ଓଡ଼ିଶା

ସିବିଆଇ ଜାଲରେ କାମଦେବ ବିଶ୍ୱାଳ – ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ

ମୁଖ୍ୟ କଥା:
– ଦିଲ୍ଲୀ ଓଡ଼ିଆଙ୍କ ମଧ୍ୟରେ ବେଶ୍ ପରିଚିତ କାମଦେବ ବିଶ୍ୱାଳ
– ନୂଆଦିଲ୍ଲୀ AIIMS ରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି କାମଦେବ ବିଶ୍ୱାଳ
– ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରର ସଂପାଦକ ହେଉଛନ୍ତି କାମଦେବ ବିଶ୍ୱାଳ
– ବିଲ୍ ପାଶ୍ କରାଇବା ପାଇଁ ନେଉଥିଲେ ଲାଞ୍ଚ – ସିବିଆଇ ହାତରେ ଧରାପଡ଼ିଲେ
ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ଦିଲ୍ଲୀ AIIMS ରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ କାମଦେବ ବିଶ୍ୱାଳ ପଡ଼ିଛନ୍ତି ସିବିଆଇ ଜାଲରେ। ସୂଚନାନୁଯାୟୀ ଅନୁଯାୟୀ ଶ୍ରୀ ବିଶ୍ୱାଳ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ବିଲ୍ ପାଶ କରାଇବା ପାଇଁ ୧୯,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଲେ। ଆରୋପି ବିଶ୍ୱାଳଙ୍କ ଦପ୍ତର ଏବଂ ସରକାରୀ ବାସ ଭବନରେ ଛାପା ମାରିଛି ସିବିଆଇ। ମିଳିଥିବା ଖବର ଅନୁଯାୟୀ କାମଦେବ ବିଶ୍ୱାଳଙ୍କୁ ବୁଧବାର ଦିନ ସିବିଆଇ ଗିରଫ କରି ପଚରା ଉଚରା କରୁଛି।

 

http://www.thehindu.com/news/cities/Delhi/cbi-arrests-aiims-staff-on-graft-charge/article22972216.ece

 

(ଫଟୋ ସୌଜନ୍ୟ – ଜି. ଆଚାର୍ଯ୍ୟ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top