ଆମ ସଂସ୍କୃତି, କଳା ଓ ଐତିହ୍ୟ

କୁତ୍ସିତ ମାନସିକତା !!

– ପଙ୍କଜ କୁମାର ପାଣିଗ୍ରାହୀ

ପ୍ରାଚୀନ ଭାରତୀୟ ସଂସ୍କୃତି, ପରମ୍ପରା, ମର୍ଯ୍ୟାଦା, ସାମାଜିକ ସଂସ୍କାର କ’ଣ ଥିଲା, ତାହାର ସ୍ଵଚକ୍ଷୁ ଦର୍ଶୀ ଅଦ୍ୟାବଧି ନଥିଲେ ମଧ୍ୟ ସାଧାରଣ ପାରିବାରିକ ମନୁଷ୍ୟ ଗୁଡିକୁ ଦେଖି ନିରୀକ୍ଷଣ କଲେ ମନରେ ପ୍ରଶ୍ନ ଉଠେ, ଆମ ପୂର୍ବ ପୁରୁଷ ମାନେ ଏକ ବିଡମ୍ବନା ଥିଲେ, ନା ଆମେ ପଶ୍ଚ୍ୟାତ ସଭ୍ୟତା କୁ ଆପଣେଇ ପ୍ରଗତିର ଅବାସ୍ତବ କୁହେଳିକା କୁ ପ୍ରଶ୍ରୟ ଦେଇ ଏକ କୁତ୍ସିତ ମାନସିକତା ମଧ୍ୟରେ ନିଜକୁ ଦଗ୍ଧ କରୁଛେ ?! ଏକ ବିଶାଳ ବାସ୍ତବ ବାଦୀ ପ୍ରଶ୍ନର ଉତ୍ତର ଖୋଜି ଅନୁଶୀଳନ କଲେ ଜଣାଯାଏ ଯେ…………..

ଭୌଗଳିକ ସ୍ଥିତି ଅନୁଯାଇ ପୃଥିବୀର ବିଭିନ୍ନ ସ୍ଥାନ ତଥା ମହାଦେଶ, ଦେଶ ଏବଂ ଅଞ୍ଚଳ ବିଶେଷ କୁ ନେଇ ଭିନ୍ନ ଭିନ୍ନ ଜଳ ବାୟୁ ଓ ପାଣି ପାଗ ର ଉପସ୍ଥିତି ହେତୁ ପ୍ରତ୍ୟେକ ଦେଶର ମନୁଷ୍ୟ ମାନଙ୍କ ମଧ୍ୟରେ ବିଭିନ୍ନତା ଦେଖିବାକୁ ମିଳେ ! ତଥା ପ୍ରତ୍ୟେକ ପରିସୀମା ପରିଧି ମଧ୍ୟରେ ଏକ କିସମର ଗୋଷ୍ଠୀ ଯୁକ୍ତ ମନୁଷ୍ୟ ଦେଖିବାକୁ ମିଳନ୍ତି ଯାହା ଅନ୍ୟ ଏକ ସ୍ଥାନର ମନୁଷ୍ୟଙ୍କ ମଧ୍ୟରେ ଅନେକ ଅସାମଞ୍ଜସ୍ୟ ପ୍ରଦର୍ଶନ କରିଥାଏ ! ଅର୍ଥାତ ପୃଥିବୀର ବିଭିନ୍ନ ଦେଶର ମନୁଷ୍ୟ ମାନଙ୍କ ରଙ୍ଗ, ରୂପ, ମାନବିକ ଚିନ୍ତାଧାରା, ସାମାଜିକ ଜୀବନ ଧାରଣ ଶୈଳୀ, ମାନବିକ ମୂଲ୍ୟବୋଧତା, ସାମାଜିକ ସଂସ୍କାର ତଥା ସର୍ବୋପରି ସେମାନଙ୍କ ଚଳଣି ହାବ ଭାବ ରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇ ଥାଏ ! ଏହି ମାନସିକତା ଅନେକ ସମୟରେ ମନୁଷ୍ୟର ନିଜସ୍ୱ ଚିନ୍ତାଧାରା ରୁ ସୃଷ୍ଟି ହେଉଥିବା ବେଳେ ତାହାର କାରଣ ସମ୍ପୂର୍ଣ ରୂପେ ପ୍ରକୃତି ର ଉପାଦାନ ଗୁଡିକର ପ୍ରଭାବରୁ ହେଉଥିବା ଅସ୍ବୀକାର କରିହେବ ନାହିଁ ! ହେଲେ ଉକ୍ତ ଅସାମଞ୍ଜସ୍ୟତା ହେତୁ ମନୁଷ୍ୟ ସମାଜରେ ଗୋଟିଏ ଦେଶରୁ ଆଉଗାଟିକୁ ଅନେକ ପ୍ରଭାବ ପଡିଥାଏ ଯାହାର ଭଲ ମନ୍ଦ ସାଧାରଣ ମନୁଷ୍ୟ ସହଜରେ ଅନୁଶୀଳନ କରି ଜାଣିନପାରି ଅନେକ ସମୟରେ ପଥହରା ହୋଇଯାଏ !!

ଭାରତୀୟ ସଂସ୍କୃତି ତଥା ସାମାଜିକ ସଂସ୍କାର ପୃଥିବୀର ସର୍ବ ପ୍ରାଚୀନ ଏବଂ ସର୍ବୋତ୍କୃଷ୍ଟ ଥିବା ସର୍ବଜନ ବଦିତ I ପ୍ରାଚୀନ ଭାରତୀୟ ସମାଜ ହିନ୍ଦୁ ଧର୍ମକୁ ଭିନ୍ନତମ ଓ ଅପରିହାର୍ଯ୍ୟ ର ମାନ୍ୟତା ଦେଇ ଏକ ସୁସ୍ଥ ମାନବିକ ମୂଲ୍ୟ ବୋଧ ସମାଜ ଗଠନ ଦିଗରେ ପ୍ରୟାସରତ ଥିଲା ! ଭାରତର ଭୌଗଳିକ ସ୍ଥିତି ଅନୁଯାଇ ବହୁ ଜ୍ଞାନୀ ଗୁଣି ମନୁଷ୍ୟ ଏହି ଦେଶରେ ଜନ୍ମ ଲାଭ କରିବାର ସୁଯୋଗ ପ୍ରକୃତି ଦେଇଥିବା ହେତୁ ଅତ୍ୟନ୍ତ ଉନ୍ନତ୍ତ ପରିବେଶରେ ସଂସ୍କୃତି ଓ ସଭ୍ୟତା ଗଢି ତୋଳିଥିଲା ହିନ୍ଦୁ ସମାଜ ! କିନ୍ତୁ ଭଲ ସହିତ ମନ୍ଦର ସମଷ୍ଟି ଅନିବାର୍ଯ୍ୟ ହେତୁ କେତେକ ମନ୍ଦ ଉଦେଶ୍ୟ ଧାରି ମଣିଷ ମଧ୍ୟ ଜନ୍ମ ହୋଇଥିବା କିଛି ବିଚିତ୍ର ନୁହେଁ ! ଅର୍ଥାତ ସେହି ମନ୍ଦ ଉଦେଶ୍ୟ ଧାରି ମଣିଷ କୂଚକ୍ର ଏବଂ ଅନ୍ୟକୁ ପ୍ରତାରଣା କରି ଉଚ୍ଚାସନ ରେ ଅଭିଷିକ୍ତ ହେବା ପାଇଁ ସଦା ସର୍ବଦା ପ୍ରୟାସ ରତ ଥିଲେ ! ଅତଏବ ହିନ୍ଦୁ ଧର୍ମ କୁ ପଥ ଭ୍ରଷ୍ଟ କରି ସେଥିରେ ଅନେକ କୁସଂସ୍କାର ତଥା ଉଚ୍ଚ ନୀଚ୍ଚ, ଜାତି ଭେଦ, ଛୁଆଁ ଅଛୁଆଁ ଆଦି ଭେଦ ଭାବ ସୃଷ୍ଟି କରି ଅଜ୍ଞାନ ଲୋକଙ୍କୁ ଶିକ୍ଷାର ବହିର୍ଭାଵ ରେ ରଖି ସେମାନଙ୍କୁ ପ୍ରତାରଣା କରି ସାମାଜିକ ସ୍ତରରେ ନିମ୍ନଗାମୀ କରି ରଖିଥିଲେ ବାହୁବଳୀ ମାନେ ! ତଥାପି ଭାରତୀୟ ଭାବେ ସେମାନେ ସଂସ୍କାର କୁ ଅନୁକରଣ କରି ନିଜର ମାନବିକ ମୂଲ୍ୟବୋଧ କୁ ବଜାୟ ରଖିଥିଲେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ !

ଇତି ମଧ୍ୟରେ ମନୁଷ୍ୟ ମନରେ କଳୁଷିତ ଚିନ୍ତାଧାରା ତଥା ମନ୍ଦ ଉଦେଶ୍ୟ ଗୁଡିକ ପ୍ରଖର ହେବାକୁ ଲାଗିଲା ! ଅର୍ଥାତ କିଛି ଚତୁର ମନୁଷ୍ୟ ଅଜ୍ଞାନ ଶାନ୍ତ ସରଳ ମନୁଷ୍ୟ ମାନଙ୍କୁ ବିଭିନ୍ନ ଉପାୟରେ ଠକି ସେମାନଙ୍କ ମନରେ ପ୍ରାକୃତିକ ବିପର୍ଯ୍ୟୟ ଓ ତହିଁରୁ ରକ୍ଷା କାରି ଏକ ଅବାସ୍ତବ କାଳ୍ପନିକ ଭଗବାନ ବା ସର୍ବ ଶକ୍ତିମାନ ର ଭୟ ସେମାନଙ୍କ ମନରେ ସଞ୍ଚାର କରିବାକୁ ଲାଗିପଡ଼ିଲେ ! ପରିତାପର ବିଷୟ ଏହିକି ଯେ ନିଛନ୍ଦ ନିରୀହ ମନୁଷ୍ୟ ଗୁଡିକ ଅଜ୍ଞାନତା ବଶତଃ ସେମାନଙ୍କ ପ୍ରରୋଚନାରେ ପଡି ସେହି ଅନ୍ଧ ବିଶ୍ୱାସ ପଛରେ ମାତି ସେମାନଙ୍କୁ ଅନୁକରଣ କରିବା ଆରମ୍ଭ କଲେ ! ଇତି ମଧ୍ୟରେ ଆଉ କିଛି ବାହୁବଳୀ ତଥା ଶକ୍ତିଶାଳୀ ମନୁଷ୍ୟ ସେହି ନିରୀହ ମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ଠାରୁ ତାଙ୍କରି ଦ୍ୱାରା ଆଦାୟ ଖାଦ୍ୟ ଶସ୍ୟ କୁ ଜୋର ଜବରଦସ୍ତ ଅକ୍ତିଆର କରି ସେମାନଙ୍କୁ ଦମନ କରି ରଖିବା ଆରମ୍ଭ କଲେ ! କିନ୍ତୁ ସେମାନେ ଏହି ଶାରୀରିକ ଦୁର୍ବଳ କିନ୍ତୁ ମାନସିକ ଶକ୍ତିଶାଳୀ ଚତୁର ମନୁଷ୍ୟ ମାନଙ୍କୁ ପ୍ରଭାବିତ କରିପାରୁ ନଥିଲେ !!

ଏହିଭଳି ଅନେକ ବର୍ଷ ଅତିକ୍ରମ ହେବା ପରେ ଧୀରେ ଧୀରେ ବାହୁବଳୀ ମାନେ ଅନ୍ୟ ମାନଙ୍କୁ ଆକ୍ରମଣ କରି ତାଙ୍କରି ପାଖରୁ ଖଜଣା ସ୍ୱରୂପ ସେମାନଙ୍କ ଆଦାୟର କିଛି ନିର୍ଦ୍ଧିଷ୍ଟ ଅଂଶ କ୍ରମାନୁଗତ ଭାବେ ଅକ୍ତିଆର କରି ନିଜର କୋଷ ଭରିବାକୁ ଲାଗିଲେ ! ଅର୍ଥାତ କାଳ କ୍ରମେ ସେମାନେ ନିଜକୁ ଧନୀ ବୋଲି ପରିଚୟ ଦେଇ ଆହୁରି ଅଧିକା ସାମ୍ରାଜ୍ୟ ବିସ୍ତାର ପୂର୍ବକ ଆକ୍ରମଣକାରି ପରାକ୍ରମ ଦେଖାଇ ଆରମ୍ଭ କଲେ ଏକ ନୂତନ ଅଧ୍ୟାୟ, ଯାହାଙ୍କୁ ସାଧାରଣ ଦୁର୍ବଳ ଶ୍ରେଣୀର ଜନତା ଭୟରେ ରାଜା (ଅର୍ଥାତ ପରାକ୍ରମ ଶାଳୀ ମନୁଷ୍ୟ) ବୋଲି କହିବା ଆରମ୍ଭ କଲେ ! ଇତି ମଧ୍ୟରେ ସମାଜର ଜ୍ଞାନୀ ତଥା ଚତୁର ମନୁଷ୍ୟ ମାନେ ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟବର୍ତ୍ତୀ ସୋପାନରେ ଥିଲେ I କାଳକ୍ରମେ ଏହି ଜ୍ଞାନୀ ଗୁଣି ଲୋକ ମାନେ ମଧ୍ୟ ଉକ୍ତ ବାହୁବଳୀ ମାନଙ୍କ ଠାରେ ସମ୍ମାନିତ ହୋଇ ଅର୍ଥାତ ସେମାନଙ୍କ ପରାମର୍ଶ ଦାତା ଭାବେ କାର୍ଯ୍ୟ କଲେ ! ହେଲେ ଏହି ବାହୁବଳୀ ଏବଂ ଜ୍ଞାନୀ ମାନଙ୍କ ସଂଖ୍ୟା ଅଜ୍ଞାନ ଅଶିକ୍ଷିତ ମାନଙ୍କ ତୁଳନାରେ ଆଶାତୀତ କମ ଥିଲେ ମଧ୍ୟ ସେମାନେ ଏହି ବିଶାଳ ଗୋଷ୍ଠୀକୁ ନିଜ ନିୟନ୍ତ୍ରଣାଧିନ କରି ଶାସନ କରିବାରେ ସମର୍ଥ ହୋଇ ପାରିଲେ ! ଯାହା ହେଉ ଉଚ୍ଚ ନୀଚ୍ଚ, ବଡ ସାନ ଆଦି ଭେଦଭାବ ଥାଇ ମଧ୍ୟ ବା ଅଜ୍ଞାନ ସରଳ ଦୁର୍ବଳ ମନୁଷ୍ୟ ଗୁଡିକୁ ଶିକ୍ଷା ଅର୍ଜନ କରିବାର ସୁଯୋଗ ନଥାଇ ମଧ୍ୟ ଏକ ମାନବିକ ମୂଲ୍ୟବୋଧ ଯୁକ୍ତ ସମାଜ ଗଠିତ ହୋଇଥିଲା ସର୍ବୋପରି ଆମ ଦେଶ ଭାରତ ବର୍ଷ ରେ !

ଇଂରେଜ ମାନଙ୍କ ଆଗମନ ପରେ ସେମାନଙ୍କ ମାୟା ଜାଲକୁ ବୁଝି ନପାରି କିଛି ବାହୁବଳୀ (ରାଜା) ସେମାନଙ୍କ ଚତୁରତାର ଶିକାର ହୋଇ ପ୍ରଶ୍ରୟ ଦେଲେ ବ୍ୟବସାୟ କରିବା ପାଇଁ I ଇଂରେଜ ମାନେ ବିଶ୍ୱର ସର୍ବ ପ୍ରଥମ କୁଚକ୍ରୀ ମାନସିକତା ପ୍ରବଣ ମନୁଷ୍ୟ ଥିଲେ ! ତେଣୁ ସେମାନେ ଧୀରେ ଧୀରେ ଆମ ଦେଶର ସରଳ ଲୋକ ମାନଙ୍କ ମନକୁ ମୋହିତ କରି ପରବର୍ତ୍ତୀ ପର୍ଯାୟରେ ଏକ ବିଶାଳ କଠୋର ରାଜତନ୍ତ୍ର ଆରମ୍ଭ କରି ଶାସନ କରିବାକୁ ଲାଗିଲେ ଭାରତୀୟ ମାନଙ୍କୁ ! ଦେଶ୍ଵର ତଥା କଥିତ ସମସ୍ତ ବାହୁବଳୀ ମାନଙ୍କୁ ଦମନ କରି ବିସ୍ତାର କଲେ ଏକ ବିଶାଳ ଇଂରେଜ ଶାସିତ ଅଞ୍ଚଳ ! ହେଲେ ସେମାନଙ୍କ ଦୁରଦୃଷ୍ଟି ଏତେ ଅଧିକ ଥିଲାଯେ ଏମିତି କିଛି ଚକ୍ରାନ୍ତ ମୂଳକ ଆଇନ ତଥା ସାମାଜିକ ବ୍ୟବସ୍ଥା ଆମ ଦେଶରେ ପ୍ରଣୟନ କଲେ ଯାହାକୁ ଆମେ ଏପର୍ଯ୍ୟନ୍ତ ଏକବିଂଶ ଶତାବ୍ଦୀରେ ପଦାର୍ପଣ କରି ମଧ୍ୟ ବୁଝି ନପାରି ତାକୁ ଅନୁକରଣ କରି ଚାଲିଛେ ! କର୍ପୁର ଉଡି ଯାଇ ଅଛି ହେଲେ ଇଂରେଜ ମାନଙ୍କ କନା ଖାଲି ପଡି ରହିନୀ ବରଂ ସମଗ୍ର ଦେଶ କୁ କୁତ୍ସିତ ମାନସିକତା ପ୍ରବଣ କରି ରଖି ସାଧାରଣ ଜନତାଙ୍କୁ ଦିବା ନିଶି ଅହ ରହ ସମସ୍ୟା ଘେରରେ ରଖି ଅଶାନ୍ତି ଜୀବନ ଯାପନ କରାଉଛି !

କଣ କଲେ ସେମାନେ ଯାହା ଆମର ମେରୁଦଣ୍ଡ ଭାଙ୍ଗିଦେବା ସହିତ ଆଦୌ ଆଗକୁ ଅଗ୍ରସର ହେବା ପାଇଁ ଦେଉନାହିଁ, ବିଚାର କଲେ ବୁଝି ହେବ………

କ୍ରମଶଃ ଦ୍ଵିତୀୟ ଅଧ୍ୟାୟ ରେ….

Social Forum India.
Bank Colony, Chatrapur,
Ganjam, Odisha-761020.
socialforum.org.in@gmail.com

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top