ରାଜ୍ୟସଭାକୁ ମନୋନୀତ ହେବେ କୁମାର ବିଶ୍ଵାସ ! ବିଜେପି ପଠେଇବ !

ନୂଆଦିଲ୍ଲୀ ୨୩ ମଇ (ଓଡ଼ିଆ ପୁଅ) : ଆମ ଆଦମୀ ପାର୍ଟୀ (ଆପ) ନିଜର ବଡ଼ ନେତା ଏବଂ କବି ଡା. କୁମାର ବିଶ୍ଵାସଙ୍କୁ ରାଜ୍ୟସଭାକୁ ସିନା ପଠାଇଲା ନାହିଁ କିନ୍ତୁ ସାହିତ୍ୟ କ୍ଷେତ୍ରରେ ବିଜେପି ତାଙ୍କୁ ଉଚ୍ଚ ସଦନକୁ ପଠାଇପାରେ ଯାହାର ଅଟକଳ ତେଜ ହୋଇଛି। ଅପ୍ରେଲରେ ମନୋନୀତ କୋଟାରେ କ୍ରିକେଟ ତାରକା ସଚିନ ତେନ୍ଦୁଲକର, ଅଭିନେତ୍ରୀ ରେଖା ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଅନୁ ଆଗାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଛି।

ଜୁନରେ ଏଡଭୋକେଟ କେ. ପରାଶରଙ୍କର କାର୍ଯ୍ୟକାଲ ମଧ୍ୟ ସରିବାକୁ ଯାଉଛି। ଚାରୋଟି ସିଟ୍ ରେ ଏକା ସାଥିରେ ମନୋନୟନ କରାଯିବ। ସୂତ୍ର ମୁତାବକ ଏମାନଙ୍କ ମଧ୍ୟରେ ଗୋଟିଏ ଆସନରେ କୁମାର ବିଶ୍ଵାସଙ୍କୁ ପଠାଯାଇପାରେ।

Leave a Reply

Your email address will not be published. Required fields are marked *