ଖୋର୍ଦ୍ଧା କପ୍ କ୍ରିକେଟ୍ ଉଦ୍ଘାଟିତ: ପ୍ରଗତି ସ୍ପୋଟିଂକୁ ହରାଇ ଖୋର୍ଦ୍ଧା କ୍ଲବ ସେମିରେ

ଖୋର୍ଦ୍ଧା, ୧୫/୪(ଓଡ଼ିଆ ପୁଅ/ସୂର୍ଯ୍ୟନାରାୟଣ ମହାନ୍ତି)-ରବିବାର ଠାରୁ ଖୋର୍ଦ୍ଧା ସ୍ଥିତ ବିଜେବି ହାଇସ୍କୁଲ ପଡ଼ିଆ ଠାରେ ଆରମ୍ଭ ହୋଇଛି ସର୍ବଭାରତୀୟ ୩ୟ ରାତ୍ରକାଳିନ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଟୁର୍ନାମେଂଟ୍। ଉଦ୍ଘାଟନୀ ମ୍ୟାଚରେ ଭୁବନେଶ୍ୱରର ପ୍ରଗତି ସ୍ପୋଟିଂ ଓ ଖୋର୍ଦ୍ଧା କ୍ରିକେଟ୍ ଆସୋସିଏସନ ପରସ୍ପରକୁ ଭେଟିଥିଲେ। ଏଥିରେ ଖୋର୍ଦ୍ଧା କ୍ରିକେଟ୍ ଆସୋସିଏସନ ୫ ୱିକେଟ୍ରେ ପ୍ରଗତି ସ୍ପୋଟିଂକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି।

ଟସ୍ରେ ଜିଣି ଖୋର୍ଦ୍ଧା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଭୁବନେଶ୍ୱର ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୯୭ରନ୍ କରିଥିଲେ। ଦଳ ପକ୍ଷରୁ ରଘୁନାଥ ମଲ୍ଲ ୪୪ଟି ବଲରୁ ୨୯ରନ୍ ଓ ସାନ୍ତନୁ ମିଶ୍ର ୨୮ବଲରୁ ୨୧ରନ୍ କରିଥିଲେ। ଖୋର୍ଦ୍ଧା ଦଳ ପକ୍ଷରୁ ବିଶ୍ୱଜିତ୍ ବେହେରା ୩ ଓଭରରେ ୭ରନ୍ ଦେଇ ୨ଟି ୱିକେଟ୍ ଓ ନିଲୁ ପ୍ରଧାନ ୪ଓଭରରେ ୨୬ରନ୍ ଦେଇ ୨ୱିକେଟ୍ ନେଇଥିଲେ। ଜବାବରେ ଖୋର୍ଦ୍ଧା ଦଳ ବ୍ୟାଟିଂ ଆରମ୍ଭ ଓଭରରେ ୧୮.୨ ଓଭରରେ ୫ ୱିକେଟ୍ ହରାଇ ୯୮ରନ୍ କରିନେଇଥିଲେ। ଖୋର୍ଦ୍ଧା ଦଳର ରାକେଶ ପଟ୍ଟନାୟକ ୨୦ଟି ବଲରୁ ୨୬ରନ୍ କରିଥିଲେ। ପ୍ରଗତି ଦଳ ପକ୍ଷରୁ ମାନସ ମହାପାତ୍ରା ୩ଟି ୱିକେଟ୍ ନେଇଥିଲେ। ଆଜିର ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳୀ ଭାବେ ଖୋର୍ଦ୍ଧା ଦଳର ରାକେଶ ପଟ୍ଟନାୟକଙ୍କୁ ଏଚ୍ଏଚ୍ ଟାଇନ୍ସ ପକ୍ଷରୁ ଏକ ହାତଘଂଟା ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚ୍କୁ ଶରତଚନ୍ଦ୍ର ସାହୁ ଓ ପ୍ରୀତିରଂଜନ ବିଜୟସିଂ ପରିଚାଳନା କରିଥିବା ବେଳେ କାଜଲ ବଳିୟାରସିଂ ମ୍ୟାଚ୍ ରେଫରୀ କାର୍ଯ୍ୟ ତୁଲାଇଥିଲେ। ଆସନ୍ତାକାଲିର ମ୍ୟାଚ୍ ଭୁବନେଶ୍ୱରର ସହୀଦ୍ ସ୍ପୋଟିଂ ଓ କଟକର ରାଇଜିଂ ଷ୍ଟୁଡ଼େଂଟ୍ ମଧ୍ୟରେ ଅନୁଷ୍ଠିତ ହେବ। ଆଜିର ଉଦ୍ଘାଟନୀ ମ୍ୟାଚ୍ରେ ଆର୍ନ୍ତଜାତିକ ଖ୍ୟାତି ସଂପର୍ଣ୍ଣ କ୍ରିକେଟ୍ ଖେଳାଳୀ ଦେବାଶିଷ ମହାନ୍ତି, ଅତିରିକ୍ତ ଜିଲା ଦୌରାଜଜ୍ ଲଳିତ କୁମାର ଦାଶ, ବିଧାୟକ ରାଜେନ୍ଦ୍ର ସାହୁ ପ୍ରମ୍ମୁଖ ଯୋଗଦେଇ ଟୁର୍ନାମେଂଟ୍କୁ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ।

 

Leave a Reply

Your email address will not be published. Required fields are marked *