍ୟୋତିରେଖା ନାୟକ, କଟକ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ର, ଶ୍ରୀ ପ୍ରଫୁଲ୍ଲ ସିଂ, ଶ୍ରୀ ପ୍ରଶାନ୍ତ ନାୟକ, ଶ୍ରୀ ଧର୍ମେଶ ନାୟକ, ଶ୍ରୀ ମଧୁସୂଦନ ସାହୁ, କର୍ପୋରେଟର ଶ୍ରୀ ରଂଜନ କୁମାର ବିଶ୍ବାଳ, ରଜାନ ଖାଁଙ୍କ ସମେତ ଅନ୍ୟାନ୍ୟ କର୍ପୋରେଟର, ଜନ ସାଧାରଣ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top