ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଜଗନ୍ନାଥ ସେନାର ଦୀପଦାନ

ପୁରୀ, ୦୪/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀଜୀଉଙ୍କ ରତ୍ନଭଣ୍ଡାରର ସୁରକ୍ଷା ଦାବି କରିଛି ଶ୍ରୀଗନ୍ନାଥ ସେନା। ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ତୀବ୍ର ନିନ୍ଧା କରିଛି ସେନା।ରତ୍ନଭଣ୍ଡାର ରସୁରକ୍ଷା ଦାବିରେ ସେନାପକ୍ଷରୁ ବୁଧବାର ପୂର୍ବାହ୍ନରେ ଅରୁଣ ସ୍ତମ୍ବ ନିକଟରେ ସାମୁହିକ ଦୀପଦାନ କରାଯାଇଥିଲା।ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଦୀପଦାନ କରାଯାଇଥିଲା।ସାମାଜୀକ କର୍ମୀ ଚିନ୍ମୟ ଦାସଙ୍କ ସମେତ ସେନାର ସଦସ୍ୟମାନେ ସିଂହ ଦ୍ୱାରରେ ଦୀପଦାନ କରିବା ସହ ସରକାରଙ୍କୁ ମହାପ୍ରଭୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି କାମନା କରିଥିଲେ। ବୁଧବାର ରତ୍ନଭଣ୍ଡାର ଯାଚଂ ହୋଇଥିବାବେଳେ ସେନାର କର୍ମକର୍ତାମାନେ ସିଂହଦ୍ୱାରରେ ଦୀପଦାନ କରିବମା ବିଶେଷ ଗୁରୁତ୍ୱ ବହନ କରିଛି।ସେନା ଅଭିଯୋଗ କରିଛି ଯେ ଭଣ୍ଡାର ରକ୍ଷକଙ୍କ ବିନା ଦସ୍ତଖତ ରେ ରତ୍ନଭଣ୍ଡାର ଯାଚଂ କରିବାକୁ ସରକାର ଉଦ୍ୟମ କରିଛନ୍ତି।ଏ ଏସ୍ ଆଇ ର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛି ସେନା ଏ ଏସ୍ ଆଇ କଳାପାହାଡ ସାଜି ମନ୍ଦିରକୁ ଲୁଣ୍ଠନ ଉଦ୍ୟମ କରୁଛି ବୋଲି ସେନାର କର୍ମକର୍ରା ଅଚିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *