ବୁଲେଟ ଟ୍ରେନ ପ୍ରୋଜେକ୍ଟ ପାଇଁ ୮୮ ହଜାର କୋଟିର ଋଣ କେବଳ ୦.୧ ପ୍ରତିଶତ ସୁଧ ଦରରେ ଦେଉଛି ଜାପାନ

ଅହମଦାବାଦ ୧୪-୯ (ଓଡ଼ିଆ ପୁଅ) ନିଜର ଭାଷଣର ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଧନ୍ୟବାଦ କରି ର ସେ କହିଛନ୍ତିଯେ, ଜାପାନ ର ଟେକ୍ନୋଲୋଜି ଦେଶକୁ ଦୃତ ଗତିରେ ବଢିବାକୁ ସାହାଯ୍ୟ କରିବ ଏବଂ ବୁଲେଟ ଟ୍ରେନର ସ୍ୱପ୍ନ ୨୦୨୨ବର୍ଷ ପର୍ଯ୍ୟନ୍ତ ପୂରା କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଯେ, ପ୍ରୋଜେକ୍ଟ ଭାରତ-ଜାପାନ ର ମଜବୂତ ସମ୍ବନ୍ଧ ପାଇଁ ମାଇଲଖୁଣ୍ଟି ପ୍ରମାଣିତ ହେବ।

୮୮ ହଜାର କୋଟିର ଋଣ କେବଳ ୦.୧ ପ୍ରତିଶତ ସୁଧ ଦରରେ ଦେଇଛନ୍ତି

ଜାପାନୀ ପ୍ରଧାନମନ୍ତ୍ରୀ ଶିଂଜୋ ଅବେଙ୍କୁ ଧନ୍ୟବାଦ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତିଯେ, ବୁଲେଟ ଟ୍ରେନ ପ୍ରୋଜେକ୍ଟକୁ ପୂରା କରିବାରେ ଜାପାନ ତରଫରୁ ୮୮ କୋଟିର ଋଣ କେବଳ ୦.୧ ପ୍ରତିଶତ ସୁଧ ଦର ମିଳିଛି। ଏହି ଋଣ କୁ ୫୦ ବର୍ଷରେ ପରିଶୋଧ କରାଯିବ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତିଯେ, ବୁଲେଟ ଯୋଗୁଁ ଭାରତର ଉଦ୍ୟୋଗମାନଙ୍କୁ ମଧ୍ୟ ଫାଇଦା ହେବ।

ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ବଡୋଦରା ରେ ହାଇ ସ୍ପୀଡ ଟ୍ରେନର ଟ୍ରେନିଂଗ ଇଷ୍ଟିଟ୍ୟୁଟ ଖୋଲିବା ର ବିଷୟରେ ମଧ୍ୟ କରିଛନ୍ତି ଏବଂ କହିଛନ୍ତିଯେ, ପ୍ରାୟ ୪୦୦୦ ଲୋକ ପ୍ରତ୍ୟେକ ବର୍ଷ ଟ୍ରେନିଂଗ ନେବେ। ପ୍ରଧାନମନ୍ତ୍ରୀ ମୋଦୀ ଜାପାନକୁ ଭାରତର ସବୁଠାରୁ ବଡ଼ ମିତ୍ର କହିଛନ୍ତି। ସେ କହିଛନ୍ତିଯେ, କୌଣସି ରେଳ ଅଧା ଅଧୂରା ସ୍ୱପ୍ନ ଏବଂ ସଂମ୍ବନ୍ଧର ସାହାରାରେ ଆଗକୁ ବଢି ପାରିବ ନାହିଁ।

ସ୍ୱପ୍ନ ର ବିସ୍ତାର ଏବଂ ଇଚ୍ଛାଶକ୍ତି ଅସୀମ। ଆଜି ଆମର ଅନେକ ବର୍ଷ ପୁରୁଣା ସ୍ୱପ୍ନ କୁ ପୂରା କରିବାର ଆଡ଼କୁ ଏକ ପାଦ ବଢ଼ାଇ ନେଇଛୁ। ଏହି ଅବସରରେ ମୁଁ ଆପଣମାନଙ୍କ ବଧେଇ ଦେଉଛି। ତେଜ୍ ଗତି, ତେଜ୍ ଟେକ୍ନୋଲଜୀର ମାଧ୍ୟମରେ ତେଜ ପରିଣାମ ଆସିବାକୁ ଯାଉଛି ଯାହାକି ରୋଜଗାର ମଧ୍ୟ ଆଣିବ, ଏବଂ ସୁରକ୍ଷା ମଧ୍ୟ ଯାହାକି ଇକୋ ଫ୍ରେଂଡଲୀ ମଧ୍ୟ ହେବ।

Leave a Reply

Your email address will not be published. Required fields are marked *