ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ ରଚିଲା ଇତିହାସ, ଭାରତ ଜିତିଲା ନବମ ସ୍ୱର୍ଣ୍ଣ ପଦକ

ନୂଆ ଦିଲ୍ଲୀ ୮-୪ (ଓଡ଼ିଆ ପୁଅ) ଭାରତୀୟ ମହିଳା୍ ଟେବୁଲ ଟେନିସ ଟିମ ସ୍ୱର୍ଣ୍ଣ ଜିତିବା ପରେ, ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ ରଚିଲା ଇତିହାସ। ଭାରତ ଜିତିଲା ନବମ ସ୍ୱର୍ଣ୍ଣ ପଦକ। ଗୋଲ୍ଡ କୋଷ୍ଟ ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ ଏକ ଐତିହାସିକ ବିଜୟ ସହିତ ନୂଆ ଇତିହାସ ରଚିଛି। ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ ମିକ୍ସ୍ଡ ଟିମ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ଟେବୁଲ ଟେନିସ ଟିମ ଫାଇନାଲରେ ନାଇଜେରିଆକୁ ୩-୦ ରେ ପରାସ୍ତ କରି ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରିଛି। କମନୱେଲ୍ଥ ଗେମ୍ସ ୨୦୧୮ ରେ ଭାରତର ଏହା ନବମ ସ୍ୱର୍ଣ୍ଣ ପଦକ। ପ୍ରତିଦ୍ୱନ୍ଦିତା କଡ଼ା ଥିଲା କିନ୍ତୁ ଭାରତୀୟ ଟିମ ପୂରା ଭଲ ପ୍ରଦର୍ଶନ କରିଥିଲା। ଭାରତୀୟ ପୁରୁଷ ଟିଟି ଟିମରେ କମନୱେଲ୍ଥ ଗେମ୍ସ ପ୍ରଥମରୁ ହିଁ ବହୁତ ଆଶାଥିଲା ଏବଂ ଏବେ ଏହି ଟିମ ଭାରତୀୟ ଫ୍ୟାନ୍ସଙ୍କର ସ୍ୱପ୍ନକୁ ସତ୍ୟରେ ପରିଣତ କରି ଦେଖାଇଲେ।

Leave a Reply

Your email address will not be published. Required fields are marked *