ad
ଓଡ଼ିଶା

ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ୧୨ ଘଣ୍ଟିଆ ପାଞ୍ଚପୀଢ଼ ବନ୍ଦ

ବାରିପଦା ୨୭-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ସର୍ବ ପୂରାତନ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ କରଞ୍ଜିଆ ଉପଖଣ୍ଡରୁ ସ୍ଥାନାନ୍ତରଣ କରିବା ପାଇଁ ରାଜ୍ୟ ସରକାର ଗତ ନଭେମ୍ୱର ମାସ ଏକ ନୋଟିଫିକେସନ ଜାରି କରିଥିଲେ। କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି କରଞ୍ଜିଆ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ବନ୍ଦ ଡାକରା ଦେଇଛି। ଏଇ ବନ୍ଦ ଡାକରାରେ ପାଞ୍ଚଟି ବ୍ଲକ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ୪୯ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଛନ୍ତି। ଯଦି ରାଜ୍ୟ ସରକାର ଏଥି ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ତେବେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ପାଞ୍ଚପୀଢ଼ ବନ୍ଦକରିବା ପାଇଁ ଧମକ ଦେଇଛନ୍ତି ପାଞ୍ଚପୀଢ଼ ମିଳିତ କ୍ରିୟାନୁଷ୍ଠାନ କମିଟି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top