ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁପକ୍କାଘର ଯୋଜନାରେ ଜିଲା ପଛୁଆ ହୋଇ ରହିଛି

କେନ୍ଦ୍ରାପଡ଼ା, ୯/୬ (ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ) – ଜିଲାରେ ଚଳିତ ଆର୍ଥିକ ବର୍ଷରେ ୧୨୭୪୯ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୨୫୧୬ବିଜୁ ପକ୍କାଘର କରିବାପାଇଁ ଅର୍ଥ ମଞୁର ହୋଇଛି। କିନ୍ତୁ କୌଣସି ବ୍ଲକରେ ମଇ ମାସ ଶେଷସୁଦ୍ଧା ଏହି ଦୁଇଟି ଯୋଜନାରେ କୌଣସି ଗୋଟିଏ ଘରସୁଦ୍ଧା ସଂପୂର୍ଣ୍ଣ ହୋଇନଥିବା ଜଣାପଡିଛି। ତେବେ କେତେକ ବ୍ଲକରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ଓ ହିତାଧିକାରୀମାନେ ସମୁଦାୟ ଏକଲକ୍ଷ ସତୁରୀ ହଜାର ଟଙ୍କାରୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଥିବା ଜିଲାଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ୍ତ କିଶୋର ଶତପଥି ସୂଚନା ଦେଇଛନ୍ତି।

ଯାହା ଫଳରେ କି ପୂର୍ବଭଳି ଏହି ଜିଲା ଏହିଦୁଇଟି ଯୋଜନାରେ ଗୃହକାଯ୍ୟ ଶେଷ କରିବାରେ ପଛୁଆହୋଇ ରହିଛି। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ ବ୍ଲକକୁ ଯେଉଁ ୧୨୭୪୯ ଗୃହ ଆବଣ୍ଟନ କରାଯାଇଛି ତାହାର ବ୍ଲକୱାରି ହିସାବ ହେଉଛି ଆଳିବ୍ଲକକୁ ୧୨୫୬, ଡେରାବିଶ ବ୍ଲକକୁ ୧୪୨୨, ଗରଦପୁର ବ୍ଲକକୁ ୮୨୮, କେନ୍ଦ୍ରାପଡା ବ୍ଲକକୁ ୧୪୦୭, ମହାକାଳବ୍ଲକକୁ ୨୦୯୪, ମାର୍ଶାଘାଇ ବ୍ଲକକୁ ୧୧୨୬, ପଟ୍ଟାମୁଣ୍ଡାଇ ବ୍ଲକକୁ ୧୫୪୬, ରାଜକନିକା ବ୍ଲକକୁ ୧୪୭୧ ଓ ରାଜନଗର ବ୍ଲକକୁ ୧୫୯୯। ସେହିଭଳି ବିଜୁ ପକ୍କାଘର ଯୋଜନାରେ ବିଭିନ୍ନବ୍ଲକୁ ଯେଉଁ ୨୫୧୬ ଗୃହ ଆବଣ୍ଟନ କରାଯାଇଛି  ତାହାର ବ୍ଲକୱାରି ହିସାବ ହେଉଛି ଆଳିବ୍ଲକକୁ ୨୯୦,ଡେରାବିଶ ବ୍ଲକକୁ୨୫୬,ଗରଦପୁର ବ୍ଲକକୁ ୧୮୫,କେନ୍ଦ୍ରାପଡା ବ୍ଲକକୁ ୨୮୧,ମାହାକାଳପଡା ବ୍ଲକକୁ ୪୩୭, ମାର୍ଶାଘାଇବ୍ଲକକୁ ୧୮୮,ପଟ୍ଟାମୁଣ୍ଡାଇ ବ୍ଲକକୁ ୩୦୨,ରାଜକନିକା ବ୍ଲକକୁ ୨୩୦,ରାଜନଗର ବ୍ଲକକୁ ୩୪୭।

Leave a Reply

Your email address will not be published. Required fields are marked *