ଓଡ଼ିଶା

JNU, ଆଲିଗଡ଼ ଏବଂ BHU ସମେତ ଦେଶର ୬୨ ଉଚ୍ଚ ଶିକ୍ଷା ସଂସ୍ଥାକୁ ନେଇ UGC ର ବଡ଼ ନିଷ୍ପତ୍ତି: ମିଳିଲା ସଂପୂର୍ଣ୍ଣ ସ୍ୱତନ୍ତ୍ରତା (Autonomy)

କେନ୍ଦ୍ରୀୟ ମାନବ ସମ୍ବଳ ବିକାସ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇ ଦେଶର ୬୨ଟି ଶିକ୍ଷା ସଂସ୍ଥାଙ୍କୁ ସ୍ଵାଯତ୍ତତା (Autonomy) ଦେଇଛନ୍ତି

ନୂଆଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ): କେନ୍ଦ୍ରୀୟ ମାନବ ସମ୍ବଳ ବିକାସ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ୬୨ଟି ଶିକ୍ଷା ସଂସ୍ଥାକୁ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଛନ୍ତି। ୫ଟି କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଯେଉଁଥିରେ ଜେଏନୟୁ, ବିଏଚୟୁ, ଆଲିଗଡ଼ ବିଶ୍ଵବିଦ୍ୟାଳୟ ମଧ୍ୟ ସାମିଲ ଅଛନ୍ତି।.୨୧ଟି ରାଜ୍ୟ ବିଶ୍ଵବିଦ୍ୟାଳୟ, ୨୪ ଡିମ୍ଡି ୟୁନିଭର୍ସିଟୀ, ୨ଟି ପ୍ରାଇବେଟ ବିଶ୍ଵବିଦ୍ୟାଳୟ ଏବଂ ୮ ନିଜର ସଂସ୍ଥାନକୁ ସ୍ଵାୟତତ୍ତା ଦିଆଯାଇଛି। ଏବେ ଏହି ସମସ୍ତ ୬୨ ଶିକ୍ଷଣ ସଂସ୍ଥାନ ନିଜର ଫିସ, ନିଜର କୋର୍ସ, ଆଡ଼ମିସନ, ବେତନ ନିଜେ ହିଁ ନିର୍ଦ୍ଧାରିତ କରି ପାରିବେ।

କେନ୍ଦ୍ରୀୟ ମାନବ ସମ୍ବଳ ବିକାସ ମନ୍ତ୍ରୀ ପ୍ରକାଶ ଜାବଡ଼େକର ମଙ୍ଗଲବାରଦିନ କହିଲେ କି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପାଞ୍ଚ କେନ୍ଦ୍ରୀୟ ଏବଂ ୨୧ ରାଜ୍ୟ ବିଶ୍ଵବିଦ୍ୟାଳୟଗୁଡ଼ିକ ସହିତ ୬୨ଟି ଉଚ୍ଚ ଶିକ୍ଷା ସଂସ୍ଥାଙ୍କୁ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦିଆଯାଇଛି। ୟେ କହିଲେ କି ଯେଉଁ ସଂସ୍ଥାଗୁଡ଼ିକୁ ପୂର୍ଣ୍ଣ ସ୍ଵାଯତ୍ତତା ଦିଆଯାଇଛି ସେହି ସଂସ୍ଥା ଗୁଡ଼ିକ ନିଜର ଆଡ଼ମିସନ ପ୍ରକ୍ରିୟା, ଫିସର ସଂରଚନା ଏବଂ ପାଠ୍ୟକ୍ରମ ସ୍ଥିର କରିବା ପାଇଁ ସ୍ଵତନ୍ତ୍ରତା ହେବ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top