Home ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ;୨୦୧୯ର ଥିମ:ବାଲାନ୍ସ ଫର୍ ବେଟର

ବିଶ୍ୱ ମହିଳା ଦିବସ;୨୦୧୯ର ଥିମ:ବାଲାନ୍ସ ଫର୍ ବେଟର

610

ଭୁବନେଶ୍ୱର: ଆଜି ମାର୍ଚ୍ଚ ୮,ବିଶ୍ୱ ମହିଳା ଦିବସ।ବିଶ୍ୱର ବିଭିନ୍ନ ଦେଶରେ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କରାଯାଇଥାଏ।ବିଭିନ୍ନ ଦେଶରେ ଏହା ଭିନ୍ନ ଭିନ୍ନ ଭାବରେ ଭାବରେ ପାଳନ କରାଯାଇଥାଏ।ବିଶେଷତଃ ମହିଳା ମାନଙ୍କ ପ୍ରତି ସମ୍ମାନ,ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସର ପାଳନର ତାତ୍ପର୍ଯ୍ୟ ରହିଛି। ମହିଳା ମାନଙ୍କୁ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଦିବସଟି ପାଳନ ହୋଇଥାଏ।କିଛି ଦେଶରେ ଏହି ଦିନଟିରେ ସରକାରୀ ଛୁଟି ଘୋଷଣା କରାଯାଇଥାଏ।ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ତ୍ୱ ରହିଛି।

ମହିଳା ଦିବସ ଆରମ୍ଭର କାହାଣୀ:

ପ୍ରଥମେ ଏହି ଦିବସଟି ଆମେରିକାରରୁ ଆରମ୍ଭ ହୋଇଥିବା କୁହାଯାଉଛି।ଆମେରିକାର ଏକ ରାଜନୈତିକ ଦଳ ସୋସିଆଲିଷ୍ଟ୍ ପାର୍ଟି ଅଫ୍ ଆମେରିକାର ଆହ୍ୱାନରେ ୧୯୦୯ ମସିହା ଫେବ୍ରୁଆରୀ ୨୮ ତାରିଖରେ ପ୍ରଥମ ଥର ପାଇଁ ଏକ ମହିଳା ଦିବସ ପାଳନ କରାଯାଇଥିଲା।ସେତେବେଳେ ଏହା କେବଳ ଆମେରିକା ମହାଦ୍ୱୀପରେ ହିଁ ସୀମିତ ଥିଲା।ଏହାପରେ ୧୯୧୦ ମସିହାରେ ପ୍ରଥମ ବିଶ୍ୱ ମହିଳା ସମାବେଶର ଆୟୋଜନ କରାଗଲା।ସେହିଠାରେ ସମ୍ମିଳିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏକ ବିଶ୍ୱ ମହିଳା ଦିବସର ଅବଧାରଣା କରାଗଲା।ଜର୍ମାନୀର ସାମାଜିକ କର୍ମକର୍ତ୍ତା ଲୁଇ ଜିଟ୍‌ଜ୍ ଏହି ଦିବସର ପାଳନ ନିମନ୍ତେ ପ୍ରଥମେ ପ୍ରସ୍ତାବ ଆଣିଥିବା କୁହାଯାଉଛି।ବିଶ୍ୱର ପ୍ରାୟ ୧୭ଟି ଦେଶରୁ ଆସିଥିବା ଶତାଧିକ ମହିଳା ସଦସ୍ୟାମାନେ ଏହାକୁ ସମର୍ଥନ କରିଥିଲେ ଏବଂ ଏହାପରେ ଏହାର ପରବର୍ତ୍ତୀ ବର୍ଷ ୧୯୧୧ରେ ପ୍ରଥମ ବିଶ୍ୱ ମହିଳା ଦିବସ ପାଳନ କରାଗଲା।ପ୍ରାୟ ଦଶ ଲକ୍ଷରୁ ଅଧିକ ମହିଳା ବିଶ୍ୱର ବିଭିନ୍ନ ଦେଶରେ ଥାଇ ଏଇ ଦିବସକୁ ପାଳନ କଲେ।ବିଶେଷତଃ ଅଷ୍ଟ୍ରିୟା,ଡେନ୍‌ମାର୍କ, ଜର୍ମାନୀ ଓ ସ୍ୱିଜର୍‌ଲାଣ୍ଡରେ ଏହି ଦିବସ ବହୁ ଆଡ଼ମ୍ବରରେ ପାଳନ କରାଗଲା।ବିଭିନ୍ନ ସ୍ଥାନରେ ମହିଳା ମାନେ ସମାନ ଅଧିକାର,ଭୋଟ ଦେବା ଏବଂ ନିର୍ବାଚନରେ ଭାଗନେବା ଅଧିକାର,କର୍ମ ସଂସ୍ଥାନରେ ସମ ପରିମାଣର ନିଯୁକ୍ତି ସୁଯୋଗ ଦେବା ଇତ୍ୟାଦି ଦାବି ନେଇ ଶୋଭାଯାତ୍ରାମାନ ଆୟୋଜନ କରିଥିଲେ।କିନ୍ତୁ ଆମେରିକାରେ ମହିଳା ଦିବସ ଫେବ୍ରୁଆରୀ ମାସର ଶେଷ ରବିବାର ଦିନ ହିଁ ପାଳନ ହେଉଥିଲା।

୧୯୧୩ ମସିହାରେ ରୁଷିଆରେ ମହିଳା ମାନେ ମଧ୍ୟ ଫେବୃଆରୀ ମାସର ଶେଷ ରବିବାରକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କଲେ।୧୯୧୭ ମସିହାରେ ରୁଷିଆର ପ୍ରସିଦ୍ଧ ସେଣ୍ଟ୍ ପିଟର୍ସବର୍ଗ କ୍ଷେତ୍ରରେ ମହିଳାମାନେ ଫେବୃଆରୀ ଶେଷ ରବିବାର(ଯାହା ଇଂରାଜୀ କ୍ୟାଲେଣ୍ଡରର ମାର୍ଚ୍ଚ ୮ ତାରିଖରେ ପଡ଼ିଥିଲା )ଦିନ ଫେବୃଆରୀ ବିପ୍ଲବର ଆରମ୍ବ କରିଥିଲେ।ଏହା ପରେ ତତ୍‌କାଳୀନ ରୁଷିଆର ରାଷ୍ଟ୍ରପତି ଲେନିନ୍ ଏହି ଦିନଟିକୁ ଛୁଟି ଦିବସ ଭାବରେ ଘୋଷଣା କରିବା ପାଇଁ ଚାହିଁଥିଲେ।କିନ୍ତୁ, ୧୯୬୫ ମସିହା ପର୍ଯ୍ୟନ୍ତ ମାର୍ଚ୍ଚ ୮ କେବଳ ଏକ କର୍ମଦିବସ ଭାବରେ ହିଁ ପାଳନ ହୋଇ ଆସୁଥିଲା।ମଇ ୮, ୧୯୬୫ରେ ରୁଷିଆ ଆନୁଷ୍ଠାନିକ ଭାବରେ ମାର୍ଚ୍ଚ ୮ ତାରିଖକୁ ସରକାରୀ ଛୁଟି ଭାବରେ ଘୋଷଣା କଲା।

ଚୀନରେ ମହିଳା ଦିବସ ୧୯୨୨ରେ ଆରମ୍ଭ ହୋଇଥିବା କୁହାଯାଏ।ଏହି ଦିନ ଚୀନରେ ମହିଳା ମାନଙ୍କ ଅଧା ଦିନର ଛୁଟି ଦିଆଯିବାର ବ୍ୟବସ୍ଥା ରହିଛି।

ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା।ଯେତେବେଳେ ଜାତିସଂଘ ସାଧାରଣ ବୈଠକରେ ସଦସ୍ୟ ମାନେ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏ ପରିପ୍ରେକ୍ଷୀରେ ପ୍ରତିବର୍ଷ ଏହି ଦିବସର ତାତ୍ପର୍ଯ୍ୟ ହେତୁ ଏକ ଥିମ୍ ଦିଆଯାଇଥାଏ।ଚଳିତ ବର୍ଷ ୨୦୧୯ ମସିହା ପାଇଁ ଏହି ଦିବସର ଥିମ୍ ହେଲା- “ବାଲାନ୍ସ ଫର୍ ବେଟର” #Balanceforbetter)।୨୦୧୮ରେ ବିଶ୍ୱ ମହିଳା ଦିବସର ଥିମ ଥିଲା- ପ୍ରେସ ଫର୍ ପ୍ରୋଗ୍ରେସ”(#PressforProgress)।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.