ad
ଓଡ଼ିଶା

ଏବେବି ରୋଗୀଙ୍କ ପାଇଁ ଖଟିଆ ଭରଷା

ବାରିପଦା ୧୧-୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ସ୍ୱାଧୀନତାର ୭୨ ବର୍ଷ ବିତି ଯାଇଥିବା ବେଳେ ଆମ ଦେଶ ବହୁ ଆଗକୁ ବଢି ଥିବାର ଦେଖି ଆମେ ଗର୍ବ ଅନୁଭବ କରୁ। ଭାରତୀୟମାନେ ଆଜି ବୁଲେଟ ଟ୍ରେନରେ ଚଢି ବୁଲିବା ପାଇଁ ପ୍ରସ୍ତୁତ ହେଲେଣି। ସେହିପରି ରାଜ୍ୟ ସରକାର ଗମନା ଗମନ ପାଇଁ ଉନ୍ନତ ସଡ଼କ, ପୋଲ ମାନ ନିର୍ମାଣ କରି ଚାଲିଛନ୍ତି ଯେପରି ଲୋକ ମାନକୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କିନ୍ତୁ ବାସ୍ତବିକ ଏହା କେତେ ଦୂର ଠିକ ତାହା ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଆମେ ଉଚିତ ମନେ କରୁଛୁ । କିଛି ସରକାରୀ ବାବୁମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ବି ପଶୁ ମାନଙ୍କ ପରି ଜୀବନ ଅତିବାହିତ କରୁଛନ୍ତି କିଛି ଲୋକେ।

ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା ସୁକୃଳି ବ୍ଲକ ଅନ୍ତର୍ଗତ ଯେଠମା ନାୟକ ସାହି ଗାଁ ରେ। ସ୍ୱାଧୀନତାର ଏତେ ସମୟ ବିତି ଯାଇଥିଲେ ସୁଦ୍ଧା ଗ୍ରାମକୁ ନିର୍ମାଣ ହୋଇ ପାରି ନାହିଁ ଖଣ୍ଡେ ରାସ୍ତା। ଯାହାର ପରିଣାମ ସ୍ୱରୂପ ଗ୍ରାମରେ ଦେହ ଖରାପ ହେଉଥିବା ଲୋକମାନଙ୍କୁ ଖଟିଆ ସାହାଯ୍ୟରେ ୨ କିଲୋମିଟର ରାସ୍ତା ବୋହି ନେବାକୁ ପଡେ। ଗ୍ରାମକୁ ଗୋଟେ ରାସ୍ତା ନ ଥିବାରୁ ଗାଁ କୁ ଆମ୍ବୁଲାନ୍ସ ଯାଇ ପାରେ ନାହିଁ। ଏ ବାବଦକୁ ସମିତି ସଭ୍ୟଠୁ ଆରମ୍ଭ କରି ଗ୍ରାମବାସୀ ବିଡ଼ିଓ , ମନ୍ତ୍ରୀ ସମସ୍ତଙ୍କ ପାଖରେ ଗୁହାରି କରି ଭାଗ୍ୟକୁ ଆଦରି ରହିଛନ୍ତି। ଖାଲି ଦେଖିବାକୁ ବାକି ରହିଲା କେବେ ସରକାରୀ ବାବୁମାନଙ୍କ ଶୁଭ ଦୃଷ୍ଟି ପଡୁଛି ଓ କେବେ ଏହି ଗାଁ କୁ ଆମ୍ବୁଲାନ୍ସ ଯିବା ପାଇଁ ଖଣ୍ଡେ ରାସ୍ତା ହେଇ ପାରୁଛି ଓ କେବେ ଏହି ଗ୍ରାମର ଦୁଃଖ ଦୂର ହେଉଛି ?

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top