ଆନ୍ତର୍ଜାତୀୟ

ସିଙ୍ଗାପୁରରେ ଟ୍ରମ୍ପ ଏବଂ କିମଙ୍କ ଐତିହାସିକ ସାକ୍ଷାତ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଂଗ ଉନ ସିଙ୍ଗାପୁରର ସେଣ୍ଟୋସା ଆଇଲ୍ୟାଣ୍ଡ ସ୍ଥିତ କୈପେଲା ହୋଟଲ ସାକ୍ଷାତ କରିଛନ୍ତି
ସିଙ୍ଗାପୁର ୧୨ ଜୁନ୍ (ଓଡ଼ିଆ ପୁଅ) ଯେଉଁ ମହାସାକ୍ଷାତର ଅପୋକ୍ଷା ଅନେକ ଦିନରୁ ବିଶ୍ୱ କରୁଥିଲା ତାହା ସିଙ୍ଗାପୁରରେ ହୋଇଯାଇଛି। ଆଜି ସକାଳେ ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଂଗ ଉନ ସିଙ୍ଗାପୁର ସେଣ୍ଟୋସା ଆଇଲ୍ୟାଣ୍ଡ ସ୍ଥିତ କୈପେଲା ହୋଟଲରେ ସାକ୍ଷାତ କରିଥିଲେ। ପ୍ରଥମ ସାକ୍ଷାତରେ ଦୁଇଜଣ ପରସ୍ପର ସହିତ ହାତ ମିଳାଇଥିଲେ ଏବଂ ଏହି ସମୟରେ କିମ ଏବଂ ଟ୍ରମ୍ପଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ମଧ୍ୟ ହୋଇଥିଲା। ତା’ ପରେ ଦୁଇଜଣଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଯାଇଛି। ଏହି ବୈଠକ ୫୦ ମିନଟ ପର୍ଯ୍ୟନ୍ତ ଚାଲିଥିଲା।

ପ୍ରଥମ ଥର ହାତ ମିଳାଇବା ପରେ ଆମେରୀକାର ରାଷ୍ଟ୍ରପତି କହିଲେ କି ଏହି ସାକ୍ଷାତ ବହୁତ ଭଲ ଥିଲା ଏବଂ କଥାବାର୍ତ୍ତାରେ ଦୁଇଦେଶ ମଧ୍ୟରେ ସମ୍ବନ୍ଧ ଭଲ ହେବ। ଅପରପକ୍ଷରେ କିମ କହିଲେ କି ଏହା ସାକ୍ଷାତ ଏତେ ସହଜ ନଥିଲା। ମଝିରେ ଅନେକ ଅସୁବିଧା ଆସିଥିଲା କିନ୍ତୁ ଆମେ ତାକୁ ଏଡ଼ାଇ ଏଠାରେ ସାକ୍ଷାତ କରିଛୁ।

ସୂଚନାଯୋଗ୍ୟଯେ, ୧୯୫୦-୫୩ ର କୋରିଆ ଯୁଦ୍ଧ ପରେ ଦୁଇ ଦେଶର ଶାସନାଧ୍ୟକ୍ଷମାନଙ୍କର ଏହା ପ୍ରଥମ ସାକ୍ଷାତ ଅଟେ। ଏହା ମଧ୍ୟରେ ଦୁଇ ରାଷ୍ଟ୍ର ପ୍ରମୁଖ ଫୋନରେ ମଧ୍ୟ କଥା ହୋଇନଥିଲେ।

ବାର୍ତ୍ତାଳାପର ଉଦ୍ଦେଶ୍ୟ: କଥାବାର୍ତ୍ତାର ଉଦ୍ଦେଶ୍ୟ ହେଉଛି ଉତ୍ତର କୋରିଆର ପରମାଣୁ ହତିଆର କାରଣରୁ ଟ୍ରମ୍ପ ଏବଂ କିମଙ୍କ ମଧ୍ୟରେ ଥିବା ମନମାଳିନ୍ୟକୁ ଠିକ କରିବା।

ମୁଖ୍ୟ ଭୂମିକାରେ ଭାରତୀୟ ଦୁଇ ସିଙ୍ଗାପୁର ମନ୍ତ୍ରୀ

ସିଙ୍ଗାପୁରରେ ଭାରତୀୟ ମୂଳକର ଦୁଇଜଣ ମନ୍ତ୍ରୀ ଭିଭିୟନ ବାଲକୃଷ୍ଣନ ଏବଂ କେ. ଷଣମୁଗମ ବାର୍ତାଳାପରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ସିଙ୍ଗାପୁରର ବିଦେଶ ମନ୍ତ୍ରୀ ୫୭ ବର୍ଷୀୟ ବାଲକୃଷ୍ଣନ ନିକଟରେ ୱାଶିଂଗଟନ, ପୋଙ୍ଗୟାଙ୍ଗ ଏବଂ ବେଜିଂର ଯାତ୍ରା କରିଥିଲେ। ସେ ସତ୍ତାରୂଢ଼ ପିପୁଲ୍ସ ଏକ୍ସନ ପାର୍ଟିର ଅଟନ୍ତି। କେ. ଷଣମୁଗମ ଆଇନ୍ ଏବଂ ଗୃହ ମାମଲାର ସିଙ୍ଗାପୁରର ମନ୍ତ୍ରୀ ଅଟନ୍ତି।

ଖାଦ୍ୟରେ ପଲାଉ ଏବଂ ଚିକନ କରୀ ମଧ୍ୟ

ଶିଖର ବାର୍ତ୍ତାକୁ କଭର କରିବାପାଇଁ ଦୁନିଆର ପ୍ରାୟତଃ ୩,୦୦୦ ପତ୍ରକାର ସିଙ୍ଗାପୁର ପହଁଞ୍ଚିଛନ୍ତି। ତାଙ୍କପାଇଁ ୪୫ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଖ୍ୟାତନାମା ଭାରତୀୟ ବ୍ୟଞ୍ଜନ ପଲାଉ ଏବଂ ଚିକନ କରୀ ମଧ୍ୟ ସାମିଲ ଅଛି। ସ୍ଥାନୀୟ ଏବଂ ଅନ୍ୟ ଦେଶଗୁଡ଼ିକର ପତ୍ରକାରମାନଙ୍କୁ ଧ୍ୟାନରେ ରଖିକରି ବ୍ୟଞ୍ଜନ ସୂଚୀ ପ୍ରସ୍ତୁତ କରାଯାଇଛି। ପଲାଉ, ଚିକନ କରି, ଚିକନ କୋରମା, ଡାଲି ଏବଂ ପାପଡ଼ ପରି ଭାରତୀୟ ବ୍ୟଞ୍ଜନ “ଏଫ1 ପିଟ ବିଲ୍ଡିଂଗ” ପରୋସା ଯିବ। “ଏଫ1 ପିଟ ବିଲ୍ଡିଂଗ” ଶିଖର ବାର୍ତ୍ତାର ଆଧିକାରିକ ମିଡ଼ିଆ କେନ୍ଦ୍ର ଅଟେ। ପତ୍ରକାରମାନଙ୍କୁ ସିଙ୍ଗାପୁର, ମାଲେସିଆ, ଭିଏତନାମ, ଥାଇଲ୍ୟାଣ୍ଡ, କୋରିଆ, ଆମେରିକା, ଫ୍ରାନ୍ସ ସମେତ ଅନେକ ଅନ୍ୟ ଦେଶଗୁଡ଼ିକର ବ୍ୟଞ୍ଜନ ମଧ୍ୟ ପରୋସା ଯିବ। (ANI photo)

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top