ଅବ୍ୟବସ୍ଥା ଘେରରେ ଜୋକବନ୍ଧ ସେବାଶ୍ରମ ସ୍କୁଲ

ପୋଲସରା ୧୯-୧୨ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମ ପଞ୍ଚାୟତରେ ଥିବା ଜୋକବନ୍ଧ ସେବାଶ୍ରମଟି ଅବ୍ୟବସ୍ଥା ଘେରରେ ଥିବା ଶୁଣିବାକୁ ମିଳୁଛି। ସେବାଶ୍ରମର ଅନ୍ତେବାସୀଙ୍କ ଅଭିଭାବକ ଓ ପାଣ୍ଡିରିପଡା ସରପଞ୍ଚଙ୍କ ଅଭିଯୋଗ ଅନୁଯାଇ ଉକ୍ତ ସେବାଶ୍ରମରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଜଳଖିଆରେ ମୁଢି ଓ ଟଙ୍କିକିଆ ପାଉଁରୁଟି ଦିଆଯାଉଛି। ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ସେବାଶ୍ରମ ତରଫରୁ କୌଣସି ଚିକିତ୍ସାର ବନ୍ଦୋବସ୍ତ କରାନଯାଇ ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ସମ୍ପୃକ୍ତ ସେବାଶ୍ରମଟି ମାଳ ଅଞ୍ଚଳରେ ଥିବାଯୋଗୁଁ ବହୁ ସମୟରେ ବିଦ୍ୟୁତ ରହେନାହିଁ। ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜେନେରେଟର ବିଷୟରେ ପଚାରିବାରୁ କହିଲେ ସ୍କୁଲରେ ଜେନେରେଟର ଚଳାଇବା ପାଇଁ ସରକାର କୌଣସି ସୁବିଧା ଦେଇନାହାନ୍ତି। ସ୍କୁଲରେ ଥିବା ଜେନେରେଟର ମଧ୍ୟ ବିଦ୍ୟୁତ କାଟିବା ସମୟରେ କାର୍ଯ୍ୟକ୍ଷମ ହୁଏନାହିଁ। ଯାହା ଫଳରେ ଛାତ୍ରୀମାନଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି ହେଉଛି। ସ୍କୁଲରେ ପର୍ଯ୍ୟାପ୍ତ ଶିକ୍ଷକ ନଥିବା ସ୍ୱତ୍ତ୍ୱେ ପ୍ରଧାନ ଶିକ୍ଷକ କେବେ ମଧ୍ୟ କ୍ଲାସ କରନ୍ତି ନାହିଁ ଓ ସର୍ବଦା ବିଳମ୍ବରେ ସ୍କୁଲକୁ ଆସନ୍ତି। ସରକାରଙ୍କ ଧାର୍ଯ୍ୟ ପ୍ରକାରେ ଖାଦ୍ୟ ଦିଆଯାଏ ନାହିଁ, ଆମିଷ ବହୁତ କମ ପରିମାଣରେ ଦିଆଯାଏ, ବେଳେବେଳେ ଆମିଷ ଦେବା ଜାଗାରେ ଡାଲମା ଭାତ ଦିଆଯାଏ। ନିମ୍ନ ମାନର ଖାଦ୍ୟ ଯୋଗୁଁ ସରକାରଙ୍କୁ ପୋଷଣ ଦୂର କରିବା କାର୍ଯ୍ୟ ବ୍ୟାହତ ହେଉଛି।ସମ୍ପୃକ୍ତ ଅନ୍ତେବାସୀ ମାନେ ଆଦିବାସୀ ହରିଜନ ସମ୍ପ୍ରଦାୟର ହୋଇଥିବାରୁ ସେବାଶ୍ରମରେ ଚାଲିଥିବା ଅବ୍ୟବସ୍ଥା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ଭୟରେ ଅଭିଯୋଗ କରି ପାରନ୍ତି ନାହିଁ। ଅଭିଭାବକମାନେ ସ୍କୁଲକୁ ଆସିଲେ ପିଲାମାନେ ସେବାଶ୍ରମର ଅବ୍ୟବସ୍ଥା ସମ୍ପର୍କରେ ଜଣାନ୍ତି। ଉକ୍ତ ସେବାଶ୍ରମରେ ପାଣ୍ଡିରିପୋଡା ଗ୍ରାମ ପଞ୍ଚାୟତର ପଢ଼ୁଥିବା ଛାତ୍ରୀମାନଙ୍କ ଅଭିଭାବକଙ୍କ ଅନୁଯାଇ ଅବ୍ୟବସ୍ତାକୁ ଦୂର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶକ (ST) ଓ ସ୍ୱତନ୍ତ୍ର ଶାସନ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି ବୋଲି ପାଣ୍ଡିରିପଡାର ସରପଞ୍ଚ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *