ଇପ୍ରୋକର “ନାଟ୍ୟପର୍ବ” ଦିଲ୍ଲୀରେ ୬, ରୁ ଆରମ୍ଭ – ୩ ଦିନ ଧରି ଚାଲିବ

ନୂଆଦିଲ୍ଲୀ ୨୯- ୯ (ଓଡ଼ିଆ ପୁଅ) ଓଡିଆ ଥିଏଟର ଓ ଚଳଚ୍ଚିତ୍ରର ପ୍ରଚାର ଉଦ୍ଦେଶ୍ୟରେ ଦିଲ୍ଲୀ ସ୍ଥିତ କିଛି ବୁଦ୍ଧିଜୀବିମାନଙ୍କ ଦ୍ଵାରା ସ୍ଥାପିତ ସଂସ୍ଥା ଇପ୍ରୋକ (ଇନ୍ଷ୍ଟିଚ୍ୟୁଟ ଫର ପ୍ରମୋସନ ଆଣ୍ଡ ରିସର୍ଚ ଅନ ଓଡିଶା କଲଚର ଆଣ୍ଡ ହେରିଟେଜ) ଆସନ୍ତା ୬ ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ନାଟ୍ୟପର୍ବ –୨୦୧୭ ପାଳନ କରିବାକୁ ଯାଉଅଛି। ୧୫୦ ରୁ ଉର୍ଦ୍ଧ୍ଵ କଳାକାରମାନେ ଅଂଶ ଗ୍ରହଣ କରିବେ ଏବଂ ଏହି ପର୍ବରେ ୭ଟି ଥିଏଟର ଓ ୩ଟି ଡକୁମେଣ୍ଟରୀ ଚଳଚ୍ଚିତ୍ର ଉନ୍ମୋଚନ ହେବ।

ଏହି ନାଟ୍ୟପର୍ବ NCUI ଅଡିଟୋଟିୟମ, ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରର୍ମ କେନ୍ଦ୍ରିୟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡା.ମହେଶ ଶର୍ମା ତଥା ଶ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ଉଦଘାଟନ ସମାରୋହରେ ଯୋଗଦାନ କରିବେ ଏବଂ ଶ୍ରୀ ଜୁଏଲ ଓରାମ ସମାପନ ସମାରୋହରେ ଯୋଗଦାନ କରିବେ ବୋଲି ସଂସ୍ଥାର ସଭାପତି ଶ୍ରୀସତ୍ୟାନନ୍ଦ ମିଶ୍ର ସୂଚନା ଦେଇଥିଲେ।

ଓଡିଶା ସଙ୍ଗୀତ ନାଟକ ଏକାଡେମି ଦ୍ଵାରା ସଂସ୍ଥାର ଅନୁଶଂସିତ ଓ ସ୍ୟୁକୃତି ପ୍ରାପ୍ତ ଥିଏଟର ଗୃପ ଥିଙ୍କଫାଊଣ୍ଡେସନ, ଚାର୍ଲ୍ଲୀ ଚାପଲିନ, ଶ୍ରୀ କଲଚୁରାଲ ଆସୋସିଏସନ, ସ୍ମାରକୀ ନାଟ୍ୟ ସଂସ୍ଥା, ମନନ ନାଟ୍ୟ ସଂସ୍ଥା ଇତ୍ୟାଦି ଅଂଶ ଗ୍ରହଣ କରୁଛନ୍ତି। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନାଟ୍ୟ ପର୍ବରେ ଓଡିଶାର ଖାଦ୍ୟ, ବସ୍ତ୍ର ଓ ଶିଳ୍ପର ପଦାର୍ଥ ଉପଲବ୍ଧ ହେବ ବୋଲି ସଂସ୍ଥା ସମ୍ପାଦକ ଶ୍ରୀ ସଂଗ୍ରାମ ଧର ପ୍ରକାଶକରିଛନ୍ତି।
କାର୍ଯ୍ୟକ୍ରର୍ମର ସଂକ୍ଷିପ୍ତ ବିବରଣୀ
୬ ଅକ୍ଟୋବର
ସନ୍ଧ୍ୟା ୬ ରୁ ୭:୩୦ – “ ଗୁଣୋବାଇ” ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଗୃପ ଦ୍ଵାରା ଅଭିନୟ
ସନ୍ଧ୍ୟା ୮:୧୫ – ୩ ଟି ଡକୁମେଣ୍ଟରୀ ଚଳଚ୍ଚିତ୍ର ମୂର୍ଚ୍ଛନା, ଶ୍ୟାମାମଣିଦେବୀ, କୋର୍ସଅର ଏପାଥୀର ଉନ୍ମୋଚନ
ସନ୍ଧ୍ୟା ୮:୩୦ ରୁ ୯:୧୫– “ଓଡିଆ ପାଇକ” ଓଡିଆ ସମାଜ ଦିଲ୍ଲୀ ଦ୍ଵାରା ପ୍ରଦର୍ଶିତ ହେବ

୭ଅକ୍ଟୋବର
ଅପରାହ୍ନ ୪:୦୦ ରୁ ୫:୩୦ – ମାତୃଭୂମି ନାଟକ ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ଅଭିନୟ
ସନ୍ଧ୍ୟା ୭ ରୁ ୭:୪୫ – ଚଳଚ୍ଚିତ୍ର ମୂର୍ଚ୍ଛନା ପ୍ରଦର୍ଶନ
ସନ୍ଧ୍ୟା ୮ ରୁ ୯:୩୦ – ଆମରି ଭଗବାନ ମନନ ଗୃପ ଦ୍ଵାରା ଅଭିନୟ

୮ଅକ୍ଟୋବର
ମଧ୍ୟାହ୍ନ ୧୧:୩୦ ରୁ ୧:୩୦ – ସାଆ ଶ୍ରୀ କଲଚୁରାଲ ଆସୋସିଏସନ ଦ୍ଵାରା ଅଭିନୟ
ଅପରାହ୍ନ ୩ ରୁ ୩:୩୦– କୋର୍ସଅର ଏପାଥୀ – କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଦର୍ଶ୍ରିତ ହେବ
ଅପରାହ୍ନ ୩:୩୦ ରୁ ୫- “ଅଧା ଅଧା” ଚାର୍ଲ୍ଲୀ ଚାପଲିନ ଗୃପ ଦ୍ଵାରା ଅଭିନୟ
ସନ୍ଧ୍ୟା ୫ ରୁ ୫:୪୫ – “ଶ୍ୟାମାମଣି ଦେବୀ” ପ୍ରଦର୍ଶିତ ହେବ
ସନ୍ଧ୍ୟା ୭:୧୫ ରୁ ୮:୪୫–  “ମ୍ୟାକବିଥ” ଥିଙ୍କ ଫାଉଣ୍ଡେସନ ଦ୍ଵାରା ଅଭିନୟ

ଇପ୍ରୋକ ଓଡିଶାର କଳା, ସ୍ଥାପତ୍ୟ ଓ ଐତିହ ର ସଂରକ୍ଷଣ, ପ୍ରଚାର ଓ ପରିଯୋଜନାର ଲକ୍ଷ୍ୟ ନେଇ ୨୦୧୦ ଠାରୁ ପ୍ରତିବର୍ଷ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରି, ସେମିନାର ଓ ୱାର୍କସପ କରି ତତ ସହିତ ନିଜସ୍ଵ ପତ୍ରିକା “ଦ ଓଡିଶାନ”ମାଧ୍ୟମରେ ଓଡିଶା ର କଳାକୁ ଦେଶ ଓ ବିଦେଶରେ ପହଞ୍ଚାଇବାର ଉଦ୍ଦେଶ୍ୟରେ ଦୀର୍ଘ ୭ ବର୍ଷ ଧରି ଆଗେଇ ଚାଲିଛି।

ସୂଚନା ଯୋଗ୍ୟ ଯେ ଇପ୍ରୋକ ୨୦୧୧ ମସିହାରେ ଓଡିଆ ଚଳଚ୍ଚିତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ଫିଲ୍ମ ମହୋତ୍ସବ ନିର୍ଦେଶାଳୟଙ୍କ ସହଯୋଗରେ ଏବଂ ସଙ୍ଗୀତ ନାଟକ ଏକାଡେମିଙ୍କ ମିଳିତ ଉଦ୍ୟମରେ ଓଡିଆ ଫିଲ୍ମ ଫେଷ୍ଟିଭାଲ, ୨୦୧୨ ମସିହାରେ ଓଡିଶୀ ମ୍ୟୁଜିକ ଫେଷ୍ଟିଭାଲ, ୨୦୧୩ ରେ ଓଡିଆ ଥିଏଟର ଫେଷ୍ଟିଭାଲ, ୨୦୧୪ରେ ରଜ ସଙ୍କ୍ରାନ୍ତି ସମୟରେ “ରଜ ମିଳନ”ପ୍ରାୟ ୫୦୦ ଓଡ଼ିଆ ପରିବାରମାନଙ୍କ ଗହଣରେ ବହୁତ ଧୁମଧାମରେ ପାଳନ କରାଯାଇଥିଲା, ୨୦୧୫ ରେ ଓଡିଆ ଲାଇଟ ମ୍ୟୁଜିକ ଫେଷ୍ଟିଭାଲ ବହୁ ସୁନାମ ଧନ୍ୟ ଗାୟକ-ଗାୟିକା ଉପସ୍ଥିତିରେ ପାଳନ କରା ଯାଇଥିଲା। ସେହିଭଳି ୨୦୧୬ ମସିହାରେ ଭୁବନେଶ୍ବରଠାରେ ଓଡିଶାର ବିଭିନ୍ନ କଳା ଓ ଐତିହ୍ୟ ପ୍ରେମୀମାନଙ୍କ ସହାୟତାରେ ନଭେମ୍ବର 11 & 12ରେ ଐତିହ୍ୟ ପଦଯାତ୍ରା ରାଜରାଣୀ ମନ୍ଦିରଠୁ ବିନ୍ଦୁସାଗର ପର୍ଯ୍ୟନ୍ତ ଆୟୋଜନ କରିଥିଲା।

 

Leave a Reply

Your email address will not be published. Required fields are marked *