ଓଡ଼ିଶା

JEE ଆଡଭାନ୍ସ ପାଇଁ ରେଜିଷ୍ଟ୍ରେସନ୍ ୨ ମଇରୁ ଆରମ୍ଭ, ପରୀକ୍ଷା ୨୦ରେ

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଜେଇଇ ମେନ୍ସ ପାସ୍ କରିଥିବା ଛାତ୍ର ଆଇଆଇଟିରେ ପ୍ରବେଶ କରିବା ପାଇଁ ୨ ମଇରେ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ପଞ୍ଜୀକରଣ କରିପାରିବେ। ଦେଶର ୨୩ଟି ଆଇଆଇଟିରେ ପ୍ରବେଶ ପାଇଁ ଜେଇଇ ମେନ୍ସ ପରୀକ୍ଷାରେ ଟପ ରାଙ୍କ ଆଣିଥିବା ପ୍ରାୟତଃ ୨ ଲକ୍ଷ ୨୪ ହଜାର ଛାତ୍ର ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ପଞ୍ଜୀକରଣ କରିପାରିବେ। ଜେଇଇ ଆଡଭାନ୍ସର ପଞ୍ଜୀକରଣ ୨ ମଇରୁ ୭ ମଇ ପର୍ଯ୍ୟନ୍ତ ଚାଲିବ। ୮ ମଇରେ ପଞ୍ଜୀକରଣ ଫିସ ପଇଠ କରିବାର ଅନ୍ତିମ ତିଥି ଅଟେ। ଛାତ୍ରମାନଙ୍କୁ ଜେଇଇ ଆଡଭାନ୍ସ ପରୀକ୍ଷାର ଅନଲାଇନ ପୋର୍ଟାଲ www.jeeadv.ac.in ରେ ପଞ୍ଜୀକରଣ କରିବାକୁ ପଡ଼ିବ।

୨୦ ମଇରେ ପରୀକ୍ଷା ହେବ
ଜେଇଇ (JEE) ଆଡଭାନ୍ସର ପରୀକ୍ଷା ୨୦ ମଇରେ ହେବ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ଦୁଇଟି ପରୀକ୍ଷା ଦେବାକୁ ହେବ। ପ୍ରଥମ ପରୀକ୍ଷା ୨୦ ମଇ ଦିନ ସକାଳେ ୯ଟା ରୁ ୧୨ଟା ପର୍ଯ୍ୟନ୍ତ ହେବ। ଦ୍ୱିତୀୟ ପରୀକ୍ଷା ଏହି ଦିନ ଦ୍ୱିପ୍ରହର ୨ ଟାରୁ ୫ଟା ପର୍ଯ୍ୟନ୍ତ ହେବ। ଏହା ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷଣ (ସିବିଟି) ପ୍ରଣାଳୀ ଅନୁଯାୟୀ ହେବ। ଏହିଥର ଜେଇଇ ଆଡଭାନ୍ସ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁର କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top