Home ଜିଲ୍ଲା ପରିକ୍ରମା କଂଚନବିଲି ଅବଧୂତ ଆଶ୍ରମରେ ଭାଗବତ ମହାଯଜ୍ଞ

କଂଚନବିଲି ଅବଧୂତ ଆଶ୍ରମରେ ଭାଗବତ ମହାଯଜ୍ଞ

157

ନୟାଗଡ଼,୨୨ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ବ୍ଳକ ଅନ୍ତର୍ଗତ କଂଚନବିଲି ଅବଧୂତ ଆଶ୍ରମରେ ଦୁଇଦିନ ଚାଲିଥିବା  ଭାଗବତ ମହାଯଜ୍ଞ ଉଦ୍ୟାପିତ ହୋଇଯାଇଛି । କଂଚନବିଲି ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ମହାଯଜ୍ଞରେ ଅବଧୂତ ବାବା ତ୍ରିଲୋଚନ ଗିରି ଆହୂତି ପ୍ରଦାନ କରିଥିବାବେଳେ  ବିଭିନ୍ନ ସ୍ଥାନରୁ ଆସିଥିବା ଅବଧୂତ ବାବାଗଣ ଜଗନ୍ନାଥ ଦାସଙ୍କ ରଚିତ    ଭାଗବତ ମହାପୁରାଣକୁ ଧାର୍ମୀକ ବିଧିମତେ ଖଜଣୀ,ମୃଦଙ୍ଗ ତାଳରେ ଦିବାରାତ୍ର ଗାୟନ କରିଥିଲେ । ଏଥିରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଭାଗବତ ଗାୟନରେ ମନୋନିବେଶ କରିଥିବାବେଳେ ଦୂରଦୂରାନ୍ତରୁ ବହୁ ଭାଗବତପ୍ରେମୀ ଯୋଗଦାନ କରି ବିଭୂକୃପା ଲାଭ କରିଥିଲେ । ଏହି ଅବସରରେ ଉପସ୍ଥିତ ଭକ୍ତମାନଙ୍କୁ ଚରୁ ପ୍ରଦାନ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ହରିବୋଲ ହୁୂଳହୁଳିରେ ପୂର୍ଣ୍ଣାହୂତିର ଆଶ୍ରମ ପରିବେଶ ବେଶ ଧର୍ମ ଭାବନା ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.