ଆମ ସଂସ୍କୃତି, କଳା ଓ ଐତିହ୍ୟ

ଶ୍ରୀ ମନ୍ଦିରର ଅମୃତ ମଣୋହୀ ସଂପତ୍ତି ତାଲିକା

– ଦେବପ୍ରସାଦ ମିଶ୍ର
ଇଂରେଜ ଶାସନ ଅମଳରୁ ଅର୍ଥାତ୍ ୧୮୦୩ ଠାରୁ ୧୯୮୫ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ଏହା ମଧ୍ୟରେ ଥିବା ସମସ୍ତ ଦୁର୍ମୁଲ୍ୟ ପଦାର୍ଥ ସୁନା, ରୁପା, ହୀରା, ନୀଳା, ମୋତି ମାଣିକ୍ୟ ର ହିସାବ ଓ ସଂଖ୍ୟାର ତାଲିକା ପ୍ରସ୍ତୁତ ହୋଇ ରହିଛି। ମାତ୍ର ଏବେ ୨୦୧୮ ରେ ଏପ୍ରିଲ ୪ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଫଳରେ ପୁଣି ଥରେ ମନ୍ଦିରର ରତ୍ନଭଣ୍ଡାର ଖୋଲି ତାର ମରାମତି ଓ ସଂରକ୍ଷଣ ପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ଏ.ଏସ.ଆଇ କୁ ନିର୍ଦ୍ଦେଶ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ସମସ୍ତ ଅଧିକାରୀ ରତ୍ନଭଣ୍ଡାର ବାହାର ରତ୍ନଭଣ୍ଡାରରେ ପ୍ରବେଶ କରି ତାର ସ୍ଥିତି ଯାଞ୍ଚ କରିଥିବା ବେଳେ ଭିତର ଭଣ୍ଡାରର ଚାବି ନ ଥିବାରୁ ସେହିଠାରୁ ହିଁ ଟର୍ଚ୍ଚ ଲାଇଟ ଯୋଗେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ଏଠାରେ ପ୍ରଶ୍ନ ଉଠିଲା ଯେ ଭିତର ଭଣ୍ଡାରର ଚାବି କୁଆଡେ ଗଲା ? ଏ ଚାବି ଘର ଖୋଲା ହେବା ପରେ ଚାବି ଜିଲ୍ଲା ଟ୍ରେଜେରିରେ ରଖାଯିବା କଥା ତେବେ ବର୍ତ୍ତମାନର ଜିଲ୍ଲାପାଳ କହୁଛନ୍ତି ୧୯୮୫ ରେ ରତ୍ନଭଣ୍ଡାର ଖୋଲାହେବା ପରେ ଚାବି ଟ୍ରେଜେରି କୁ ଆସିନାହିଁ, ତେବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଚାବି ଯଦି ମିଳୁନି ତେବେ ସେ ଭଣ୍ଡାରରେ ତାଲିକା ମୁତାବକ ସବୁ ଜିନିଷ ଅଛି କି ନାହିଁ ? ତେବେ ବର୍ତ୍ତମାନ ଏହାର ଅନୁସନ୍ଧାନ ଓ ତଦନ୍ତ ଚାଲିଛି ! ପୁଣି ଯଦି କେବେ ଖୋଲାଯାଏ ତେବେ ସବୁପ୍ରକାର ଗଚ୍ଛିତ ଥିବା ଦ୍ରବ୍ୟର ତାଲିକା ଅନୁସାରେ ସାବୁ ଦ୍ରବ୍ୟର ଡକୁମେଣ୍ଟେସନ କରାଯିବା ର ଆବଶ୍ୟକତା ରହିଛି। ଏ ତ ଗଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର କଥା ତେବେ ଏ ୩୦ ବର୍ଷରୁ ଉର୍ଦ୍ଧ ସମୟ ଭିତରେ ବହୁ ଭକ୍ତ ଯେଉଁ ସ୍ୱର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କୁ ଦାନ କରିଛନ୍ତି ତାର ହିସାବ କିଏ ରଖିଛି ? ଏବେ ଆଉ ଗୋଟିଏ କଥା ଉଠିଲାଣି ମହାପ୍ରଭୁଙ୍କ ରତ୍ନ ସୁନା ଅଳଙ୍କାର ବ୍ୟତୀତ ମନ୍ଦିର ପ୍ରତିଷ୍ଠା ବେଳୁ ଗଜପତି ରାଜାମାନେ ମହାପ୍ରଭୁଙ୍କ ରୀତି ନୀତି ଓ ତାଙ୍କ ଯାନିଜାତ ପୂଜା ପର୍ବପର୍ବାଣୀ ପାଇଁ ବିଭିନ୍ନ ସ୍ଥାନରେ ଯେଉଁ ଭୂସଂପତ୍ତି ମାନ ଖଞ୍ଜିଥିଲେ ବା ଦାନ କରିଥିଲେ ତାର ବ୍ୟାପକ ହେର ଫେର ହୋଇଛି। ଯେପରିକି ସିପଶରୁ ବାଲି ଓ ସ୍ୱର୍ଗଦ୍ୱାର ପାଇଁ ଥିବା ଜାଗା କୁ ହେର ଫେର କରାଯାଇଥିଲା। ସରକାର ଏବେ ଏସବୁ ଜମିକୁ ମହାପ୍ରଭୁଙ୍କ ଖାତାକୁ ଆଣୁଛନ୍ତି, ତଥାପି ଆହୁରି ଶହ ଶହ ଏକର ଜମି ଏପରି ହଡପ ହୋଇ ରହିଛି ତାର ଏକ ଅନୁସନ୍ଧାନ ହେଉ। ଅତୀତରେ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଭଗବତ ଦୟାଲ ଶର୍ମା ଥିବା ବେଳେ ଶ୍ରୀଯୁକ୍ତ ଶର୍ମା ଙ୍କ ଅଧ୍ୟକ୍ଷତାରେ କେତେଜଣ ଭୂତ ପୂର୍ବ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ନେଇ ଶ୍ରୀମନ୍ଦିର ଜମିଜମା, ଆର୍ଥôକ ପରିସ୍ଥିତି, ସେବାପୂଜା ଓ ନୀତି ଏବଂ ପରିଚାଳନା ଗତ ଉନ୍ନୟନ ଯୋଜନା ବିଷୟରେ ପରାମର୍ଶ ଦେବାପାଇଁ ଗଢା ଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟି ନାମରେ ଏକ କମିଟି ମଧ୍ୟ ତାଙ୍କର ଅନୁସନ୍ଧାନ ଚଳାଇଥିଲେ। ସେତେବେଳେ ଏ କମିଟି କୁ ମନ୍ଦିର ପରିଚାଳନା କମିଟି କେବଳ ମହାପ୍ରଭୁଙ୍କ ନାମରେ ବା ଶ୍ରୀ ମନ୍ଦିର ଅମୃତ ମଣୋହୀ ସଂପତ୍ତି ତାଲିକାରେ କେବଳ ୧ ଲକ୍ଷ ୩୫ ହଜାର ଏକର ଜମିର ହିସାବ ଅଛିବୋଲି ଜଣାଇବାରୁ ଜାଣିବାକୁ ପାଇଲେ ଯେ, ପୁରୀର ବିଭିନ୍ନ ମଠ ଓ ମଠାଧୀଶଙ୍କ ମାର୍ଫତରେ ବହୁ ଭୂମି ଜମିବାଡି ମହାପ୍ରଭୁଙ୍କ ସେବା ନୀତି ପାଇଁ ଦାନ କରାଯାଇ ଥିଲା ତଦନ୍ତ ରୁ ଜଣାଗଲା ଯେ, ଏ ଜମିବାଡିରୁ ଅଧିକାଂଶ ଅନ୍ୟତ୍ର ହସ୍ତାନ୍ତରିତ, ବିକ୍ରିବଟା ଏବଂ ଭୂସଂସ୍ୱାର ଆଇନ ବଳରେ ବହୁ ପରିମାଣ ଜମି ସରକାରଙ୍କ ହାତକୁ ଗଲାଣି। ସରକାରଙ୍କ ନିଯୁକ୍ତ ଦୁଇ ଦୁଇଟି କମିଟିରେ ପୂରାତନ ତଥ୍ୟ ଏ ପର୍ଯ୍ୟନ୍ତ ଉପସ୍ଥାପିତ ହୋଇପାରି ନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପ୍ରଶାସନ ଆବଶ୍ୟକ ସ୍ଥଳେ ତଦନ୍ତ କରି ପୁଣି ସେ ଜମିକୁ ଖାତାକୁ ଆଣୁଛି। ପୁରୁଣା ନଥିପତ୍ର, ମାଦଳା ପାଞ୍ଜି ଏବଂ ଐତିହାସିକ ଜଗବଂଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ପୁସ୍ତକରେ ମହାପ୍ରଭୁଙ୍କୁ ବିଭିନ୍ନ ରାଜା ମାନଙ୍କ ସମୟରେ ଖଞ୍ଜା ଯାଇଥିବା ଜମି, ବୃତ୍ତି ଏବଂ ସେବାୟତ, ସେବକମାନଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ବିଷୟରେ ଯେଉଁ ତଥ୍ୟ ଲିପିବଦ୍ଧ ଥିଲା ତହିଁ ରେ ତାହା ଉଲ୍ଲେଖ ଥିଲା, ସେଥିରୁ ଦେଖାଯିବ ଯେ, ଓଡିଶା ବ୍ୟାପୀ ବହୁ ଅଞ୍ଚଳରେ ଲକ୍ଷ ଲକ୍ଷ ଏକର ଜମି, ଭୂମି ଓ ଗ୍ରାମ ମହାପ୍ରଭୁଙ୍କ ନୀତି ପାଇଁ ଖଞ୍ଜା ଯାଇଥିଲା ଏହାର ତାଲିକାକୁ ପୁସ୍ତକ ଆକାରରେ ଛାପି ଜଣେ ବୟୋଜେଷ୍ଠ ସାମ୍ବାଦିକ ସେତେବେଳେ ପ୍ରକାଶ କଲେ ତା ପରେ ସେ କମିଟିର ବହୁ ସଦସ୍ୟ ଆଉ ପରବର୍ତ୍ତୀ କମିଟି ବୈଠକକୁ ଆସିଲେ ନାହିଁ। ଏବେ ବି ଯଦି କେହି ସରଜମିନ ତଦନ୍ତ କରେ ତେବେ ପୁରୀର ସ୍ୱର୍ଗଦ୍ୱାର ଜମି ଯେପରି ହଡପ ହୋଇ ହୋଟେଲ ଓ ଫ୍ଲାଟ ତିଆରି ହୋଇଛି ସେପରି ବହୁ ନାମୀଦାମୀ ହୋଟେଲ, କୋଠାବାଡି ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଣୋହୀ ଜମି ଉପରେ ଠିଆ ହୋଇଛି। ଏ ସବୁ ଆମର ଅଧିକାଂଶ ଦୁର୍ନୀତି ଗସ୍ତ ସରକାରୀ କର୍ମଚାରୀ, ସେବକ ସାବାୟତ, ମଠର ମହନ୍ତଙ୍କ ସହାୟତାରେ ଦୀର୍ଘ ଦିନ ଧରି ଚାଲିଥିଲା ସେଥିରୁ ଅନେକ ମଧ୍ୟ ମରି ହଜି ଗଲେଣି। ଏବେ ବି ପୁରୀରେ କେତକ ପ୍ରତିଷ୍ଠିତ ନେତାଙ୍କ ସହଯୋଗରେ ମହାପ୍ରଭୁଙ୍କ ଜମିରେ ଦଲାଲୀ ଚାଲିଛି, ଆକୁ ସରକାର ଚାହିଁଲେ ବନ୍ଦ କରିପାରିବେନି, କେବଳ ନ୍ୟାୟ ପାଳିକା ବା ମାନ୍ୟବର ଉଚ୍ଚନ୍ୟାୟାଳୟ ଯେଉଁ ଦିନ ଏହାକୁ ହୃଦୟଙ୍ଗମ କରିବେ ସେ ହିଁ ଆକୁ ଅଟକାଇ ପାରିବେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନ। ତେବେ ଏଠାରେ ମାଦଳାପାଞ୍ଜି ଓ ସ୍ୱର୍ଗୀୟ ଜଗବଂଧୁ ସିଂହଙ୍କର ୧୯୨୯ ରେ ପ୍ରକାଶିତ ପ୍ରାଚୀନ ଉତ୍କଳ ପୁସ୍ତକରେ ବିଭିନ୍ନ ସମୟରେ ଗଜପତି ମହାରାଜା ଓ ଅନ୍ୟାନ୍ୟ ରାଜାମାନେ ମହାପ୍ରଭୁଙ୍କ ନୀତି ଓ ସେବାପାଇଁ କେଉଁଠାରେ କେତେ ପରିମାଣ ଜମି, ବାଡି ଭୂମି ଦାନ କରିଥିଲେ ତାର ତାଲିକା ଜାଣିବାକୁ ପାଇବା। ଏହିପରି ରାଜାମାନେ ଭୂମି ଦାନ ଦ୍ୱାରା ଅମୃତ ମଣୋହୀ ସଂପତ୍ତିର କଳେବର ବୃଦ୍ଧି ହେଲା, ପାଠକମାନେ ଏଥିରୁ ବୁଝି ପାରିବେ ଯେ, ଉତ୍କଳୀୟ ରାଜାମାନେ ଧର୍ମ କାର୍ଯ୍ୟରେ କିପରି ଅକାତରେ ଦାନ କରୁଥିଲେ ନିମ୍ନୋକ୍ତ ଭୂମିଦାନ ତାଲିକାରୁ ଆମ୍ଭେମାନେ ତଦାନୀନ୍ତନ ଉତ୍କଳର ଅବସ୍ଥା ବୁଝି ପାରିବା ପ୍ରାଚୀନ ଗ୍ରାମ ମାନଙ୍କ ନାମ ପ୍ରଦେଶ, ଦେଶ, ଜିଲ୍ଲା, ନିମ୍ନ ଜିଲ୍ଲା ପ୍ରଭୃତିରେ ଉତ୍କଳର ବିଭାଗ ପ୍ରଭୃତି ସହଜରେ ଜଣାଯାଏ, ବିଶେ ଅର୍ଥ ବୋଧ ହୁଏ ଚକଲା ଏହି ଚକଲା ମାନଙ୍କରୁ ଯେଉଁମାନେ ରାଜସ୍ୱ ଆଦାୟ କରୁଥିଲେ ସେମାନଙ୍କ ନାମ ବିଶୋଇ ଥିଲା। ଦଣ୍ଡପାର୍ଟ ଅର୍ଥ ପ୍ରଗଣା

ଇନ୍ଦ୍ରଦ୍ୟୁମ୍ନ ମହାରାଜା ବହୁ କାଳ ପୂଜାକରି ବ୍ରହ୍ମଲୋକ ଗମନ କଲେ ଏବଂ ତାହାଙ୍କ ପରେ ଶ୍ୱେତମୁଖ ରାଜା ସେବା କଲେ। କଳି ଆରମ୍ଭ ପରେ ଅନେକ ରାଜା ପରମେଶ୍ୱରଙ୍କୁ ସେବା କରି କାଳ କଟାଇଲେ।

ପ୍ରଥମ ଦେଉଳ ୧୦୦୦ ହାତ ଉଚ୍ଚ ଥିବା କଥା ମାଦଳା ପାଞ୍ଜିରୁ ଜଣାଯାଏ।

ରାଜାମାନଙ୍କ ଦାନଦ୍ୱାରା ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ପୁଷ୍ଟି ଲାଭ କଲା। ଯେ ଯେତେବେଳେ ରାଜା ହେଲେ ସେମାନେ ଜଗନ୍ନାଥଙ୍କ ସେବାପୂଜା ଯାନିଯାତ୍ରା କରି ଅନେକ ଭୂସମ୍ପତ୍ତି ଖଞ୍ଜା କରିଥିଲେ।

୧. ଚୂଡ଼ଙ୍ଗ ଦେବ– ରାହାଙ୍ଗ ବିଶେଖଣ୍ଡି ହାରଗ୍ରାମ ୧ବାଟି।

୨. ବୀରଗଙ୍ଗ– ବେରବୋଇ ଗ୍ରାମ ଦଣ୍ଡା ଗୋପଥ ସହିତ ବା ୩୬୫୦ା୦ା୧୩।

୩. ଏକଜଟା କାମଦେବ– ରାହାଙ୍ଗ ପ୍ରଗନା ଗୁଆଳିପଡ଼ା ଗ୍ରାମ ବା ୧୯୮ା୪ା୩। ଗୁଆଳି ଗ୍ରାମ ବା ୫୮ା୧୦ା୦୮ ଗୁଣ୍ଠ, ଡୋମପୁର ବା ୬୦ା୦।

୪. ମଦନ ମହାଦେବ– ଲେମ୍ବାଇ ଦଣ୍ଡପାଟ ଥେଣ୍ଟେଣା ଗ୍ରାମ ବା ୨୮୭ ଟି, ଖେଲାଉର ବା ୧୮୭ ଟି, ରେଣ୍ଡୋ ବା ୧୦୦ା୪ା୧୪, ଉତ୍ତର ବାଇ ବା ୭୦ ଟି, ବାଲିଆ କରଡ଼ି ବା ୧୦୦ ଟି, ରାଉତକେରା ବା ୪୦/୮, ବଙ୍କିଲୋ ବା ୧୫ା୧୫ା୧୫ ଗୁଣ୍ଠ, ବାମନରୋଆ ବା ୫୧ା୧୦ା୧୧, ଭଁସର ବା ୧୪୦ ଟି, ଥାଣିଜିପୁର ବା ୫୪ା୮ା୧୮ ଗୁଣ୍ଠ, ପାଟଣାପୁର ବା ୨୬ା୨ା୧, ସାଧପଡ଼ା ୪୫ା୯ା୪, ସୁଜନପୁର ବା ୨୪ା୧୬ା୧୭ ଗୁଣ୍ଠ, ପସିଲୋ ବା ୫୭ା୧୭ା୭, ଗଉରଦେଈପୁର ବା ୨୮ା୧୧ା୧୩, ବସନ୍ତପୁର ବା ୭୦ା୧୦ା୦, ବିଳାସପୁର ବା ୪୮ା୧୦ା୪, ବାଲିଆକେରା ବା ୬୦ ଟି।

୫. ରାଜ ରାଜେଶ୍ୱର ଦେବ– ଅଁଳାଓଡ଼ା ବା ୧୭୫ା୫ା୧୧, ଡେଲାଙ୍ଗ ବା ୧୧୯ା୧୪ା୧୪, କୈଳାସପୁର ବା ୧୨୦ା୭ା୨, ବାହାଳାବନ୍ଧ ବା ୬୦ ଟି, ଚୋପେ ବା ୪୦ ଟି।

୬. ଛୋଟା ପୁରୁଷୋତ୍ତମ ଦେବ– ମଣିଜିପୁର ତୋଟା ବା ୪/୩/୫, ପୂର୍ବରେ ବାଇ ପଶ୍ଚିମରେ ବାଇ ବା ୪୦ ଟି, ସହଜପାରି ବା ୧୨୦ ଟି, ସାତକାଳିଆ ବା ୩୦ ଟି, ମହନନରୁଆ ବା ୧୫ ଟି, ସିଂହାରପୁର ବା ୩୦ ଟି, ମୁଧୁନୀପୁର ବା ୩୦ ଟି, ଆୟତନରୁଆ ବା ୧୦ ଟି, ଯୋଜନରୁଆ ବା ୧୫ ଟି, ଆଗରଗୁଣ ବାଇଅଣ ଅଳଙ୍ଗ ବା ୬୦ ଟି।

୭. ଅନଙ୍ଗଭୀମ ଦେବ– ଏହାଙ୍କ ମୁଦଲ “”ସୁଦତ୍ତଂ ପରଦତ୍ତଂ ବା ଯେ ହରନ୍ତି ବସୁନ୍ଧରା ବର୍ଷଷଷ୍ଠୀ ସହସ୍ରାଣି ବିଷୟାଂ ଜାୟତେ କୁମୀ।”

ଏହାଙ୍କ ଅମଳରେ ୧୨ ବସ୍ତି ପଦିକାରେ ଯେଉଁ ମାପ ହୋଇଥିଲା, ସେଥିରୁ ଦେଉଳ ସମ୍ବନ୍ଧୀୟ ଭଉଁରିଆରୁ ନିମ୍ନଲିଖିତ ହିସାବ ମିଳେ।

ପରମେଶ୍ୱରଙ୍କ ଦେଉଳ ବା ୪ ଟି, ମାର୍କଣ୍ଡେଶ୍ୱର ବା ୧ ଟି, ମାର୍କଣ୍ଡେଶ୍ୱର ଚକ୍ରତୀର୍ଥ ବା ୪ ଟି, ଯମେଶ୍ୱର ମା୧୦ଣ, ଶ୍ୱେତମାଧବ, ମତ୍ସ୍ୟମାଧବ, ଶ୍ୱେତଗଙ୍ଗା ତୀର୍ଥ ବା ୨ ଟି, ଉଗ୍ରସେନମାଧବ ଓ ରୁକ୍ମିଣୀମାଧବ ମା୨ଣ, ଦକ୍ଷିଣକାଳିକା ମା୨ଣ, ଚାମଣ୍ଡା ମା୨ଣ, ମରୀଚିକାଦେବୀ ମା୨ଣ, ଅର୍ଦ୍ଧାଶନୀ ମା୨ଣ, ସର୍ବମଙ୍ଗଳା ମା୫ଣ, ଶ୍ରୀଗୁଣ୍ଡିଚା ନବର ବା ୨ ଟି, ବାଳିନୃସିହ ମା୫ଣ, ନୀଳମାଧବ, ନୀଳକଣ୍ଠେଶ୍ୱର ଓ ଇନ୍ଦ୍ରଦ୍ୟୁମ୍ନ ବା ୨ ଟି, ଆଲମଚଣ୍ଡୀ ମା୫ଣ, ସାହିମାନଙ୍କ ଦେବଦେବୀ ମା୧୦ଣ, ଅଠରବ୍ରହ୍ମପୁର ବା ୧୩୬/୬/୦। ଏ ରାଜା ଦେଉଳ ଚାରିଦିଗରେ ଅନେକ ମଠ ସ୍ଥାପିତ କଲେ। ଏମାନଙ୍କ ମଠଧାରୀମାନେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ଦାୟୀ ଥିଲେ, ଯଥା– ପରମେଶ୍ୱରଙ୍କ ଭୋଗନିଯୋଗ ଭଲମନ୍ଦ ବୁଝିବେ। ମୁଦ୍ରାହସ୍ତ ବା ମୁଦାରଥ, ପଶୁପାଳକ, ବ୍ରାହ୍ମଣ ସେବକମାନଙ୍କୁ ସନ୍ଧ୍ୟା, ପୂଜା ଓ ସ୍ନାନ ବିଧି ଶିକ୍ଷା ଦେବେ, କ୍ଷେତ୍ରର ସମସ୍ତ ଲୋକମାନଙ୍କ ଗୁହାରି ବୁଝି ଦଣ୍ଡ ମଣ୍ଡ କରିବା ଲାଗି ପରୀକ୍ଷାକୁ କହିବେ।

ସନ୍ନ୍ୟାସୀ ୫୨ ମଠ ମଧ୍ୟରେ ଆନ୍ଧ୍ର ୧୨ ମଠ, ମହାରାଷ୍ଟ୍ର ୮. ଦ୍ରାବିଡ଼ ୮, କନୌଜ ୫, ହେଙ୍ଗୁଳା ୩, ଓଡ଼ିଆ ୧୪ ମଠ, ଗୌଡ଼ୀୟ ୫ ମଠ, ଏକାଦଶୀ ୩ ମଠ, ମନୋଦଣ୍ଡୀ ୩ ମଠ, ତ୍ରିଦଣ୍ଡୀ ୭ ମଠ। ପ୍ରତି ମଠକୁ ବାସ୍ତୁ ତୋଟା ଆଦି ଏକମାଣ ଲେଖାଏଁ ଭୂମିଦାନ ଦେଲେ ମୁଦ୍ରସ୍ତ ଦୁଇ ମଠ ମଧ୍ୟରେ ପରମେଶ୍ୱରଙ୍କ ବାଡ଼ରେ ମୁଦୀରଥ ବିଷ୍ଣୁଶ୍ୟାମ ମୁଦରସ୍ତ ଦଶ ମଠ ବାଲିରେ ପୋତି ହୋଇ ପଡ଼ିଥିବାରୁ ସେମାନଙ୍କୁ ଦେଲେ ସାତ ବଖରାକୁ ବାସ୍ତୁ ଡିହ ତୋଟା ସହିତ ମା୧୦ଣ। ବଳରାମ ଦେବଙ୍କ ବାଡ଼ ଅଗ୍ନିଶର୍ମା ମଠ ମା୧୦ଣ। ଦେଉଳ ପ୍ରତିଷ୍ଠା କରିଥିବା ଆତ୍ରେୟ ଗୋତ୍ର ପୁରୀରଥ ଆଚାର୍ଯ୍ୟକୁ ସବନ୍ଧୁକୁଟୁମ୍ବ ନେଇ ରହିବାକୁ ଦକ୍ଷିଣପାଶ୍ୱର୍ରେ ରଥସାହି ବା ୪ ଟି। ଉଗ୍ରସେନ ଶବରର ଚାରିପୁଅ ତିନିଝିଅ ଓ କୁଟୁମ୍ବମାନଙ୍କୁ ନେଇ ରହିବାକୁ ଦଇତାପଡ଼ା ସାହି ବା ୬ ଟି। ପତିବଂଶମାନେ ଏକାଠି ରହିବା ଲାଗି ଭିଖାରୀପଡ଼ା ବା ୬ ଟି।

ପାଣିଛଡ଼ା ପଣ୍ଡାମାନଙ୍କ ଡିହବାସ୍ତୁ ଚୂଡ଼ଙ୍ଗସାହି ବା ୩ ଟି। ସିଂହାରୀ ପଶୁପାଳକ ଆଉ ମହାଜନମାନଙ୍କୁ ଡିହବାସ୍ତୁ ନିମିତ୍ତ ଦୋଳମଣ୍ଡପ ସାହି, ବାଲିସାହି ଓ ଯମେଶ୍ୱରପୁର ସାହି ବା ୩ ଟି। ସୁଆର, ମହାସୁଆର ଓ ମୁଦୁଲି ସାହି ବା ୩ ଟି, ଅନ୍ୟାନ୍ୟ ସେବକ ବାଲିସାହି, କାଳିକାଦେବୀ ସାହି, ମାଟିମଣ୍ଡପ ଓ ଚୂଡ଼ଙ୍ଗସାହି ବା ୨୦ ଟି। ଯବନ ଉପଦ୍ରବ ଲାଗି ମାଣିକପାଟଣା ଖାଲକଟା ପଟଣା ଦୁଇ ମୁହାଁଣଠାରେ ରହିବା ଚାପଦଳାଇ ଦୋବନ୍ଧାଠାରେ ରହିବା ଲାଗି ମା ୨୦ ଣ। ପରୀକ୍ଷା ଓ ପରକରଣମାନଙ୍କ ରହିବା ଲାଗି ବା ୩ ଟି। କ୍ଷେତ୍ରରେ ଜଳକୁଳ ପ୍ରଜା ରହିବା ଲାଗି ବା ୨୦ ଟି। କୁମ୍ଭାରପଡ଼ା ବା ୩ ଟି, ମାର୍କଣ୍ଡ, ମହୋଦଧି, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ତୀର୍ଥଠାରେ ସ୍ୱଦେଶୀ ଓ ପ୍ରଦେଶୀ ଯାତ୍ରୀମାନଙ୍କୁ ସ୍ନାନ ଦାନ କରାଇ ଦକ୍ଷିଣା ନେବେ। ଏଥିନିମନ୍ତେ ୨୦ ଜଣ ବ୍ରାହ୍ମଣ ମହାଜନ ଡିହବାସ୍ତୁ ବା ୨୧ ଟି, ଜଳଛତ୍ର ବା ୧୯ ଟି, କୁମ୍ଭାରମାନଙ୍କ ଘର ଡିହ ଲାଗି ସମଙ୍ଗ ଗ୍ରାମରୁ ବା ୭ ଟି।

ଜଗନ୍ନାଥଦେବଙ୍କ ଭୋଗରାଗ ଯାନିଯାତ୍ରାରେ ଖଞ୍ଜା– ଲେମ୍ବାଇଦଣ୍ଡ ପାଟ।

୧. ସାହୁରିଗ୍ରାମ ବା ୧୩୭ା୩ା୭ ଗୁଣ୍ଠ, ୨. ବାଲିହୁଙ୍କା ବା ୩୩ା୫ା୧୦ ଗୁଣ୍ଠ, ୩. ବୋରକଣା ବା ୧୭ା୧୩ା୩ ଗୁଣ୍ଠ, ୪. ମାଙ୍ଗପଡ଼ା ବା ୧୯ା୧୨ା୧୫ ଗୁଣ୍ଠ, ୫. ବଘିଲାପାରି ବା ୪ା୨ା୯ ଗୁଣ୍ଠ, ୬. ଧୁଆପଡ଼ା ବା ୬ା୧୩ା୧୨ ଗୁଣ୍ଠ, ୭. କଡ଼ାମିଲୋ ବା ୧୬ା୪ା୩ ଗୁଣ୍ଠ, ଶଙ୍ଖପଡ଼ା ବା ୩୬ା୮ା୧୦ ଗୁଣ୍ଠ, ଡାକପଡ଼ା ବା ୩୩ା୧୮ା୪ ଗୁଣ୍ଠ, ବାଣପୁର ବା ୧୯ା୧୦ା୧୯ ଗୁଣ୍ଠ, ଗୁଡ଼ପାଇଲୋ ବା ୨୨୫ା୧୦ା୧୨ ଗୁଣ୍ଠ, ବାଲୁପଡ଼ା ବା ୧୬ା୧୭ା୧୪ ଗୁଣ୍ଠ, ଅମୃତପୁର ବା ୨୫ା୧ା୧୮, ସିଉଣା ବା ୨ା୬ା୧୪,, ସାଉତରା ବା ୨୬ା୯ା୧୨, ଗାଙ୍ଗପୁର ବା ୪୭ା୧ା୦, ବଡ଼ାଲୋ ବା ୪୯ା୫ା୨୧, ବେଗୁନିଆ ବା ୬ା୧୭ା୧୮, ରାଢ଼ୋ ବା ୭୩ା୩ା୧୯, ଆଙ୍କୁଲା ବା ୧୧୭ା୭ା୨୪, ମୁଣ୍ଡିଦା ବା ୮୭ା୧୪ା୨୦, କଣପଣିଆ ବା ୬୮ା୫ା୧୫, ସେବତୀପୁର ବା ୫୯ା୪ା୬, ଚାନ୍ଦୋଳ ବା ୧୫ା୧୯ା୧୭, ସଡ଼ାଙ୍ଗୋଇ ବା ୨୫୪ା୮ା୧୯, ଗଣ୍ଡାପଡ଼ା ବା ୮୭ା୧୨ା୨୦, ଓଡ଼ଚାକୀପୁର ବା ୫୦ା୮ା୧୩, ବ୍ରାହ୍ମଣଗଇପୁର ବା ୧୩ା୯ା୨୨, କାଳୁପଡ଼ା ବା ୨୭ା୧୬ା୬, ବ୍ରାହ୍ମଣ ଆଙ୍କୋଇ ବା ୧୬ା୭ା୩, ସବର ଆବୋଇ ବା ୧୬ା୯ା୧୦, ନାୟକପଡ଼ା ବା ୨୦ା୧୪ା୧୩, କୀରୋଣ୍ଡାଲି ବା ୧୪ା୭ା୧୩, ସଙ୍ଗମକେର ବା ୨୫ା୭ା୫, ମଉରା ବା ୬୫ା୬ା୧୪, କେକେଞ୍ଚା ବା ୭ା୭ା୧୦, ଲୋଗେଚାପାରି ବା ୪ା୧ା୧୨, ବାରୀମୂଳ ବା ୩୧ା୧ା୦, କାଟପୁର ବା ୭୦ା୧୯ା୦, ମାଣିଖଣ୍ଡିଆ ପାରି ବା ୩୬ା୯ା୧୯, ଜୟପୁର ବା ୪୮ା୧୫ା୨୧, ନାଗପୁର ବା ୫୪ା୯ା୯, ରତ୍ନପୁର ବା ୪୭ା୮ା୧୪, ତୋଟାପଡ଼ା ବା ୨୨ା୧୭ା୧୭, ରଇସୋଲ ବା ପାୟାପଡ଼ା ବା ୬୨ା୧୧ା୪, କୁମଙ୍ଗ ବା ୧୨ା୭ା୧୦, ଭୋଆଳବସନ୍ତ ବା ୧୪ା୧୦ା୦, ରାହାଡ଼ିଖେଳା ବା ୫୨ା୭, ଖଣ୍ଡୀ ବା ୧୩ା୧୮ା୨୩, ଲାଉପୁର ବା ୬୩ା୫ା୫, ସିଂଘପୁର ବା ୧୮ା୭ ବୋଡ଼ପୁର ବା ୨୬ା୫ା୧୪ ସୁରଙ୍ଗପୁର ବା ୩୩ା୨ା୯ ଘୁଆଳ ବା ୫ା୭ା୭, ତିଗିରିଆ ବା ୪ା୬, ପ୍ରଭାକର ନରେଆ ବା ୧୨ା୧୨ା୨, ପଡ଼ାସୋନ ବା ୫୪ା୧୦ା୨୦, ପଦମାଗୁରି ବା ୧୨, ପାଣିଦେଉଳ ବା ୧୧୭ା୧୪, ଚୋପେଟ ବା ୧୬୯ ଟି, ବରଡୋଲି ବା ୨୭ା୧ା୧୬, କୁମୁଚାଳ ବା ୭୯ା୧୬, ପଡ଼ାରେଙ୍ଗୋଳ ବା ୨୩ା୬, ବସନ୍ତପୁର ବା ୫୫ା୧୧, ନୁଆଙ୍ଗ ବା ୩୮ା୨। ବଡ଼ରେଙ୍ଗାଳି ବା ୪୮ା୧୧ା୨୦, ଚଷାପଡ଼ା ବା ୨୨ା୩, ଦାଳୁଅ ନୂଆପଡ଼ା ବା ୧୦ା୩ା୨୨, କୋଠଟିକାଇ ବା ୧୨ା୩ା୨୨, ଉମରୋ ବା ୨୩ା୪ା୨୧, ବିଲେଣାବିନ୍ଧା ବା ୧୨, କୁଞ୍ଜଗ୍ରାମ ବା ୭୪ା୫, ତୋଟାପଡ଼ା ବା ୭, ଶ୍ରୀକଣ୍ଠପୁର ବା ୩୪ା୧୫, କାକୁଡ଼ିଆପଡ଼ା ବା ୧୦ା୧୦, ଯାଜପୁର ବା ୩୧ା୧୨ ବେତିଆପଡ଼ା ବା ୪ା୧୧ ଯମୁନା ବା ୪ା୭ା୧୦ ଝାଡ଼ପଡ଼ା ବା ୧୨ା୧୦ ବଙ୍ଗ ବା ୫୯ା୪ା୫, ଜଗଦଳପୁର ବା ୧୮ା୨ା୭, ଆଙ୍କପଡ଼ା ବା ୧୩, କରଣପନା ବା ୨୧, ଅନ୍ତପୁର ବା ୨୩୩ା୫ା୦, ଓଡ଼ପଡ଼ା ବା ୧୬ା୮ା୫, ଉର୍ବରେଙ୍ଗୋଳ ବା ୫ା୦୨।

ଦକ୍ଷିଣ ଦିଗ ଦଣ୍ଡପାଟ ରାହାଙ୍ଗ ବିଶେରେ–

କୋଟକଣା ବା ୭୧ା୧୦ା୦, କୁରୁଣ୍ଡିଗ୍ରାମ ବା ୧୭ା୧୦, ଖଣ୍ଡିହର ବା ୬୯ା, ଦୁଗଲ ବ୍ରହ୍ମପୁର ବା ୪, ପାଙ୍କୋଜ ବା ୧୬୨ା୨, ରେଣ୍ଡୁଆ ବା ୭୩ା୧୦, ଅଡ଼ୁବା ବା ୨୦ା୧୦, ଗଉଡ଼ୁଣୀ ପଲୀ ବା ୧୭, ବିନ୍ଧା ବା ୬ା୮, ଛେଳିଆକେରା ବା ୧୨, କୋଧଡ଼ାପଡ଼ା ବା ୧୨। ଇରିଗିଶ ବା ୧୩ା୧, ଅଳସଣା ବିନ୍ଧା ବା ୨ା୨ା, ଆରୁଆ ବା ୭୭, ନଳଣିକଳା ବା ୨, ଅଲଣ୍ଡା ବା ୧୬ା୧୬, ଅଲନ୍ତାବିନ୍ଧା ବା ୫୦। ବଗୁଲା ବାଙ୍କ ବା ୧୨, ଦୁଲାରପୁର ବା ୬ା୬, ନୂଣିଆପଦା ବା ୬, ଗୋପାଳୀ ବ୍ରହ୍ମପୁର ବା ୧୬, ବାଲିପଡ଼ା ବା ୨୧।

କୋଟରାହାଙ୍ଗ ବିଶେରେ– ସୁରିସୁରପେଣ୍ଠ ବା ୧୬ା୧୬, ଓଡ଼ତିର ବିନ୍ଧା ବା ୧୮ା୫, ମହାବଳପଡ଼ା ବା ୮ା୧୦, କସରଦା ବା ୧୫, ସୋଲବ୍ରହ୍ମପୁର ବା ୪, ଧାରଗଳ ବିନ୍ଧା ବା ୫, ସମନରୁଆ ବା ୬, ବଡ଼ଜଗନ୍ନାଥପୁର ବା ୧୦, ସମସରପୁର ବିନ୍ଧା ବା ୨ା୧୦, ଅଢ଼ାମ ବା ୧୮, ତାଳପଡ଼ା ବା ୭, ଊଣାପୁର ବିନ୍ଧା ବା ୧୪, ତକ୍ଷଣପୁର ବା ୭।

ପୂର୍ବଉଆଇ ବିଶରେ – ସକା ବା ୧୩ା୧୫, ଉଲଣ୍ଡି ବା ୨୭ା୩, ଓସତପୁର ବା ୫୫ା୭, ତୈ୍ରଲୋକ୍ୟ ବ୍ରହ୍ମପୁର ବା ୪, ତିଳିପଦା ବ୍ରହ୍ମପୁର ବା ୩, ଉଦାସ ବା ୨୦ା୮, ସିଆଣ୍ଡୋ ବା ୨୭ା୨, ସୁଦଖଣ୍ଡ ବା ୧୬ା୮, ପଲ୍ଲୀ ଦାରୁଗ୍ରାମ ବା ୧୪ା୮, ବାରଣା ବା ୪୮ା୧୪, ଆଳକିଆ ବା ୩୫ା୩, ଜମାରସୁଅାଁ ବା ୯୩ା୧୫, ସାଗଣ ବା ୨୫ା୧୮, ପରିସାଗୁଣା ବା ୨୦, ସୁପରିଗ୍ରାମ ବା ୪ା୪ା, ଆଳତେରଙ୍ଗ ବା ୩୦ା୫, ଷୋଳପୁର ବା ୩।

ପଶ୍ଚିମଡ଼ୁଆଇ ବିଶେରେ-ଅନନ୍ତପୁର ବିନ୍ଧା ବା ୧୫ା୧ା୧୬, ବିଷ୍ଣୁପୁରୀ ବା ୪୨, ସାହାଡ଼ାପଡ଼ା ବା ୮ଟି।

ଓଳଧାର ବିଶେ-ଆଳୋଙ୍ଗ ବା ୫୭, ବଟଲଭା ବା ୯ା୪, ମବକିପୁର ବା ୪, ଲଙ୍କସାଇ ବା ୭ା୯, ମାଣକଣ୍ଟା ସିଳିବନ୍ଧା ବା ୨୯୯ଟି, ତୋଡ଼ାଇ ବ୍ରହ୍ମପୁର ବା ୩, ଓଡ଼ସରିପଡ଼ା ବା ୨୭, ବଘା ବା ୫୮ା୭, ଡିଙ୍ଗୋର ବା ୯୮ା୧୪, ଦେଖନ୍ତୀ ବା ୨୪, ଇଉରି ବା ୪୮ା୧୦, ବଦଳାପଡ଼ା ବିନ୍ଧା ବା ୧, ଅିମା ବିନ୍ଧା ବା ୪, ମହାପୁର ବିନ୍ଧା ବା ୧, ବିଦରଡ଼ା ବିନ୍ଧା ବା ୨୨ା୨, ଚଟୋଳ ବା ୧୧, ଭୁଅାଁ ବା ୧୪, ସୁଳେତି ବା ୪୩ା୧୧, ଦେପୁର ବା ୧୧, ଗଇଣ୍ଡୋଳ ବା ୬୯ା୧୦।

ବାଅାଁ ଚାଷ ବିଶେ–ଘବାଇଶୁଣି ବ୍ରହ୍ମପୁର ବା ୫, ବାଣୀଲୋ ବା ୮ା୮, ମୋଚିଲୋ ବା ୨ା୧୫, ଗୋବରାଳ ବର ୧ର୧୯ଳ ମତାପୋଖରୀ ବା ୫ା୧୦, କଂସାଲୋପାଟ ବିନ୍ଧା ବା ୬, ଦାରୁଭୋଗ ବା ୫, ଗରାଇଲେ ବା ୪, କେଉତୁଙ୍ଗୀ ବା ୫, ଅଣ୍ଡିଆ ବା ୫, ବଡ଼କୁଦ ବା ୨, ସାନକୁଦ ବା ୧, ଗିରିମା ବା ୩, ଜଟାଳୀ ବା ୨, ବ୍ରାହ୍ମଣକେଣ୍ଡା ବା ୨ା୧ା, ନାରାୟଣଗୁଣ୍ଡି ବା ୬, ବାଙ୍କୋଡ଼ ବା ୭ା୧୦, ମାଣିତରେଆ ବା ୧ା୧୦, ମାଛପଡ଼ା ଚିଣ୍ଡାଇଲୋ ବା ୭, ସେଙ୍ଗ ବା ୩, ବଙ୍ଗାଳକ ବା ୩, ମରିଦୋ ବା ୩, ବଡ଼କିଳା ବା ୧୮, କେପରାତି ବା ୧୮।

ଅନ୍ତରୋଧ ବିଶେ-ନରୋସୋ ବା ୯ା୧୦ ଓଲୋଶୋ ବା ୧୭।

ଡମାରଖଣ୍ଡ ବିଶେ– ଖେଳପୁର ଆଳଞ୍ଚିଆ ଓ ସମଳାଣ୍ଡୁ ବା ୪୩ା୮, ଭୋଗଷୋଳ ବିନ୍ଧା ବା ୧୦, ସିଆପାରେଆ ବା ୧୨, ଧୋବାପାରି ବା ୧୫, ମାଛପଡ଼ା ବା ୫, ପାଚୋଳା ବା ୧ା୧୦, ବରିମୁଣ୍ଡ ବା ୩, କଣ୍ଟିଲୋ ବା ୧୭।

କୁରୁଲୋ ବିଶେ – ସିଂହଳ ବ୍ରହ୍ମପୁର ବା ୨୦, ମାଆଙ୍ଗବିନ୍ଧା ବା ୪, ବ୍ରହ୍ମପୁର ବା ୧୪ା୧୩।

କୁଦାହାର ବିଶେ– ନୂଆ କନ୍ଦଳ ଜଗନ୍ନାଥପୁର ବା ୧୦, ବର୍ତ୍ତନ ବା ୫, ସାନମଧୁଣିଆ ବା ୧୮ା୧୦, ଓତାହରଣ ବିନ୍ଧା ବା ୪୦।

କାଟେ ବିଶ-ସୁଦୁବଛାଳୋ ବା ୨୦, ପିତାପଡ଼ା ବିନ୍ଧା ବା ୪।

ସାଇଲୋ ବିଶେ– ବ୍ରାହ୍ମଣ ସାଇଲୋ ବିନ୍ଧା ବା ୪, ମଙ୍ଗଳାଚଣାପଡ଼ା ବିନ୍ଧା ବା ୪।

ସାଇବିରି ବିଶେ– ବଙ୍ଗାକୋ ବନ୍ଧା ବା ୪, ସାଳଜଙ୍ଗବିନ୍ଧା ବା ୨।

କୋଠଦେଶ ଦଣ୍ଡପାଟ– ପାଣିକଟା ବା ୪୩ା୧୩, ଗୁହିଲୋ ବା ୩୮ା୧୫, ଇଦାଳୋ ବା ୨୬, ବଦଳାବିନ୍ଧା ବା ୪, ଆଳିପିଙ୍ଗଳ ବିନ୍ଧା ବା ୪, ଉଭୟ ସୁଆରି ବା ୪୦, କାନ୍ତିଆ ବା ୨୬, କରାଣ୍ଡିପୁର ବିନ୍ଧା ବା ୭ା୧, ଦେଣ୍ଡାଓବିନ୍ଧା ବା ୫, କଳିଆଯୋଡ଼ି ବା ୩, କାନେରୀ ବିନ୍ଧା ବା ୩ା୬, ପୋଡ଼ାକେରା ବ୍ରହ୍ମପୁର ବା ୧୨, ବାନ୍ଧଣ ବା ୧, କୋଟକଣା ବା ୧, ତରପଡ଼ା ବା ୩୦, କମଳପୁର ବା ୧୬, ଟୋଣ୍ଡଙ୍ଗ ବା ୧।

ପରଙ୍ଗ ଦଣ୍ଡପାଟ– ପୁରଶାହିଗ୍ରାମ ବା ୧୦, ଗୋଲାପଡ଼ା ଗ୍ରାମ ବା ୪, କେରନ୍ଦା ଗ୍ରାମ ବା ୧୨, ଉପାନ୍ତର ବା ୮, ଇନିସିଂହଗ୍ରାମ ବା ୩, କୁଳନ୍ତରା ବା ୧୮, ହାତିଆପଦ ବିନ୍ଧା ବା ୧।

କୋନ୍ଦରା ଦଣ୍ଡପାଟ– ଜିଲୋଡ଼ଗ୍ରାମ ବା ୧୬, କୁରଳବାଣିଆ ବିନ୍ଧା ବା ୩, ପୁରଶାହିଗ୍ରାମ ବା ୧୦, ଛତାହାର ବିନ୍ଧା ବା ୨, କୁଅାଁଲୋ ବିନ୍ଧା ବା ୪, ମଇଲାଣ ବିନ୍ଧା ବା ୨, ଅନାଇ ବିନ୍ଧା ବା ୧, ମଙ୍ଗଳରପୁର ବା ୬, ଉରମୁଖୀ ବା ୪, ଉମାପୁର ବା ୬, ଖାରଦ ବିନ୍ଧା ବା ୪, ତଉପଡ଼ା ବା ୪, ମୁରୁଆ ବିନ୍ଧା ବା ୨, ଚାଳିଶ ଗ୍ରାମ ବା ୧୨, ଭିଖାରୀ ଶାହି ବା ୪, ଚିତାଗଙ୍ଗ ବିନ୍ଧା ବା ୨।

ଚବିଶକୁଦ ଦଣ୍ଡପାଟ– କାଟିଲୋ କୋଠଗ୍ରାମ ବା ୫୬ା୧୫, ଜୟମଲ ଗ୍ରାମ ବା ୧୨, କାଳିସିଗ୍ରମା ବା ୧୫ା୧୧, ଆଇତି ବ୍ରହ୍ମପୁର ବା ୭, ଗୋପ୍ରଗ୍ରାମପୁର ବା ୪୬ା୧୭, ଖୁଦରିଆପଦା ବ୍ରହ୍ମପୁର ବା ୧୧ା୧୬, ପଲଙ୍କ ଗ୍ରାମ ବା ୧୫୪, ମଣପଡ଼ା ବ୍ରହ୍ମପୁର ବା ୯, ନୂଆକନ୍ଦିଳ ଜଗନ୍ନାଥପୁର ବା ୫, ଖଣ୍ଡାଇଗ୍ରାମ ବା ୬୩, ସାଇଗ୍ରାମ ବା ୨୧ା୧୫, ଲେଣ୍ଡୋ ବା ୮୪, ବେଦରପତି ବା ୮୪, ଦରଉଡ଼ି ବା ୫୪ା୨, ଅଥରବ ବା ୨୬ା୧୦, ଦେଢ଼ୁସଣି ବା ୨୮, ଦଶରାକ୍ଷକୁଦି ବା ୭ା୧୦, ସଂକଳ୍ପପୁରି ବିନ୍ଧା ବା ୬, ନଳଗ୍ରାମ ବା ୧୦ା୧୦, ସିଳିପଦା ବା ୨୪, ବୁଦ୍ଧସାହି ବା ୮, ମହାଦେବପଦା ବା ୮, କନ୍ଦାଇପଦା ବା ୮, ଶୀତଳପଦା ବା ୮, ଶାସନ ଗୋଠଗ୍ରାମ ବା ୮, ରଣିଆପଦା ବା ୮, କୋକଲ ବା ୮, ଘଣପଣ ବା ୨୨, ଗଉଡ଼ ରଣପଡ଼ା ବା ୨୫, ବିଦୂର ଗ୍ରାମ ବା ୧୦ା୧୦, ଚଣ୍ଡୀପୁଟଗ୍ରାମ ବିନ୍ଧା ବା ୫, ମୁସୁନିଫଳି ବା ୨, କାଳିକା ନୂଆପଡ଼ା ବା ୧୯, ଅଲଣ୍ଡା ବା ୨୨ା୫।

ଆସିକାସି ଦଣ୍ଡପାଟ– ବାଲନ୍ତରଗ୍ରାମ ବା ୨୫, କୁଳକନେକା ବା ୧୦, କନାସିରା ବା ୪୦, ଦୁରୁଭୋଗର ବା ୧୨, ରୂରିତୋଳା ବା ୧୨, ଛଦେଶଗ୍ରାମ ବା ୧୩୬।

କଳିଙ୍ଗ ଦଣ୍ଡପାଟ– ପନାତିଆଦେଶ ବା ୫, ଗ୍ରାମ ୧୮୦ ବାଟି। ପୂର୍ବଦିଗ ଦଣ୍ଡପାଟ ତେଲଙ୍ଗା ଗ୍ରାମ ୩୯ ବାଟି।

ବୁରିଆ ବିନ୍ଧା ବା ୩୩, ଅଲଣ୍ଡୋ ବା ୨୩ା୧୦, ସାଳଖଣ୍ଡ ହୋତାଗ୍ରାମ ବା ୪ା୧୦, ଲଙ୍କଶବନାଲୋ ଗ୍ରାମ ବା ୪ା୧୦, ୟେଡ଼ାଇ ବିନ୍ଧା ବା ୪, ଗଙ୍ଗପଡ଼ା ବିନ୍ଧା ବା ୪, ତରତାଳସିପଡ଼ା ବା ୧ା୧୦, ଛତିଆକସରି ବିନ୍ଧା ବା ୮।

ପଶ୍ଚିମଦିଗ ଦଣ୍ଡପାଟ– କଇଲିପଡ଼ା ବା ୧୩, ଉଳୁକାବିନ୍ଧା ବା ୫, ଲିଆବିନ୍ଧା ବା ୭, ଓଡ଼ଦାବିନ୍ଧା ବା ୮।

ଭଦ୍ରଖ ଦଣ୍ଡପାଟ– ଧାମନଗର ବିଶେ ଝାଡ଼କଟା ବ୍ରହ୍ମପୁର କୁଣ୍ଡବ୍ରହ୍ମପୁର ବା ୪୦, ବାଗୋଦା ବ୍ରହ୍ମପୁର ବା ୨୫, କୋରଣ୍ଡ ଗୋପୀନାଥପୁର ବା ୬, ଚଣ୍ଡିବ୍ରହ୍ମପୁର ବା ୫, ହୋଲଦା ପୁରୁଷୋତ୍ତମପୁର ବା ୨ା୧୦, କୋଉଡ଼ାସ ବ୍ରହ୍ମପୁର ବା ୬, ମଙ୍ଗଳ ବ୍ରହ୍ମପୁର ବା ୧୦, ନଉଡ଼ ବ୍ରହ୍ମପୁର ବା ୧୧, ବିଜେ ନରସିଂହପୁର ବା ୨, କାପୋର ବ୍ରହ୍ମପୁର ବା ୩ା୧୦।

ସୋରୋ ଦଣ୍ଡପାଟ– ତ୍ରୈଲୋକ୍ୟ ବ୍ରହ୍ମପୁର ବା ୧୫, ଯାମୁନାଦାରି ଯାମୁନାଚକ୍ର, ଯାମୁନି ତିନି ଗ୍ରାମ ବା ୫, କନ୍ଦଳ ସିଆଳପୁର ବା ୬, ଗଛଦେଶ ବା ୫, କୋକଣ୍ଟାମାଣ ତିରି ବ୍ରହ୍ମପୁର ବା ୨୬। କୁଣ୍ଡଳପୁର ବା ୧୭। ଝାଡ଼ରଙ୍ଗିଆ ବ୍ରହ୍ମପୁର ବା ୧୫।

ଗଣଶର ଖଣ୍ଡ ବିଶେ– ବିନାୟକ ବ୍ରହ୍ମପୁର ବା ୪, ଗୋପୀନାଥପୁର ବା ୧ା୧୦।

କାଏନ୍ଦା ବିଶେ– କମଳପୁର କୃଷ୍ଣପୁର ବା ୧୨ା୧୨, ମାଣିପୁରୁଷୋତ୍ତମ ବ୍ରହ୍ମପୁର ବା ୧ା୧୨।

କୁଡ଼େବିଶେ– ପୁରୁଷୋତ୍ତମ ବ୍ରହ୍ମପୁର ବା ୧ା୧୨, ବଡ଼ ଗୋପୀନାଥପୁର ବା ୪ା୧୪, ଜଗନ୍ନାଥପୁର ବା ୧, କୁମ୍ଭାରକୁଣ୍ଡି ଲକ୍ଷ୍ମୀ ନାରାୟଣପୁର ବା ୨ା୮, ଅଳସି ପୁରୁଷୋତ୍ତମପୁର ବା ୫ା୨୨, ବ୍ରହ୍ମପୁର ବା ୪ା୧୨।

ଜୟପୁରବିଶେ– ମାଛପୁର ବା ୮ା୪, ଧାନସଳୀ ପୁରୁଷୋତ୍ତମପୁର ବା ୬ା୮, କୃଷ୍ଣଦାସପୁରୁଷୋତ୍ତମପୁର ବା ୫ା୧୨।

ଖଜୁରି ବିଶେ– ନୀଳକଣ୍ଠପୁର ବା ୪, ପେମ୍ପଣା ନରସିଂପୁର ବା ୪, ଅନନ୍ତ ପଣ୍ଡା ନରସିଂହପୁର ବା ୩ା୪ା୭, ଗଣେଶପୁର ବା ୧ା୧୨, ସାନନୀଳକଣ୍ଠପୁର ବା ୧ା୧୨।

ସୁନାରିବିଶେ– ଜୟାଧରପୁର ଆଗରପୁର ବା ୪, ପରାପର ବ୍ରହ୍ମପୁର ବା ୫।

ତଣିଆ ଦଣ୍ଡପାଟ– ଶ୍ରୀଲୋ ସରସ୍ୱତୀପୁର ବା ୮, ସିଠିକରପୁର ବା ୩, ସୁନ୍ଦର କୋଳିପୁର ବା ୩୨, କୋନିପଡ଼ା ସଠିଆ ଶ୍ରୀରାମପୁର ବା ୪, ପାଣିପଡ଼ା ଲକ୍ଷ୍ମୀପୁର ବା ୪, ଲକ୍ଷ୍ମୀନୃସିଂହପୁର ବା ୧, ଇଆଡ଼ବିସୁଦେପୁର ବା ୪, ସୁଦିସୋଣା ପୁରୁଷୋତ୍ତମପୁର ବା ୧ା୧୨।

ଜଳେଶ୍ୱର ଚଇଡ଼– ଝାଡ଼କଣ୍ଟା ବ୍ରହ୍ମପୁର ଜଗନ୍ନାଥପୁର ବା ୮, ଶିଖରପୁର ବା ୧୬, ଗୋମୟେ ଏକଚାଳିଆ ପୁରୁଷୋତ୍ତମପୁର ବା ୧।

ଦାନ୍ତୁଣି ଚଉଡ଼– ଝାଡ଼କଣ୍ଟା ବ୍ରହ୍ମପୁରରଦାଣ୍ଡରିମା ବ୍ରହ୍ମପୁର ବା ୫୭ା୧୬।

ମାଳ ଯୋଟିଆ ଦଣ୍ଡପାଟ– ଅଗସ୍ତି କଣ୍ଟାବଣିଆ ବ୍ରହ୍ମପୁର ବା ୧୬, କୁଆବସାଣ ଓଗରଲୁଣଅମୃତମୁଣୋହୀ ରୋଷଘର ଚକପିଆ ଅଡ଼ାରେ ଲକ୍ଷ୍ମୀ ସରସ୍ୱତୀ ଦେଉଳ ଭୋଗ ଏପରି ମୋଟରେ ମା ୧୮୮୧ ଣ ଲୁଣ। ଏଥିମଧ୍ୟରୁ କେତେକ ୧୨ ଦସ୍ତି, କେତେକ ୧୪ ଦସ୍ତି ଓ କେତେକ ୧୮ ଦସ୍ତି ମାଣ ଅଛି।

୧୮ ଦସ୍ତିରେ– ୧୯୬୪ ବାଟି ବାଟିକୁ ସୁନା ୩ ମାଢ଼ ଲେଖାଏଁ ୧୪୬୦୪ ମାଢ଼।

୧୪ ଦସ୍ତିରେ– ୪୮୬୮ ବାଟି ବାଟିକୁ ସୁନା ୩ ମାଢ଼ ଲେଖାଏଁ ୧୪୬୦୪ ମାଢ଼।

୧୨ ଦସ୍ତିରେ– ୭୦୦୦ ବାଟି ଏ ବାଟିକୁ ସୁନା ମା ୨ା୫ ଚିନା ଲେଖାଏଁ ୧୭୫୦୦ ମାଢ଼, ଏପରି ମୋଟ ଭୂମି ୧୩୮୩୨ ବାଟିକୁ ସୁନା ୩୯୯୬୦ ମାଢ଼ ହାଟଭାଗକୁଳପ୍ରଜା କଉଡ଼ି ୬୦୦ କାହାଣକୁ ସୁନା ୪୦ ମାଢ଼।

ବଡ଼ରାଏ ନରସିଂହ ଦାନ ?

ଦକ୍ଷିଣ ଦଣ୍ଡପାଟ ରାହାଙ୍ଗ ବିଶେ– ଆଳିଳିଆ ବା ୪୪। ଆଳଯିଆ ବା ୭୫ା୧୫, ରୁଆ ବା ୨୦, ଗୋଠପଡ଼ା ବା ୯ା୧୦, ଅଳଷଣା ବା ୧୦୦ା୧୫, ବେଣାକେରା ବା ୮।

ଓଳଧାରବିଶେ– ଆଳତୁମ୍ବ ବା ୨୬ା୯, ବଡ଼ମାଞ୍ଚିଆ ବା ୮ା୧୦, ବ୍ରାହ୍ମଣ ଓଗଳି ବା ୬ା୧୮, ସାନମାରିଆ ବା ୮, ଆରଖୋଳବିନ୍ଧା ବା ୪।

ପୂର୍ବଡୁଆଇ ବିଶେ– ନରସିଂହ ମୁଦକୁ କର୍ପୂରକୁଦ ବା ୪।

କୁରୁଲ ବିଶେ– ବେଦମ୍ବ ବା ୮୧୦, ଚକ୍ରପଡ଼ା ବା ୩ା୧୦, କୁସୁଆରୀ ୧୪।

ଅନ୍ତର୍ଦ୍ଧ ବିଶେ– ରାଜରାସି ବା ୩୮ା୧୦, ଅଡ଼ାଲୋ ବା ୨୭।

ଓକାରଖଣ୍ଡ ବିଶେ– ସମନଣ୍ଡୁ ଗ୍ରାମ ବା ୬, ସାନ ନରୁଆ ବା ୧୮।

କାଦୋ ବିଶେ– ତେଲରୀ ଗ୍ରାମ ୨୫ା୫।

ସାଇଲୋ ବିଶେ– ସୋଗ୍ରାମ ୧୩।

ମରଡ଼ା ବିଶେ– ପୁଲିଙ୍ଗ ବ୍ରହ୍ମପୁର ୧୪।

କୋଠଦେଶ ଦଣ୍ଡପାଟ– ନୂଆକେରୀ ୫୦ା୭, ଜନ୍ମେଜୟପୁର ୧୯ା୫।

ଚଉଦିଶେ ଦଣ୍ଡପାଟ– ୧୫୯ା୧୯ ବାଟି।

ଶିରାଇ ବିଶେ– ୩୯ ବାଟି।

କବର ବିଶେ– ୫୦ ବାଟି।

ତଳିଓର ବିଶେ–୧୧୨ା୨ ମାଣ, ଆସିକା ଦଣ୍ଡପାଟ ୨୦୦ ବାଟି, ଭଦ୍ରଖ ଦଣ୍ଡପାଟ ଧାମନଗର ବିଶେ ୧୧୭ା୧୬, ଗଏଦେଆବିଶେ ୭୫ା୧୨, ଭରିପଡ଼ାବିଶେ ୧୧ ବାଟି, ଆଙ୍କୋଡ଼ାବିଶେ ୨୬୨ା୧୦ ମାଣ, ସୋରଦଣ୍ଡପାଟ ବାଁଚାଷବିଶେ ୩୦ା୧୪, ବିସିଣିଖଣ୍ଡିବିଶେ ୧୧୧ା୮, ବେଣାହାରବିଶେ ୨୮ ବାଟି, ସରଘରବିଶେ ୧୧୬ା୫, ରେମୁଣା ଦଣ୍ଡପାଟ ଝାଡ଼କଣ୍ଟା ବ୍ରହ୍ମପୁରବିଶେ ୩୧୪ା୪, ଲୀଣଖଣ୍ଡବିଶେ ୮୬ା୫, ଆରିଗଳାବିଶେ ୧୫୦ା୧୨, ମୋଖରାବିଶେ ୧୨୫ା୧୮, ମୂଳଖାଇବିଶେ ୪୦ା୪, ମାଣଦାବିଶେ ୨୪, ବୟାଳିଶବିଶେ ୩୯ା୧୦, ଆକୋସୁଦାବିଶେ ୨୧ା୮, ତାଳମଙ୍ଗଳବିଶେ ୧୨ା୧୬, ରାଇକମାବିଶେ ୪୪୨ା୧୯ା୨୦, ସରଡ଼ାବିଶେ ୧୯ା୧୨, ତାଳଗାଁବିଶେ ୨୩ା୮, ରଏଣ୍ଟବିଶେ ୧୪୨ା୧୦, ସାନଟିଆଚଉରା ୯୦, ସୁରକଡ଼ା ଚଉରୀ ୫ା୧୨, ରାଜମେମୁଣା କଟକରେ ରହି ବାରଣସି (ବିଡ଼ାନାସି) କଟକକୁ ଆସିବା ସମୟରେ ପରମେଶ୍ୱରଙ୍କୁ ଦାନ କଲେ ୧୪୪୭ା୭ା୨୦ ଗୁଣ୍ଠ, ଅଳାଚଷାଣଖରଡ଼ାଲୀଣ ରୋଷ ଚକରିଆ ଅଢ଼ାରେ ମା୧୦୫୦ଣ, ପଦ୍ମ କଇଳି ତୋଟାର ବିଳାସ କଦଳୀ ୯୫୦୦ ଗୋଟା। ଏ ମହାରାଜାଙ୍କ ପାଟ ମହାଦେଈ ଲୀଳାଦେବୀଙ୍କ ଦତ୍ତ।

ଚବିଶକୁଦ ଦଣ୍ଡପାଟରୁ ଶୀତଳ ଭୋଗ ଲାଗି ୨୯୨୫ା୨ା୨୦ ଗୁଣ୍ଠ, ଖରଡ଼ାଳୀଣ ୧୦୫୦ ମାଣ, ବିଳାସ କଦଳୀ ୯୫୦୦।

ଲାଙ୍ଗୁଳା ନରସିଂହଦେବ–ଭୂମିଦାନ ୫୮୪ ବାଟି, ଖରଡ଼ାଲୀଲା ୭୩୦ ମାଣ।

କବିନରସିଂହ–ଭୂମି ୨୬୧ା୧ ମାଣ, ଖରଡ଼ାଳୀଣ ମା୭୩୦ଣ। ଏହାଙ୍କ ମାତା ବିରଜା ଦେଈ ଦେଲେ ଭୂମି ବା ୯୬ଟି, କଉଡ଼ି ୧୮୨୫ କାହାଣ।

୨ୟ ଭାନୁଦେବ–ଭୂମିଦାନ ୧୭୬ା୧୦, ଲୀଣ ୪୫୬ ମାଣ।

୨ୟ ପ୍ରତିଭାନୁ–କଉଡ଼ି ୨୭୪୦ କାହାଣ, ଲୀଣ ୯୭ ମାଣ।

ବୀରବାସୁଦେବ–ଭୂମିଦାନ ବା ୫୬୩୧ା୨ା୨୦, କଉଡ଼ି ୪୫୬୫ କାହାଣ, ଖରଡ଼ା ଲୀଣ ୧୧୮୩ ମାଣ।

କପିଳେଶ୍ୱର ଦେବ–କଉଡ଼ି ୭୨୦୦୦ କାହାଣ, ଦକ୍ଷିଣ ଦିଗ ରାହାଙ୍ଗବିଶେ ଆଳସରଙ୍ଗ ୩୪୫ ବାଟି, ପଛିପାଳ ୧୧୭ା୫, ସାହାଣିକେରା ୧୧୧ା୧୦, ପିଳିପିଳା ୧୧୯ା୫, ଉତ୍ତରହଣା ୧୨୫, ସିଂହକୁଦା ୩୦, ବିଝାଁରପଡ଼ା ୪୦, ପ୍ରଭୃତି ୧୬୨୧, ୧୫ ମାଣ ଡିହମଛଦରା କଉଡ଼ି କା ୬୮୍ୟ। ଲୀଣ ୩୨୬୬ ମାଣ।

ପ୍ରତାପରୁଦ୍ରଦେବ–ରାହାଙ୍ଗବିଶେ ଅଳଗୁମ ଗ୍ରାମ ୨୬୧ ବାଟି, ସୁବଳଗ୍ରାମ ୨୬୦ା୬, ବାମରଡ଼ା ୨୧୪ା୫, ବାଣପୁର ୪୮ା୨, କମଳପୁର ୨ ବାଟି। କଉଡ଼ି ୬୬୬ କାହାଣ। ଏହାଙ୍କ ପାଟମହାଦେଈ ପଦ୍ମାବତୀ ୩୬୩ା୧୯ ମାଣ ଭୂମି ଦେଲେ।

ପୁରୁଷୋତ୍ତମଦେବ–ଭୂମିଦାନ ୩୭୦ା୧୧ ମାଣ। ଏ ସବୁ ସମ୍ପତି ମହାପ୍ରଭୁଙ୍କ ନାମରେ ଅଛିତ?

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top