ଜିଲ୍ଲା ପରିକ୍ରମା

ଜର୍ମାନ ମିଳିମିଳା ନିରାକରଣ ବୈଠକ

ନୟାଗଡ଼, ୧୯ା୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତ ଅନ୍ତର୍ଗତ କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ରୁବେଲା-ମିଳିମିଳା ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ୱାର୍ଡ଼ସଭ୍ୟ ରାଜକିଶୋର ନାୟକ, ସମାଜସେବୀ ତଥା ଗ୍ରାମ୍ୟ ସଭାପତି ଦୁତିବାମନ ବେହେରା, କମିଟି ସଭାପତି ଯୋଗେନ୍ଦ୍ର ମହାନ୍ତି, ୱାର୍ଡ଼ ସଭ୍ୟା ରଶ୍ମିତା ଖଟେଇ ପ୍ରମୁଖ ଯୋଗଦେଇଥିଲାବେଳେ ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ ଓ ଆଶାଦିଦି ଅନ୍ନପୂର୍ଣ୍ଣା ମହାପାତ୍ର ରୁବେଲା-ମିଳିମିଳା ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜାନୁଆରୀ ୨୯ ତାରିଖରେ ୯ରୁ ୧୫ବର୍ଷର ପିଲାଙ୍କୁ ଏହି ଟିକାକରଣରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ରୁବେଲା ଟିକା ବହୁ ମୂଲ୍ୟବାନ ଜୀବନ ରକ୍ଷାକାରୀ ଇଂଜେନକ୍ସନ ବୋଲି କୁହାଯାଇଛି। ଗର୍ଭାବସ୍ଥାର ପ୍ରାରମ୍ଭିକ ଅବସ୍ଥାରେ କୌଣସି ମହିଳା ରୁବେଲା ରୋଗରେ ଆକ୍ରାନ୍ତ ହେଲେ ବିକଳାଙ୍ଗ ଶିଶୁ ଜନ୍ମ ହେବାର ବହୁ ସମ୍ଭାବନା ରହିଛି। ତେଣୁ ଏହି ରୁବେଲା-ମିଳାମିଳା ଟିକା ନେଲେ ଆମ ସମାଜରୁ ରୁବେଲା-ମିଳିମିଳା ପରି ଏକ ମାରାତ୍ମକ ରୋଗ ହଟିପାରିବ ବୋଲି କହିଥିଲେ। ଏହି ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୭ ଓ ପୁଣି ଫେବୃୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏହି ଟିକାକରଣ କରାଯିବ। ଏଥିରେ ବହୁ ସଂଖ୍ୟାରେ ମହିଳା, ମାତୃକମିଟି ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top