ଅପରାଧ

ବହୁଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ବରଗଡ଼ ୨୨-୪ (ଓଡ଼ିଆ ପୁଅ/ବିଜୟ ସାହୁ) ଗତ ୨୦୧୪ ନଭେମ୍ବର ୩୦ ତାରିଖ ବରଗଡ଼ ଘୁଲିପାଲି ଠାରେ ଘଟିଥିବା ବହୁଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ମାମଲାରେ ବରଗଡ଼ର ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାରେ ବରଗଡ଼ ଟାଉନ ଥାନାରେ ଅଭିଯୁକ୍ତ ପରଦେଶୀ ସାହୁ ଘୁଲିପାଲି ଠାରେ ଜଣେ ପଡୋଶୀଙ୍କ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ପରଦେଶୀ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୩୭୬, ୩୪୨, ୨୦୧ ଓ ୬ ପୋସ୍କୋ ଆଇନ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ଏହି ମାମଲା କୁ ସବ ଇନସ୍ପେକ୍ଟର ସ୍ୱପ୍ନିଳ ସୁଚରିତା ସାହୁ ତଦନ୍ତ କରିଥିଲେ।ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ପରଦେଶୀ ସାହୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କେଶଟି ରେଡ଼ ଫ୍ଲାଗ ଭାବେ ଚିହ୍ନଟ ହୋଇଥିବା ବେଳେ ମକଦ୍ଦମାଟିକୁ ପରିଚାଳନା ପାଇଁ ଗୃହ ବିଭାଗ ତରଫରୁ ବରିଷ୍ଠ ଓକିଲ ଶିରିଶ ବଲ୍ଲଭ ମିଶ୍ରଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା। ଏଠିରେ ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଦେବ ବାରିକ, ସୁଂଜ୍ଞାତ ପାଣିଗ୍ରାହୀ ଓ ଅପ୍ରମିତ ମିଶ୍ର ପ୍ରମୁଖ ମକଦ୍ଦମା ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top