ଆନ୍ତର୍ଜାତୀୟ

୨୬/୧୧ ର ଆତଙ୍କବାଦୀମାନଙ୍କୁ ହିନ୍ଦୀ ଶିଖାଇଥିବା ଭାରତୀୟ କରିଥିଲା ଜେଦ୍ଦାରେ ବିଷ୍ପୋରଣ

୪ ଜୁଲାଇ ୨୦୧୬ କୁ ହୋଇଥିବା ଜେଦ୍ଦା ବିଷ୍ପୋରଣରେ ଦୁଇଜଣ ସୁରକ୍ଷା ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣା ପରେ କାତିଫର ଶିୟା ମସଜିଦ ଏବଂ ମଦୀନାର ମସଜିଦ-ଏ-ନବ୍ଵୀର ବାହରେ ମଧ୍ୟ ବିଷ୍ପୋରଣ ହୋଇଥିଲା।

ସାଇଦି ଆରବ/ନୂଆ ଦିଲ୍ଲୀ ୧ ମଇ (ଓଡ଼ିଆ ପୁଅ) ସାଉଦୀ ଆରବର ଜେଦ୍ଦାରେ ଦୁଇ ବର୍ଷ ପୂର୍ବରୁ ଆମେରୀକାର ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରିଥିବା ଆତ୍ମଘାତୀ ଆକ୍ରମଣକାରୀ ଭାରତୀୟ ଥିଲା। ସାଉଦୀ ଆରବ ଡିଏନଏ ଟେଷ୍ଟର ଆଧାରରେ ଏହାର ପୁଷ୍ଟିକରିଛି। ଜଣେ ସିନିୟର ସିକ୍ୟୁରିଟୀ ଅଫିସର ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି କି ସାଉଦୀ ଆରବ ପଠାଯାଇଥିବା ଡିଏନଏ ସାମ୍ପଲ, ଜେଦ୍ଦା ଆକ୍ରମଣକାରୀର ଡିଏନଏ ସହିତ ମ୍ୟାଚ୍ ହୋଇଛି। ତାହାର ଡିଏନଏ ପ୍ରୋଫାଇଲ ଅଗଷ୍ଟ ୨୦୧୭ ରେ ସାଉଦୀ ଆରବ ପଠାଯାଇଥିଲା। ଆକ୍ରମଣକାରୀଙ୍କର ନାମ ଫୟାଜ କାଗଜୀ ଥିଲା ଏବଂ ସେ ଲସ୍କର-ଏ-ତୈୟବାର ଆତଙ୍କବାଦୀ ଥିଲା।

ଜାଞ୍ଚ ପରେ ନ୍ୟାସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସୀ ଦିଲ୍ଲୀର ସ୍ପେସାଲ କୋର୍ଟକୁ କହିଛି କି ଆତଙ୍କବାଦୀ ଆକ୍ରମଣକାରୀର ମୃତ୍ୟୁ ହୋଇସାରିଛି। ଏନଆଇଏକୁ ସନ୍ଦେହ କି କାଗଜୀ ୨୦୧୦ରେ ଜର୍ମାନ ବେକରୀ ବିଷ୍ପୋରଣ ଏବଂ ୨୦୧୨ର ଜେଏମ ରୋଡ ବିଷ୍ପୋରଣର ମାଷ୍ଟରମାଇଣ୍ଡ ଏବଂ ଫାଇନାନ୍ସର ଥିଲା। ତା’ ବ୍ୟତୀତ ଔରଂଗାବାଦର ହତିଆର ଚୋରା ଚାଲାଣ ମାମଲାରେ ତାକୁ ପୋଲିସ୍ ଖୋଜୁଥିଲା। ସେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ସାମିଲ ଥିଲା। ଜାଞ୍ଚକର୍ତାମାନଙ୍କ ମୁତାବକ, କାଗଜୀ ମୁମ୍ବାଇ ଉପରେ ଆକ୍ରମଣ କରିଥିବା ୧୦ ଆତଙ୍କବାଦୀମାନଙ୍କୁ ହିନ୍ଦୀ ଶିଖାଇଥିଲା। କାଗଜୀ, ମହାରାଷ୍ଟ୍ରର ବୀଡର ନିବାସୀ ଥିଲା।

ସାଉଦୀ ଆରବ ପ୍ରଶାସନ ପ୍ରାରମ୍ଭରେ ଜେଦ୍ଦା ଆକ୍ରମଣକାରୀର ଫଟୋ ପ୍ରକାଶିତ କରି ତାକୁ ପାକିସ୍ତାନ ନିବାସୀ ଅବ୍ଦୁଲ୍ଲା କଲଜର ଖାନ କହିଥିଲା। ମହାରାଷ୍ଟ୍ର ଏଟି ଟେରେରିଷ୍ଟ ସ୍କ୍ଵାର୍ଡ (ATS) ଅଧିକାରୀମାନେ ସେହି ଫଟୋ ଆଧାରରେ ତାକୁ ଫୟାଜ କାଗଜୀ ଭାବରେ ଚିହ୍ନିତ କଲେ ଏବଂ ପରେ ଏନଆଇଏର ସହାୟତାରେ ଏହାର ସୂଚନା ସାଉଦୀ ଆରବ ପଠାଇଥିଲେ।

କାଗଜୀ ୨୦୦୬ ରେ ବାଂଗ୍ଲାଦେଶ ରାସ୍ତାରେ ପାକିସ୍ତାନ ପଳାଇଯାଇଥିଲା। ପରେ ସେ ସାଉଦୀ ଆରବ ଶିଫ୍ଟ ହୋଇଥିଲା। ଏବଂ ସେଠାରେ ସେ ଲସ୍କରରେ ଭାରତୀୟଙ୍କୁ ଭର୍ତ୍ତି କରୁଥିଲା। ସୂତ୍ର ମୁତାବକ, ପାକିସ୍ତାନରେ ରହୁଥିବା ବେଳେ ସେ ନିଜର ନାମ ବଦଳାଇ ଅବ୍ଦୁଲ୍ଲା କଲଜର ଖାନ ରଖିଥିଲା। (Image source – Arab News)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top