ad
ଆନ୍ତର୍ଜାତୀୟ

ନ୍ୟୁଜିଲ୍ୟାଣ୍ଡରେ ୯ ଭାରତୀୟ ନିଖୋଜ: ରେଷ୍ଟୁରାଣ୍ଟ ମାଲିକ ଭାରତୀୟ ନାଗରିକ ଗୁଳିକାଣ୍ଡରେ ଆହତ: ପରିବାର ମାଗିଲା ଅର୍ଜେଣ୍ଟ ଭିସା

ନ୍ୟୁଜିଲ୍ୟାଣ୍ଡ/ନୂଆ ଦିଲ୍ଲୀ ୧୫-୩ (ଓଡ଼ିଆ ପୁଅ) ଖୀଷ୍ଟଚର୍ଚ୍ଚ ସହରର ଦୁଇଟି ମସଜିଦ୍ ରେ ହୋଇଥିବା ଆଖିବୁଜା ଗୁଳିଚାଳନା ଖବର ଆସୁଛି ଏହି ଆକ୍ରମଣ ପରେ ୯ ଜଣ ଭାରତୀୟ ଲୋକ ନିଖୋଜ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ରାଷ୍ଟ୍ରଦୁତ ଏହାର ସୂଚନା ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ନାଗରିକ ମଧ୍ୟ ହତାହତ ହୋଇଛନ୍ତି। ଶୁକ୍ରବାରଦିନ ନ୍ୟୁଜିଲ୍ୟାଣ୍ଡର ଦୁଇଟି ମସଜିଦ୍ ରେ ହୋଇଥିବା ଗୁଳିକାଣ୍ଡରେ ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ୪୯ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ଭାରତୀୟ ନାଗରିକ ମହମ୍ମଦ ଇକବାଲ ଜହାଂଗୀର ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗୁଳି ଲାଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ହାଇଦ୍ରାବାଦ ନିବାସୀ ଜାହାଁଗୀରଙ୍କର ଖୀଷ୍ଟଚର୍ଚ୍ଚରେ ରେଷ୍ଟୁରାଣ୍ଟ ଅଛି। ଜହାଂଗୀରଙ୍କର ପରିଜନ କେନ୍ଦ୍ର ସରକାର ଏବଂ ତେଲେଙ୍ଗାନା ସରକାରଙ୍କ ପାଖରେ ଅପିଲ କରିଛନ୍ତି କି ତାଙ୍କୁ ଅର୍ଜେଣ୍ଟ ଭିସା ଦିଆଯାଉ। ଜାହାଁଗୀରଙ୍କ ଭାଇ ମୋହମ୍ମଦ ଖୁର୍ଶୀଦ କହିଛନ୍ତି କି ତାଙ୍କୁ ଭିସା ଦେଲେ ସେ ନ୍ୟୁଜିଲ୍ୟାଣ୍ଡ ଯାଇ ନିଜ ଭାଇଙ୍କର ବିଷୟରେ ଜାଣିପାରିବେ।

ଖୁର୍ଶୀଦ କହିଛନ୍ତି କି ଜହାଂଗୀର ଗତ ୧୨ ବର୍ଷ ହେବ ନ୍ୟୁଜିଲ୍ୟାଣ୍ଡରେ ରହୁଛନ୍ତି। ସେ କହିଛନ୍ତି କି ଜହାଂଗୀର ଶୁକ୍ରବାରଦିନ ନମାଜ ପଢ଼ିବା ପାଇଁ ପାଇଁ ଯାଇଥିଲେ। ଆକ୍ରମଣରେ ତାଙ୍କର ଦୁଇଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ତାଙ୍କ ଭାଇ ଜାବନ ମରଣ ସହିତ ସଂଘର୍ଷ କରୁଛନ୍ତି। ତାଙ୍କୁ ଏହି ବିଷୟରେ କିଛି ଖବର ମିଳିପାରୁନାହିଁ। ତାଙ୍କର ପତ୍ନୀ ଏବଂ ଦୁଇଜଣ ସନ୍ତାନ ଅଛନ୍ତି।

ସୂଚନାଯୋଗ୍ୟଯେ, ଖୀଷ୍ଟଚର୍ଚ୍ଚ ସହରର ଦୁଇଟି ମସଜିଦ୍ ରେ ହୋଇଛି ଆଖିବୁଜା ଗୁଳିଚାଳନା। ଖବର ଆସୁଛି କି ଏହି ଆକ୍ରମଣ ପରେ ୯ଜଣ ଭାରତୀୟ ନିଖୋଜ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ରାଷ୍ଟ୍ରଦୁତ ଏହାର ସୂଚନା ଦେଇଛନ୍ତି।

ମୁଖ୍ୟ ଆକ୍ରମଣକାରୀ ଏହି କାଣ୍ଡକୁ ଫେସବୁକରେ ଲାଇଭ୍ ଷ୍ଟ୍ରିମିଙ୍ଗ କରିଥିଲା। ଭିଡ଼ିଓର ପ୍ରାରମ୍ଭରେ ସେ ‘ଚଲୋ, ପାର୍ଟି ଆରମ୍ଭ କରୁଛି’ କହିଥିବା ଶୁଣାଯାଉଛି। ଟୈରେଣ୍ଟ ନାମକ ଏହି ଆକ୍ରମଣକାରୀ ଗୁରୁବାର ରାତିରେ ହିଁ ଫେସବୁକରେ ପୋଷ୍ଟ ଜରିଆରେ ନିଜର ଇଚ୍ଛା ପ୍ରକାଶ କରିଥିଲା। ଏବଂ ଲେଖିଥିଲା କି ସେ ‘ଆକ୍ରମଣକାରୀମାନଙ୍କ’ ଉପରେ ଆକ୍ରମଣ କରିବ ଏବଂ ତାକୁ ଫେସବୁକରେ ଲାଇଭ ଦେଖାଇବ ଏବଂ ସେ ଏମିତି ହିଁ କରିଥିଲା। ପୁଲିସ ଏହି ମାମଲାରେ ସର୍ବମୋଟ ୪ଜଣ ଲୋକଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ମହିଳା ମଧ୍ୟ ସାମିଲ ଅଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top