ଓଡ଼ିଶା

ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଅନ୍ୟ ଦୋଷୀଙ୍କୁ ୨୦ – ୨୦ ବର୍ଷର କାରାଦଣ୍ଡ

ଯୌନ ଶୋଷଣ ଆରୋପରେ ପ୍ରାୟତଃ ୫ ବର୍ଷରୁ ଅଧିକ ସମୟ ଜେଲରେ ବନ୍ଦ ଆଶାରାମଙ୍କୁ ଆଜି ଜୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଅନ୍ୟ ଦୋଷୀଙ୍କୁ ୨୦ – ୨୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି। କୋର୍ଟ ଜେଲରେ ହିଁ ଲାଗିଥିଲା ଏବଂ ଜେଲ ଭିତରେ ହିଁ ନିଷ୍ପତି ଶୁଣାଯାଇଥିଲା।

ମୁଖ୍ୟ କଥା:
ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ଅନ୍ୟ ଦୋଷୀଙ୍କୁ ୨୦ ବର୍ଷର କାରାଦଣ୍ଡ
୨୦୧୩ ରେ ୧୬ ବର୍ଷର ଅନୁଗାମୀଙ୍କ ସହ ଯୌନ ଶୋଷଣର ଆରୋପ
ଆଶାରାମ ୨୦୧୩ ରୁ ହିଁ ଜେଲରେ ବନ୍ଦ
୯ ସାକ୍ଷୀଙ୍କ ଉପରେ ଆକ୍ରମଣ, ୩ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ): ଯୌନ ଶୋଷଣ ଆରୋପରେ ପ୍ରାୟତଃ ୫ ବର୍ଷରୁ ଅଧିକ ସମୟ ଜେଲରେ ବନ୍ଦ ଆଶାରାମ ଉପରେ ଆଜି ଜୋଧପୁର କୋର୍ଟ ନିଜର ରାୟ ଶୁଣାଇଛନ୍ତି। କୋର୍ଟ ଜେଲରେ ଲାଗିଥିଲା ଏବଂ ଜେଲ ଭିତରେ ହିଁ ନିଷ୍ପତି ଶୁଣାଯାଇଛି। ଜୋଝପୁର କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡ ଅନ୍ୟ ଦୋଷୀଙ୍କୁ ୨୦-୨୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ଜୋଧପୁର କୋର୍ଟ।

ଆଶାରାମ ରେପ କେସ ମାମଲାରେ ଆଶାରାମ ସମେତ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ୨ ଆରୋପୀଙ୍କୁ ମୁକ୍ତ କରାଯାଇଛି। କୁହାଯାଇପାରେଯେ, କି ଆଶାରାମ, ଶିଳ୍ପୀ ଏବଂ ଶରତଙ୍କୁ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିଛନ୍ତି ଅପର ପକ୍ଷରେ ପ୍ରକାଶ ଏବଂ ଶିବାଙ୍କୁ ମୁକ୍ତ କରାଯାଇଛି। କୋର୍ଟ ଆଶାରାମଙ୍କୁ ବଳାତ୍କାରୀ ବୋଲି ଦୋଷୀ ସାବ୍ୟସ୍ତ କରିଛନ୍ତି।

ଆଶାରାମଙ୍କୁ ପୋକ୍ସୋ ଆକ୍ଟ ଓ ଏସସିଏସଟି ଆଟ୍ରୋସିଟିଜ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଶାରାମଙ୍କ ସହଯୋଗୀ ଶରତଚନ୍ଦ୍ର ଓ ଶିଳ୍ପୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ତେବେ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ରୋଷେୟା ପ୍ରକାଶ ଓ ଆଶ୍ରମ କର୍ମଚାରୀ ଶିବାକୁ ମୁକ୍ତ କରାଯାଇଛି।

ଆଶା କରାଯାଉଥିଲା କି ଆଶାରାମ ଅତି କମରେ ଦଶ ବର୍ଷର କାରାଦଣ୍ଡ ହୋଇପାରେ। ଆଇନ୍ ବ୍ୟବସ୍ଥାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ରାଜସ୍ଥାନ, ଗୁଜରାତ ଏବଂ ହରିଆଣା ସରକାରଙ୍କୁ ସୁରକ୍ଷା ବଢାଇବା ପାଇଁ ଅତିରିକ୍ତ ବଳ ନିଯୁକ୍ତ କରିବା ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହି ତିନୋଟି ରାଜ୍ୟରେ ୭୭ ବର୍ଷର ଆଶାରାମଙ୍କର ଭାରୀ ସଂଖ୍ୟାରେ ଅନୁଗାମୀ ଅଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏକ ସନ୍ଦେଶ ଜାରି କରି ଏହି ତିନି ରାଜ୍ୟଗୁଡ଼ିକର ସୁରକ୍ଷା ମଜଭୁତ କରିବାକୁ କହିଛନ୍ତି। ଏହା ସହିତ ଏହା ସୁନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି କି କୋର୍ଟର ଆଦେଶ ପରେ କୌଣସି ହିଂସା ନହେଉ ବୋଲି।

ଆଶାରାମ ଉପରେ ଉତ୍ତର ପ୍ରଦେଶର ଶାହାଜାହାନପୁରର ଏକ ନାବାଳିକା ସହ ବଳାତ୍କାର କରିବା ଆରୋପରେ ଜେଲରେ ଥିଲେ। ଏହି ଝିଅଟି ମଧ୍ୟ ପ୍ରଦେଶର ଛିନ୍ଦୱାଡ଼ାରେ ଆଶାରାମ ଆଶ୍ରମରେ ପଢ଼ୁଥିଲା। ପୀଡ଼ିତାର ଆରୋପ ଏହା କି ଆଶାରାମ ଜୋଧପୁର ନିକଟରେ ମନଈ ଆଶ୍ରମରେ ତାକୁ ଡାକିଥିଲେ ଏବଂ ୧୫ ଅଗସ୍ତ ୨୦୧୩ ଦିନ ତା’ ସହିତ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କର ପିତା କହିଥିଲେ କି, ‘ମୋତେ ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଏବଂ ମୋତେ ବିଶ୍ଵାସ କି ଆଶାରାମକୁ ନିଶ୍ଚିତ ଭାବରେ ସଶକ୍ତ କାରାଦଣ୍ଡ ହେବ।’ ଉତ୍ତର ପ୍ରଦେଶର ଶାହାଜାହାନପୁରରେ ପୀଡ଼ିତାଙ୍କର ଘରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଶାହାଜାହାନପୁର ପୁଲିସ ଅଧିକ୍ଷକ କେ. ବି. ସିଂହ କହିଛନ୍ତିଯେ, ପୀଡ଼ିତାଙ୍କର ଘର ବାହରେ ସିସିଟିଭି କ୍ୟାମେରାରେ ମଧ୍ୟ ନଜର ରଖାଯାଉଛି। ଆଶାରାମର ଶାହାଜାହାନପୁର ସ୍ଥିତ ରୁଦ୍ରପୁର ଆଶ୍ରମ ଉପରେ ମଧ୍ୟ ନଜର ରଖାଯାଉଛି। ଗୃହ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମୀତ ରାମ ରହୀମକୁ ବଲାତ୍କାରର ମାମଲାରେ କାରାଦଣ୍ଡ ଶୁଣାଇବା ପରେ ପରେ ହରିଆଣା, ପଂଜାବ ତଥା ଚଣ୍ଡିଗଡ଼ରେ ଭାରୀ ମାତ୍ରାରେ ହିଂସା ହୋଇଥିଲା ଏହି ଘଟଣାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଆଶାରାମ ମାମଲାରେ ଅନ୍ତିମ ଶୁଣାଣି ସାତ ଅପ୍ରିଲରେ ପୂରା ହୋଇଥିଲା ଏବଂ ୨୫ ଅପ୍ରିଲକୁ ଦଣ୍ଡାଦେଶ ସୁରକ୍ଷିତ ରଖାଯାଇଥିଲା। ଆଶାରାମକୁ ଇନ୍ଦୋରରୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଏକ ସେପ୍ଟେମ୍ବର ୨୦୧୩ କୁ ଜୋଧପୁର ଅଣାଯାଇଥିଲା। ସେ ଦୁଇ ସେପ୍ଟେମ୍ବର ୨୦୧୩ ରୁ ଜେଲରେ ଅଛି।

ପୁନଶ୍ଚ ସୂଚନାଯୋଗ୍ୟ ଯେ ଦୋଷୀ ସାବ୍ୟସ୍ତ ହେବାପରେ ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଯୋଧପୁର ଜେଲରେ ତାଙ୍କ ପାଇଁ ପହଞ୍ଚିଛି ଆମ୍ୱୁଲାନ୍ସ ଯାଇ ପାରନ୍ତି ଡାକ୍ତରଖାନା।

ସୂଚନାଯୋଗ୍ୟଯେ, ପୁଲିସ ଆଶାରାମ ଏବଂ ତା’ର ୪ ସେବାକର୍ମୀଙ୍କ ବିରୁଦ୍ଧରେ ନଭେମ୍ବର ୨୦୧୩ ରେ ଚାର୍ଜସିଟ ଦାଖଲ କରିଥିଲା। ଏହି କେସରେ ସର୍ବମୋଟ ୫୮ଜଣ ସାକ୍ଷୀ ଥିଲେ। ଆଶାରାମ ବିରୁଦ୍ଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଛି, ସେଥିରେ ଆଜୀବନ କାରାଦଣ୍ଡ ପର୍ୟ୍ୟନ୍ତର ଦଣ୍ଡ ଶୁଣାଯାଇପାରେ ବୋଲି ଆଶା କରାଯାଉଥିଲା। ଆଶାରାମ ଉପରେ ନିଷ୍ପତିକୁ ନେଇକରି ଜୋଧପୁରକୁ ଏକ ପୋଲିସ୍ ଛାଉଣୀରେ ପରିବର୍ତ୍ତନ କରାଯାଇଥିଲା। ସମ୍ପୂର୍ଣ୍ଣ ସହରରେ ୧୪୪ ଧାରା ଲାଗୁ ହୋଇଛି। ପୁଲିସ ଏବଂ ସୁରକ୍ଷାବଳର ଜବାନ ଫ୍ଲାଗ ମାର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ମେନ୍ ଗେଟ୍ ରେ ଲୋକଙ୍କର ତଲାସୀ କରାଯାଉଛି। ଆଶାରାମର ଜୋଧପୁରର ଆଶ୍ରମକୁ ମଧ୍ୟ ଖାଲି କରାଯାଇଛି।

– ୨୦୧୩ ରେ ୧୬ ବର୍ଷର ଅନୁଗାମୀଙ୍କ ସହିତ ରେପର ଆରୋପ
– ଆଶାରାମ ୨୦୧୩ ରୁ ହିଁ ଜେଲରେ ବନ୍ଦ
– ୯ ସାକ୍ଷୀଙ୍କ ଉପରେ ଆକ୍ରମଣ ହୋଇଛି, ୩ ଜଣ ଙ୍କର ମୃତ୍ୟୁ
– ଜୋଧପୁର କୋର୍ଟ ପରିସରରେ ଜଣେ ସାକ୍ଷାଙ୍କୁ ଛୁରା ମରା ଯାଇଥିଲା
– ପୀଡ଼ିତ ପରିବାରର ଆରୋପ- ଜୀବନରେ ମାରିଦେବାର ଧମକ ମିଳୁଛି
– ପୁଲିସ ଏବଂ ଏପରିକି ବିଚାରପତିଙ୍କୁ ମଧ୍ୟ ଧମକ ମିଳିଛି

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top