ଓଡ଼ିଶା

ମାଓ ସମସ୍ୟାଠାରୁ ଗମ୍ଭୀର ସମସ୍ୟା: ମାଲକାନଗିରିରେ କିଡନି ରୋଗ! ୬ ବର୍ଷରେ ୩୦୦ମୃତ, ଶତାଧିକ ଆକ୍ରାନ୍ତ, ସରକାର ଦୃଷ୍ଟି ଦେବେକି?

ମାଲକାନଗିରି, ୧୩।୧ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲାରେ ଦୁଇଟି ଡର ମାଓବାଦୀଙ୍କ ଭୟ ଓ ମ୍ୟାଲେରିଆ ଜ୍ୱର ବୋଲି କୁହା ଯାଉଥିବା ବେଳେ ଏବେ ଆଉ ଗୋଟିଏ ଡର ଦେଖା ଦେଇଛି। ତାହା ହେଲା କିଡନି ରୋଗର ଭୟ, ଏହି ରୋଗ ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ଦିନକୁ ଦିନ ବ୍ୟାପିବାରେ ଲାଗିଲାଣି। କିଡନି ରୋଗରେ ଅନେକ ଲୋକଙ୍କର ପ୍ରାଣ ଚାଲିଯାଇଥିଲେ ବି ରାଜ୍ୟ ସରକାର କି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ପ୍ରତି ବର୍ଷ ଶତାଧିକ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି। ସମଗ୍ର ମାଲକାନଗିରି ଜିଲ୍ଲାରେ ଗତ କିଛି ବର୍ଷ ହେଲା କିଡନି ରୋଗର ଆତଙ୍କ ଦେଖା ଦେଇଛି, ମାଓ ଆତଙ୍କ ଠାରୁ କିଡନି ରୋଗ ଜିଲ୍ଲାରେ ଏବେ ଗମ୍ଭୀର ପରିସ୍ଥିତି ସୃଷ୍ଟିକରିଛି। ଏହା କେତେ ଯେ ଘର ଉଜାଡିଲାଣି ତାର ହିସାବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ। ୬ବର୍ଷ ମଧ୍ୟରେ ୩୦୦ ରୁ ଉର୍ଧ ଲୋକ ଏହି ରୋଗରେ ମୃତ୍ୟୁବରଣ କରିଥିବାବଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ବଚିଂବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ଏକ ଗରିବ ଅସହାୟ କିଡନି ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଆମେ ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲ ବାରଣ୍ଡାରେ ଭେଟିଥିଲୁ। କାଲିମେଳା ବ୍ଲକସ୍ଥ ଚିତ୍ରାଙ୍ଗପାଲ୍ଲି ପଚାଂୟତର ଏମଭି୫୫ଗ୍ରାମର ଅମର ଦେ ବୟସ ମାତ୍ର ୩୩ବର୍ଷ ବାପା ଦିଲ୍ଲିପ ଦେ ଓ ମା ଅନେକ ବର୍ଷରୁ ଆରପାରିକୁ ଚାଲିଗଲେଣି, ବହୁକଷ୍ଟରେ ଅମର ପରଘରେ ମୁଲ ମଜୁରୀ ଲାଗି ବଡ ହୋଇଛି। ବୟସ ହେବାରୁ ସେ ଘରକୁ ପତ୍ନୀ ଭାବେ ସିମା କୁ ବିବାହ ହୋଇ ଆଣିଲା, ଦୁଃଖକଷ୍ଟେ ପରିବାର ଚଳି ଯାଉଥିଲେ, ବର୍ଷକ ପରେ କୋଳକୁ ପୁଅଟିଏ ଆସିଲା ପତି ପତ୍ନୀଙ୍କ ଆନନ୍ଦରେ ଛାତି କୁଣ୍ଢେ ମୋଟା ହୋଇଗଲା, ହେଲେ ସମାନଙ୍କ ଖୁସି ବେଶୀ ଦନି ରହିଲା ନାହିଁ, ହଠାତ ଅମରର ଛାତି ବିନ୍ଧିବା ଆରମ୍ଭ ହୋଇ ବାନ୍ତି ହେଲା, କେତେ ଔଷଧ ଖାଇଲା ହେଲେ ଛାଡିଲା ନାହିଁ। ଘରେ ଥିବା ଗାଈଗୋରୁ ଧାନଚାଉଳ ବିକ୍ରି କରି ବିଶାଖାପାଟଣା ଯାଇ ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର କହିଲେ ଅମରର ଗୋଟିଏ କିଡନି ପୁରା ନଷ୍ଟ ହୋଇ ଯାଇଛି ଅନ୍ୟଟି ଖରାପ ହେବାକୁ ଲାଗିଲାଣି ତୁରନ୍ତ କିଡନି ବଦଳାଇବାକୁ ପଡିବ,  ଏ କଥା ଶୁଣି ଉଭେୟେ ସ୍ୱାମୀ ସ୍ତ୍ରୀଙ୍କ ମୁଣ୍ଡରେ ଚଡକ ପଡିଗଲା, ଟଙ୍କା କେଉଁଠୁ ଆଣିବେ ଯେ କିଡନୀ ବଦଳାଇବେ, ଏକଥା ଶୁଣି ଗାଁର କିଛି ଯୁବକ ତାଙ୍କୁ ସହାଯ୍ୟ କରିବା ପାଇଁ ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କ ନିକଟକୁ ଆସି ଜଣାଇବାପରେ ତାଙ୍କୁ ତୁରନ୍ତ ମାଲକାନଗିରି ହସପିଟାଲରେ ଭର୍ତି କରିଦିଅ। ତାଙ୍କର ଚକିତ୍ସା ବ୍ୟବସ୍ତା ଦେଖିବା ବୋଲି ବିଧାୟକଙ୍କ ପରାମର୍ଶ ଦେବା ପରେ ଆଜି କିଡନି ରୋଗୀ ଅମର ଦେ ଙ୍କୁ ମାଲକାନଗରି ହସପିଟାଲରେ ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ମାଲକାନଗିରି ଜିଲ୍ଲା ହସପିଚଟାଲରେ କିଡନି ଚିକିତ୍ସା ସମ୍ଭବପରନୁହଁ, ହଲେ ତାଙ୍କର ଦୁଇଟି କିଡନି ନଷ୍ଟହେବାକୁ ବସିଲାଣି ବାହରକୁ ଯାଇ କିଡନି ବଦଳାଇବାକୁ ପଡିବ, ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି କେଉଁଠାରୁ ଏତେ ଟଙ୍କା ମିଳିବ ଯେ ସେ କିଡନି ବଦଳାଇବେ। ସ୍ୱାମୀଙ୍କ ଦୁଃଖ ଦେଖି ପତ୍ନୀ ସିମା ନିଜର ଗୋଟିଏ କିଡନି ଦାନକରିବାକୁ ରାଜି ହୋଇଛନ୍ତି। ହେଲେ କିଡନି ବଦଳାଇ ବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ତେଣୁ କର୍ମକୁ ଆଦରି ମାଲକାନଗିରି ହସପିଟାଲ ରେ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ଏହି କିଡନି ରୋଗୀ ଅମର ଦେ। ଯଦି ସରକାର କି କେହି ବଦାନ୍ୟବ୍ୟକ୍ତି ତାଙ୍କୁ ସହଯୋଗର ହାତ ବଢାଇବେ ତେବେ ସେ ଆସନ୍ନ ମୃତ୍ୟୁରୁ ରକ୍ଷାପାଇ ଯିବେ ବୋଲି ତାଙ୍କ ଗାଁର ଯୁବକ ସପନ କୁମାର ମଜୁମଦାର କହିଛନ୍ତି। ସେହି ଗାଁରରେ ଆହୁରି ଦୁଇଜଣ ତାରକ ମଣ୍ଡଳ, କ୍ରିଷ୍ଣପଦ ମଣ୍ଡଳ, କିଡନି ରୋଗରେ ଆକ୍ରନ୍ତ ହୋଇଥିବାର ଜଣାପଡିଛି।

ଏହି କିଡନି ରୋଗର ମୁଖ୍ୟକାରଣ ଆଇରନ ଯୁକ୍ତ ପାନୀୟ ଜଳ ବୋଲି କେତେଜଣ କହୁଥିବା ବେଳେ, ଗାଁ ଗହଳରେ କ୍ବାକ୍ ମାନଙ୍କ ନକଲି ଔଷଧ ବ୍ୟବବହାର କାରଣ ଯୋଗୁ ହେଉଛି ବୋଲି ଆଉ କିଛି ବୁଦ୍ଧିଜିବୀମାନେ କୁହନ୍ତି। ମାଲକାନଗିରି ଜିଲ୍ଲାରେ ବହୁପରିମାଣରେ କିଡନି ରୋଗରେ ଲୋକମାନେ ଆକ୍ରାନ୍ତ ହେଉଥିଲେ ବି ରାଜ୍ୟସ୍ୱାସ୍ଥ୍ୟ ବିଭାଗ କି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୌଣସି ଅଭିଜ୍ଞ ଡାକ୍ତର କିମ୍ବା ବିଶେଷଜ୍ଞ ତଦନ୍ତକାରି ଦଳ ମାଲକାନଗିର ଜିଲ୍ଲାରେ ପହଁଚି ଏହିରୋଗର କରାଣ ଓ ନିରାକରାଣ ର ବ୍ୟବସ୍ଥା କରୁ ନଥିବାରୁ ପ୍ରତି ବର୍ଷ ଶତାଧିକ ଲୋକଙ୍କର ମୃତ୍ୟୁ ଘଟି ଚାଲିଛି। ମାଲକାନଗିରି ଜିଲ୍ଲାରେ ଥିବା ଅଧିକାଶଂ ନଳକୂପରୁ ଆଇରନ ଯୁକ୍ତ ଜଳବାହାରୁଛି, ଏହି ଜଳକୁ ଗ୍ରାମବାସୀମାନେ ପାନୀୟଜଳ ଭାବେ ବ୍ୟବହାର କରିବା ଦ୍ୱାରା ସେମାନଙ୍କ କିଡନି ଧିରେ ଧିରେ ନଷ୍ଟହୋଇ ଯାଉଛି। ଜିଲ୍ଲାରେ ଜଳ ପାଲଟିଛି ଜହର, ଏହି କଥା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜାଣିଥିଲେବି କିଛି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ପ୍ରତି ବର୍ଷ କିଡନି ରୋଗରେ ଶତାଧିକ ବ୍ୟକ୍ତିଙ୍କର ମୃତ୍ୟୁଘଟୁଛି। ଜିଲ୍ଲା ସଦର ମହକୁମା ସହିତ ବିଭିନ୍ନ ଗ୍ରାମରେ ଏହି କିଡନି ରୋଗ ମହାମାରିପରି ବ୍ୟାପି ଚାଲିଥିଲେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ। ବୃକ୍କ(କିଡନି)ରୋଗ ନିରାକରଣ ଓ ଜନସଚେତନତା ପାଇଁ କେନ୍ଦ୍ର ଓ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହା କେବଳ ପ୍ରହସନରେ ପରିଣତ ହୋଇଛି। ବିଶେଷ କରି କୋରକୁଣ୍ଡା, କାଲିମେଳା, ପଡିଆ ବ୍ଲକ ଅଚଂଳରେ ଏହାର ଅଧିକ ପାଦୃଭାବ ଅଧିକ ଦେଖା ଦେଇଛି।

କେବଳ କୋରକୁଣ୍ଡା ବ୍ଲକସ୍ଥ ପୋଟ୍ରେଲ ପଚାଂୟତ ର ଏମଭି୩୩, ଏମଭି୩୧ ଗ୍ରାମରେ ୬ବର୍ଷରେ ୨୮ଜଣଙ୍କର ମୃତ୍ୟୁଘଟିଛି, ପଡିଆବ୍ଲକ ପୁଷୁଗୁଡା ପଚାଂୟତର ଏମପିଭି ୭୮ଗ୍ରାମରେ ୪୦ଜଣରୁ ଉର୍ଦ୍ଦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଉର୍ଦ୍ଧ୍ୱଲୋକ ବୃକକ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସା ହେଉଥିବାର ଜଣାପଡିଛି। ଠିକ ସେହିପରି କାଲିମେଳା ବ୍ଲକସ୍ଥ ଏମପିଭି୩୬, ଗ୍ରାମରେ ବର୍ଷକ ମଧ୍ୟରେ ଗୋଟିଏ ପରିବାରରୁ ୩ଜଣ ଙ୍କ ସହିତ ୧୦ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦ରୁ ଉର୍ଦ୍ଧ୍ୱବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି।

ଚିତ୍ରାଙ୍ଗପାଲି ପଚାଂୟତ ଏମଭି୫୫, ନାଲାଗୁଣ୍ଠି ପଚାଂୟତର ଏମପିଭି୪୨, ଏମଭି୭୨, କୋଇମେଟଲା, ଏମପିଭି୩୩, ତେଲରାଇ, ଛେଳିଆ ମୁଣ୍ଡା ସହିତ ଅନେକ ଗ୍ରାମରେ ଶତାଧିକ କିଡନି ରୋଗୀ ରହିଥିବାର ଜଣାପଡିଛି। ଦୂଷିତ ଜଳ ଓ ନକଲି ଔଷଧ ସେବନଦ୍ୱାରା ଏହି ରୋଗ ମହାମାରି ପରି ବ୍ୟାପୁଛି ବୋଲି ସନ୍ଦେହ କରା ଯାଉଥିଲେ ବି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିଡନି ରୋଗ ବ୍ୟାପିବା ସଂପର୍କରେ ରାଜ୍ୟସରକାର କିମ୍ବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗକୁ ଅବଗତ ନକିରବାର କାରଣ କଣ ହୋଇପାରେ ବୋଲି ଜିଲ୍ଲାବାସୀ ଆଲୋଚନା କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top