ଓଡ଼ିଶା

ସମ୍ବଲପୁରରେ ଆରମ୍ଭ ହେଲା ସମ୍ବଲପୁରୀ ଲୋକତିହାର୍ ଉତ୍ସବ

ସମ୍ବଲପୁର, ୪/୧୧ (ଓଡ଼ିଆ ପୁଅ) : ଲହରୀ ଅନୁଷ୍ଠାନ ଆୟୋଜିତ ୨ଦିନିଆ ସମ୍ବଲପୁରୀ ଲୋକ ତିହାର୍-୨୦୧୮ ଆଜି ସନ୍ଧ୍ୟାରେ ଝାଡ଼ୁଆପଡ଼ା ବଡ଼ଦୁଆର ଆରଣ୍ୟକ ମଞ୍ଚରେ ଉଦ୍ଘାଟିତ ହୋଇଛି। ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଏହାର ଉଦ୍ଘାଟନ କରିଥିବା ବେଳେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସଚିବ ବିଭୂତି ଭୂଷଣ ବେହେରା, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ବିଶିଷ୍ଟ ସାଂସ୍କୃତିକ ଗବେଷକ ଡ. ଦ୍ୱାରିକାନାଥ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଶିବ ପ୍ରସାଦ ମେହର ଓ ନିର୍ଦ୍ଦେଶକ ମୋହିତ ସ୍ୱାଇଁ ଅତିଥି ଏବଂ ଉପସ୍ଥିତ କଳାପ୍ରେମୀଙ୍କୁ ସ୍ୱାଗତ ଜଣାଇଥିଲେ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଆୟୋଜିତ ଉତ୍ସବ ପ୍ରାରମ୍ଭରେ ମା’ ସମଲେଇଙ୍କ ପୂଜାର୍ଚ୍ଚନା ପରେ ଗୁରୁ ରତନ ପୂଜାହାରୀଙ୍କ ନିର୍ଦ୍ଦେଶନାରେ ଲହରୀ ଅନୁଷ୍ଠାନର କଳାକାରମାନେ ସମବେତ ସଂଗୀତ ପରିବେଷଣ କରିଥିଲେ। ସୀମନ୍ତିକା ଦାସ ଓ ତର୍ପଣ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଗୁରୁ ରଞ୍ଜିତ ନାଗ୍ ଓ ଗୁରୁ ରଞ୍ଜନ ସାହୁଙ୍କୁ ସଂସ୍କୃତିଶ୍ରୀ, ଗୁରୁ ରତନ ପୂଜାହାରୀଙ୍କୁ ସଂସ୍କୃତିରତ୍ନ ଏବଂ ଗୁରୁ ଆଲୋକ କୁମାର ପଣ୍ଡା ଓ ଗୁରୁ ଦୁର୍ଗା ପ୍ରସାଦ ଦାଶଙ୍କୁ ସଂସ୍କୃତି ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଡ. ଶ୍ୟାମସୁନ୍ଦର ଧର ଦଣ୍ଡ ସୁରରେ ଉଜଲମତି…., ପଦ୍ମିନୀ ଦୋରା ଏ ମୁରଲୀ ହାଏରେ ମୁରଲୀ….. ସହିତ ବିବିଧ ସମ୍ବଲପୁରୀ ଗୀତ, ଲିପିକା ବିଭାର ଦୁଲ୍ହା ନଚନିଆ….., ବ୍ରହ୍ମା କୁମ୍ଭାର ଝୁମେର.. ରାଜକୁମାର ଜାଲ ଚପ୍କରାଟି… ଗୀତ ପରିବେଷଣ କରିଥିଲେ। ଲହରୀ ଅନୁଷ୍ଠାନର କଳାକାରମାନେ ଡାଲଖାଇ, ସମ୍ବଲପୁର ଫୋକ୍ ଓ ଟ୍ରାଇବାଲ ଆର୍ଟ ସେଣ୍ଟରର କଳାକାରମାନେ ଚୁଟ୍କୁଚୁଟା, ବଲାଙ୍ଗିର ଜିଲ୍ଲା ତୁଷୁରା କୃଷ୍ଣପ୍ରିୟା ଘୁଡ଼କା କଳାପରିଷଦର କଳାକାରମାନେ ଘୁଡ଼କା ପରିବେଷଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top