Home ଓଡ଼ିଶା ଓଡ଼ିଶା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ:ଲେଖାଶ୍ରୀ

ଓଡ଼ିଶା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ:ଲେଖାଶ୍ରୀ

1100

ଭୁବନେଶ୍ୱର;୦୨,ନଭେମ୍ବର:ଓଡ଼ିଶା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ।ଡଃ: ଲେଖାଶ୍ରୀ ସାମନ୍ତସିଂହାର।କେବଳ ବିଜେପି ଭିତରେ ନୁହେଁ ସମଗ୍ର ଓଡ଼ିଶା ରାଜନୀତି ଭିତରେ ସେ ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବରେ ଜଣାଶୁଣା।ତେବେ ଲେଖାଶ୍ରୀଙ୍କର କେବଳ ରାଜନୀତି ଯୋଗୁଁ ପରିଚୟ ସୃଷ୍ଟି ହୋଇଛି ତାହା ନୁହେଁ।ସେ ଜଣେ ମଲ୍ଟି ଟ୍ୟାଲେଣ୍ଟର ଅଧିକାରିଣୀ।ଉଚ୍ଚ ଶିକ୍ଷିତା ତଥା ପ୍ରତିଷ୍ଠିତ ପରିବାରରୁ ଆସିଥିବା ଜଣେ ମହିଳା।ଟିଭି ବିତର୍କରେ ଭାଗ ନେବା ବେଳେ ହେଉ ଅବା କୌଣସି ସଭା,ସମାବେଶ ହେଉ ଅଗ୍ନିବର୍ଷୀ ଭାଷଣ ସାଙ୍ଗକୁ ତଥ୍ୟ ସମ୍ବଳିତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରନ୍ତି ଲେଖାଶ୍ରୀ।ଏବେ ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦିକା ଦାୟିତ୍ୱରେ ଥିବା ସହ ଲେଖାଶ୍ରୀ ରାଜ୍ୟ ସୋସିଆଲ ମିଡିଆ ସେଲର ଦାୟିତ୍ୱ ମଧ୍ୟ ବୁଝୁଛନ୍ତି।

ରାଜନୀତିକୁ ଆସିବା ପରେ ଯେ ଲେଖାଶ୍ରୀଙ୍କର ପରିଚୟ ସୃଷ୍ଟି ହୋଇଛି,ସେପରି ନୁହେଁ।ସେ ନିଜେ ନିଜର ପରିଚୟ।ଲେଖାଶ୍ରୀଙ୍କର ବାପ ଘର ଏବଂ ଶାଶୁ ଘର ଉଭୟଙ୍କର ମଧ୍ୟ ଏକ ପରିଚୟ ରହିଛି।ବାପା ସୁଧାକର ସାମନ୍ତସିଂହାର ସ୍ୱାସ୍ଥ୍ୟ ବିଭାଗରେ ଜଏଣ୍ଟ ଡାଇରେକ୍ଟର ଥିବା ବେଳେ ମା’ ଶକୁନ୍ତଳା ବଳିୟାରସିଂହ ଜଣେ ପ୍ରସିଦ୍ଧ ଲେଖିକା।ବାଲ୍ୟ ବୟସରୁ ଲେଖାଶ୍ରୀ ଶିକ୍ଷା କ୍ଷେତ୍ରରେ ସବୁବେଳେ ଆଗୁଆ ରହି ଆସିଛନ୍ତି।ପ୍ରାଣୀ ବିଜ୍ଞାନରେ +୩ ଏବଂ ପୋଷ୍ଟ ଗ୍ରାଜୁଏଟରେ ସେ ଦୁଇ ଦୁଇ ଥର ଗୋଲ୍ଡ ମେଡାଲ ପାଇଛନ୍ତି।ଏହାପରେ ଏନଭାରମେଣ୍ଟାଲ ସାଇନ୍ସରେ ସେ ପିଏଚଡି ମଧ୍ୟ କରିଛନ୍ତି।ରାଜ୍ୟ ସରକାରଙ୍କର ବିଭିର୍ଣ୍ଣ ମହାବିଦ୍ୟାଳୟରେ ପ୍ରାୟ ୨୦ ବର୍ଷ ଧରି ଅଧ୍ୟାପନା କରିବା ସହ ରେଭେନ୍ସା ମହାବିଦ୍ୟାଳୟରେ ପ୍ରାୟ ୭ ବର୍ଷ ଅଧ୍ୟାପନ କରିବା ପରେ ଚାକିରୀ ଛାଡ଼ି ହଠାତ ରାଜନୀତିରେ ପ୍ରବେଶ କରିଛନ୍ତି।ଲେଖାଶ୍ରୀଙ୍କର ରାଜନୀତିକୁ ଆସିବା ଏଇ ଅଳ୍ପ ଦିନର।୨୦୧୩/୧୪ରେ ସେ ରାଜନୀତିକୁ ଆସିଛନ୍ତି।କିନ୍ତୁ ଏହି ଅଳ୍ପ ଦିନ ଭିତରେ ରାଜ୍ୟ ରାଜନୀତିରେ ସେ ଏକ ପରିଚିତ ଚେହେରା ହୋଇପାରିଛନ୍ତି।ଲେଖାଶ୍ରୀ କୁହନ୍ତି,”ମୁଁ ଏପରି ଏକ ଦଳର ଅଂଶ ହୋଇ ପାରିଛି,ଯିଏ ଭାରତର ଲୋକମାନଙ୍କ ଉନ୍ନତି ପାଇଁ ସବୁବେଳେ କାମ କରୁଛି”।ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ତଥା ବିଜେପିକୁ ଆସିଥିବା କଥା କୁହନ୍ତି।ଲେଖାଶ୍ରୀଙ୍କ ଅଜା ବେଣୁଧର ବଳିଆରସିଂ ନନ୍ଦିନୀ ଶତପଥୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।ଏବଂ ଲେଖାଶ୍ରୀଙ୍କର ଶଶୁର କୃଷ୍ଣଚନ୍ଦ୍ର ମହାନ୍ତିଙ୍କର ପ୍ରଜାମଣ୍ଡଳ ଆନ୍ଦୋଳନରେ ପ୍ରମୁଖ ଭୂମିକା ଥିଲା।ରାଜନୀତି ଏବଂ ନେତୃତ୍ୱ ନେବା ଲେଖାଶ୍ରୀଙ୍କର ରକ୍ତରେ ରହିଛି।ବୋଧହୁଏ ସେଥିପାଇଁ ସେ ଏହି କ୍ଷେତ୍ରକୁ ଟାଣି ହୋଇ ଆସିଛନ୍ତି।ତେବେ ଲେଖାଶ୍ରୀ ମଧ୍ୟ ଆଉ ଏକ ବଡ଼ ପ୍ରତିଭାର ଅଧିକାରିଣୀ।ଗତିଶୀଳ ଏବଂ ଅତ୍ୟାଧୁନିକ ମହିଳା ଚିତ୍ରକାର ହିସାବରେ ତାଙ୍କର ଏକ ପରିଚୟ ମଧ୍ୟ ରହିଛି।ଚିତ୍ରକଳା(ପେଣ୍ଟିଂ) ପ୍ରତି ପ୍ରବଳ ରୁଚି ରଖୁଥିବା ଲେଖାଶ୍ରୀ କିନ୍ତୁ ଏପରି ଏକ ପରିବାର ଭିତରେ ବଢ଼ି ଆସିଥିଲେ ଯାହାଙ୍କର ବିଚାର ଥିଲା ଯେ ଜଣେ ରଚନାତ୍ମକ ବ୍ୟକ୍ତି ନିଜକୁ ବନେଇ ରଖିବାରେ ସକ୍ଷମ ହୋଇପାରେନା।ତେଣୁ ଲେଖାଶ୍ରୀ ରଚନାତ୍ମକ/କଳାକ୍ଷେତ୍ରରେ ନଯାଇ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିଲେ।ସଫଳ ମଧ୍ୟ ହୋଇଥିଲେ।କିନ୍ତୁ ତାଙ୍କ ଭିତରେ କଳାକ୍ଷେତ୍ର ପ୍ରତି ଥିବା ପ୍ରବଳ ଜୁନୁନ୍ ଏବଂ ରଚନାତ୍ମକ ଉର୍ଜା ତାଙ୍କ ପିଛା ଛାଡିନଥିଲା।ପେଣ୍ଟିଂରେ ଲେଖାଶ୍ରୀ ଏକ ବର୍ଷୀୟା ପାଠ୍ୟକ୍ରମ କରିଥିଲେ।ତାଙ୍କ ଦ୍ୱାରା ପ୍ରସ୍ତୁତ କାନଭାସ/ପେଣ୍ଟିଂ ଗୁଡ଼ିକ ଏକ ସନ୍ଦେଶ ପ୍ରେରଣର କାମ କରନ୍ତି।କ୍ୱାଲାଲାମ୍ପପୁର ପ୍ରଦର୍ଶନୀରେ ଲେଖାଶ୍ରୀଙ୍କ ପେଣ୍ଟିଂ ଉଚ୍ଚ ପ୍ରଶଂସିତ ହୋଇଥିଲା।“ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି” ମନ୍ତବ୍ୟ ପରେ ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କର ପତନର ମୂଳଦୁଆ ପଡ଼ି ଯାଇଥିଲା।କୁହାଯାଏ ଦାମଙ୍କ ପତନ ଆରମ୍ଭର ସ୍କ୍ରିପ୍ଟ ଲେଖିଥିଲେ ଲେଖାଶ୍ରୀ।ହୁଏତ ବିଜେପି ଘଟଣାକୁ ଯେଉଁ ଢଙ୍ଗରେ ଉଠାଇବାର ଥିଲା ତାହା କରିପାରି ନଥିଲା,ଅଥବା ନବୀନ ହୁଏତ ବିଜେପି କାଳେ ଫାଇଦା ନେଇଯିବ ଭାବି ଦାମଙ୍କ ଉପରେ ପଦକ୍ଷେପ ନେଇନଥିଲେ।କିନ୍ତୁ ଉଭୟ ନବୀନ ଏବଂ ସାଧାରଣ ଲୋକଙ୍କ ମନରେ ଦାମଙ୍କର ଭାବମୂର୍ତ୍ତି ଖରାପ ହୋଇଯାଇଥିଲା।ଏବଂ ଏହାପରେ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟରେ ତାଙ୍କର ଚେର କଟି ଯାଇଥିଲା।ଲେଖାଶ୍ରୀ କୌଣସି ନିର୍ବାଚନ କ୍ଷେତ୍ରକୁ ଜଗି କରି ନାହାଁନ୍ତି।ଲେଖାଶ୍ରୀ କେବଳ ସଙ୍ଗଠନ ପାଇଁ କାମ କରୁଛନ୍ତି।କୌଣସି ନିର୍ବାଚନ କ୍ଷେତ୍ରରୁ ପାର୍ଥି ହେବା କିମ୍ବା ଅନ୍ୟ କିଛି ଆଶାରେ ସେ କାମ କରୁନାହାଁନ୍ତି।ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ତାକୁ ନିଷ୍ଠାପର ଭାବରେ ତୁଲାଇବା ଲେଖାଶ୍ରୀଙ୍କର ଉଦ୍ଦେଶ୍ୟ।ଓଡ଼ିଶାରେ ସୋସିଆଲ ମିଡିଆ କ୍ଷେତ୍ରରେ ଅନ୍ୟ ପ୍ରମୁଖ ଦଳ ମାନଙ୍କଠାରୁ ବିଜେପି ଆଜି ଆଗୁଆ ଅଛି।ଲେଖାଶ୍ରୀ ନିଜେ ଏହାକୁ ସମ୍ପାଦନ କରୁଛନ୍ତି।ଲେଖାଶ୍ରୀଙ୍କର ନିଜ ସୋସିଆଲ ଆକାଉଣ୍ଟରୁ ମଧ୍ୟ ସେ ପୂର୍ଣ୍ଣାଙ୍ଗ ରାଜନେତା ପରି ଲାଗନ୍ତି।ସାମାଜିକ ସମସ୍ୟା ଏବଂ ରାଜନୈତିକ କଥା ବ୍ୟତୀତ କୌଣସି ଅନ୍ୟ ପ୍ରକାର ବା ନିଜର ବ୍ୟକ୍ତିଗତ ପୋଷ୍ଟ ତାଙ୍କ ଆକାଉଣ୍ଟ ବା ପେଜରେ ଦେଖାଯାଏ ନାହିଁ।ମହିଳା ସୁରକ୍ଷା ଯାତ୍ରା ସମୟରେ ବାଲେଶ୍ୱର ଗସ୍ତ ସମୟରେ ଲେଖାଶ୍ରୀଙ୍କର ଜନ୍ମଦିନ ଥିଲା।ଉପସ୍ଥିତ ସହକର୍ମୀ, କାର୍ଯ୍ୟକର୍ତ୍ତାମାନେ ଜନ୍ମଦିନ ପାଳନ କରିବାକୁ କହିଲେ।କିନ୍ତୁ ଲେଖାଶ୍ରୀ କହିଲେ ପ୍ରଥମେ ସମସ୍ତେ ନିଜର ମୋବାଇଲ ବନ୍ଦ କରିଦିଅ।ତେବେ ଯାଇ ମୁଁ ଜନ୍ମଦିନ ପାଳିବି।ସେ ଚାହୁଁ ନଥିଲେ ଯେ ସଙ୍ଗଠନର କାର୍ଯ୍ୟକ୍ରମ ଭିତରେ ଏପରି ଜନ୍ମଦିନ ପାଳନର ଫଟୋ ଉଠାଇ କେହି ସୋସିଆଲ ମିଡିଆରେ ଛାଡ଼ୁ।ଅର୍ଥାତ୍ ପୂରା ପ୍ରଫେସନାଲ ନେତ୍ରୀ।ସୋସିଆଲ ମିଡିଆ ସେଲ ଦାୟିତ୍ୱରେ ଥିବା ରାଜ୍ୟସାରା କାର୍ଯ୍ୟକର୍ତ୍ତା ଲେଖାଶ୍ରୀଙ୍କର କାର୍ଯ୍ୟଧାରାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି।ଏବଂ ବିଜେପିର ମୂଳ ସଙ୍ଗଠନ ସମେତ ମହିଳା ମୋର୍ଚ୍ଚା,ଯୁବ ମୋର୍ଚ୍ଚା ଆଦିର କାର୍ଯ୍ୟକର୍ତ୍ତା ଲେଖାଶ୍ରୀଙ୍କୁ ଦଳର ଏକ ଫାୟାରବ୍ରାଣ୍ଡ ନେତ୍ରୀ ଭାବରେ ବିବେଚନା କରୁଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.