ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

କେନ୍ଦୁଝର ରଥ ପୃଥିବୀର ସବୁଠାରୁ ଉଚ୍ଚ ରଥ : ଘୋଷଣା କଲେ ଇଣ୍ଡିଆ ବୁକ ଅଫ ରେକଡ୍ସ ସଂସ୍ଥା

କେନ୍ଦୁଝର, ୧୦ ଫେବୃୟାରୀ ୨୦୧୯ (ଓଡ଼ିଆ ପୁଅ/ବିଭୂତି ଭଊ,ଣ ପଟ୍ଟନାୟକ) କେନ୍ଦୁଝରର ବଳଦେବଜୀଉଙ୍କର ରଥ ବିଶ୍ୱର ସବୁଠାରୁ ଡେଙ୍ଗା ବା ଉଚ୍ଚ, ରଥ ବୋଲି ରବିବାର ୧୦ ତାରିଖ ଦିନ ଘୋଷଣା କଲେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ସଂସ୍ଥା। ରବିବାର ଦିନ ଇଣ୍ଡିଆ ବୁକ ଅଫ୍ ରେକର୍ଡ ସଂସ୍ଥାର ରାକେଶ କୁମାର ବର୍ମା କେନ୍ଦୁଝରରେ ପହଞ୍ଚି ରଥର ଉଚ୍ଚତା ପରୀକ୍ଷା ନିରୀକ୍ଷା କରିବା ପରେ ଏହାକୁ ପୃଥିବୀର ଉଚ୍ଚତମ ରଥ ବୋଲି ଘୋଷଣା କରିଥିଛନ୍ତି ଏବଂ ଏହି ଆଧାରରେ ଦେବୋତ୍ତର ଅଧିକାରୀ ତଥା ସବ କଲେକ୍ଟର ସୋମନାଥ ପ୍ରଧାନଙ୍କୁ ସର୍ଟିଫିକେଟ ଓ ମେଡାଲ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଗ୍ରୀନ ଓ ବୁକ ଅଫ ଓ୍ୟାଲର୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ମଧ୍ୟ ପ୍ରୟାସ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କେନ୍ଦୁଝର ରଥ କୁ ଗବେଷକ ମାନେ ପୃଥିବୀର ବା ବିଶ୍ୱର ସବୁଠାରୁ ଉଚ ରଥ ବୋଲି ଦାବି କରିବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏହାକୁ ବିଶ୍ୱର ସର୍ବ ବୃହତ ରଥ ଭାବରେ ବିଭିନ୍ନ ରେକର୍ଡ ବହିରେ ତାଲିକା ଭୁକ୍ତ କରିବାକୁ ଆବେଦନ କରାଯାଇଥିଲା। ଏହି ଆବେଦନ କୁ ବିଚାର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ପକ୍ଷରୁ ରାକେଶ କୁମାର ବର୍ମା ରବିବାର ଦିନ କେନ୍ଦୁଝର ଆସି ପହଞ୍ଚିଥିଲେ ଏବଂ କେନ୍ଦୁଝର ରଥକୁ ଅନୁଧ୍ୟାନ କରିବା ସହ ରଥ ସଂମ୍ପର୍କିତ ବିଭିନ୍ନ ତଥ୍ୟ ସମ୍ବଳିତ ଦସ୍ତାବିଜ ପରୀକ୍ଷା ନିରୀକ୍ଷା କରିବା ସହ ଗ୍ରହଣ କରିଥିଲେ। ଏହା ସହ ରଥର ଉଚ୍ଚତା ମଧ୍ୟ ତଦାରଖ କରିଥିଲେ। କେନ୍ଦୁଝର ରଥର ସ୍ୱତନ୍ତ୍ରତା ହେଲା ଏହାର ଉଚ୍ଚତା ୪୦ ହାତ ଏବଂ ଏହା ସହ ଦଧନଉତି ଓ ପତାକା ମିଶି ସମୁଦାୟ ତଳ ଠାରୁ ପତକା ପର୍ଯ୍ୟନ୍ତ ଉଚ୍ଚତା ୫୨ ହାତ ବା ୭୨ ଫୁଟ ହୋଇଥିବା ବେଳେ ଲମ୍ବ ଓ ପ୍ରସ୍ଥ ୨୮ ହାତ ଓ ସିଂହାସନ ମଣ୍ଡପ ୧୪ ହାତ ଅଟେ। ଏହି ରଥଟିର ଅଖ ମଧ୍ୟ ୨୨ ହାତରୁ ଅଧିକ। ଆହୁରି ମଧ୍ୟ ଏହି ରଥଟି ଶାଳ, ଶାଳମୂଳୀ ଓ ଧଳା ନାମକ ତିନି ପ୍ରକାରର କାଠରେ ନିର୍ମିତ ହୋଇଥାଏ। ପୃଥିବୀ ପ୍ରସିଦ୍ଧ ପୁରୀର ନନ୍ଧିଘୋଷ ରଥ ଠାରୁ କେନ୍ଦୁଝର ରଥ ୬ ହାତ ଏକ ଚାଖେଣ୍ଡେ ଅଧିକ ଉଚ୍ଚ ଏବଂ ପତାକା ସହ ଏହା ୫୨ ହାତ ଉଚ୍ଚ ଅଟେ।

ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ଏହି କେନ୍ଦୁଝର ରଥ କୁ ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ, ଏସିଆ ପାସିଫିକ ରେକର୍ଡ, ଇଣ୍ଡିଆନ ନ୍ୟାସନାଲ ରେକର୍ଡ, ଇନ୍ଟରନ୍ୟାସନାଲ ଓ୍ୟଣ୍ଡର ଓ୍ୟାଲର୍ଡ ରେକର୍ଡ ସଂସ୍ଥା ପକ୍ଷରୁ ଉଚ୍ଚତମ ରଥର ମାନ୍ୟତା ମିଳି ସାରିଛ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top