ଆନ୍ତର୍ଜାତୀୟ

IND vs WI: ଅଧିନାୟକ କୋହଲୀ ଏବଂ ରୋହିତଙ୍କର ଶତକ: ଭାରତର ବଡ଼ ବିଜୟ

ଗୌହାଟୀ ୨୧-୧୦ (ଓଡ଼ିଆ ପୁଅ) ଅଧିନାୟକ ବିରାଟ କୋହଲୀ (୧୪୦) ଏବଂ ଉପଅଧିନାୟକ ରୋହିତ ଶର୍ମା ନଟ୍ ଆଉଟ୍ ୧୫୨ ରନ ବଳରେ ଭାରତ ଗୌହାଟୀରେ ଖେଳାଯାଇଥିବା ପାଞ୍ଚଟି ଏକଦିବସୀୟ ମ୍ୟାଚର ସିରିଜ୍ ର ପ୍ରଥମ ୱାନଡେରେ ୱେଷ୍ଟଇଣ୍ଡିଜ୍ କୁ ୮ ୱିକେଟରେ ହରାଇ ବିଜୟଲାଭ କରିଛି। ତା’ ସହିତ ଭାରତ ଏହି ସିରିଜ୍ ରେ ୧-୦ ରେ ଆଗୁଆ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ କୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ। ଏହା ପରେ ଶିମରନ ହେଟମେୟରଙ୍କର ଶତକ ସହିତ ୩୨୨ ରନର ଚ୍ୟାଲେଞ୍ଜ ପୂର୍ଣ୍ଣ ସ୍କୋର କରିଥିଲା ୱେଷ୍ଟ ଇଣ୍ଡିଜ୍। ତା’ ଜବାବରେ ଭାରତ ୪୨.୧ ଓଭରରେ ଦୁଇ ୱିକେଟ ହରାଇ ୩୨୬ ରନ ବନାଇ ମ୍ୟାଚ୍ ରେ ବିଜୟ ଲାଭ କରିଥିଲା।

୩୨୩ ରନ ଲକ୍ଷ୍ୟର ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ଟିମ। ପ୍ରଥମେ ଭାରତୀୟ ଟୀମ୍ ର ପ୍ରାରମ୍ଭ ଭଲ ନଥିଲା ଏବଂ କେବଳ ୧୦ ର ସ୍କୋରରେ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଚାରି ରନ ବନାଇ ଓଶେନ ଥମସଙ୍କର ବଲ୍ ରେ ବୋଲ୍ଡ ହୋଇଗଲେ। ୱେଷ୍ଟଇଣ୍ଡିଜ୍ ର ଫାଷ୍ଟ ବୋଲର୍ କେମୋର ରୋଚ ଏବଂ ଥମସ ଭଲ ବେଗରେ ବୋଲିଂ କରୁଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କ ପାଇଁ ଆରମ୍ଭରେ ରନ ବନାଇବା ସହଜ ନଥିଲା। କିନ୍ତୁ ଜମିଯିବା ପରେ ରୋହିତ ଏବଂ କୋହଲୀ ଜବରଦସ୍ତ ବ୍ୟାଟିଂ କରିବା ସହିତ ପ୍ରତି ଓଭରରେ ଶଟ ଲଗାଇଥିଲେ।

ବିରାଟ କୋହଲୀ ଇତି ମଧ୍ୟରେ ନିଜର ୱାନଡେ କ୍ୟାରିୟରର ୩୬ତମ ଶତକ ଲଗାଇଥିଲେ। ଅଧିନାୟକ ଭାବରେ ଏହା କୋହଲୀଙ୍କର ୧୪ତମ ୱାନଡେ ଶତକ। ଏବେ ସବୁଠାରୁ ଅଧିକ ଶତକ ଲଗାଇଥିବା ଅଧିନାୟକଙ୍କର ଲିଷ୍ଟରେ ସେ କେବଳ ଅଷ୍ଟ୍ରେଲିଆର ରିକୀ ପଏଣ୍ଟିଗଙ୍କ ପଛରେ ଅଛନ୍ତି ଯିଏକି ୨୨ଟି ୱାନଡେ ଶତକ ଲଗାଇଛନ୍ତି।

କୋହଲୀ ଶେଷରେ ୧୪୦ ରନ ବନାଇ ଦେବେନ୍ଦ୍ର ବୀଶୂଙ୍କର ବଲ୍ ରେ ସ୍ଟଂପ ହୋଇଗଲେ। ସେ ୧୦୭ଟି ବଲରେ ୨୧ଟି ଚୌକା ଏବଂ ୨ ଛକ୍କା ଲଗାଇଥିଲେ। ସେ ରୋହିତ ଶର୍ମାଙ୍କ ସହିତ ମିଶିକରି ୨୪୬ ରନର ଭାଗିଦାରୀ କରିଥିଲେ। ଏହା ଭାରତ ପାଇଁ ରନର ପିଛା କରି ସବୁଠାରୁ ବଡ଼ ଭାଗିଦାରୀ ଥିଲା।

କୋହଲୀଙ୍କ ପରେ ରୋହିତ ମଧ୍ୟ ଜବରଦସ୍ତ ଶତକ ଲଗାଇଥିଲେ। ଏହା ତାଙ୍କର ୱାନଡେ କ୍ୟାରିୟରର ୨୦ତମ ଶତକ ଥିଲା। ରୋହିତ ୧୫୨ ରନ ବନାଇକରି ନଟ୍ ଆଉଟ୍ ରହିଥିଲେ।

ଅତିଥି ଦଳ ପାଇଁ ଇନିଂସର ପ୍ରାରମ୍ଭ ଭଲ ନଥିଲା। ୱେଷ୍ଟଇଣ୍ଡିଜ୍ ର ପ୍ରଥମ ୱିକେଟ ୧୯ ର ସର୍ବମୋଟ ସ୍କୋରରେ ଚନ୍ଦ୍ରପାଲ ହେମରାଜ ଆଉଟ ହଇଥିଲେ। ୱାନଡେ କ୍ରିକେଟରେ ପଦାର୍ପଣ କରିଥିବା ହେମରାଜ ୯ ରନ ବନାଇଥିଲେ। ତାଙ୍କୁ ମୋହମ୍ମଦ ଶମୀ ବୋଲ୍ଡ କରି ପାଭିଲିୟନର ରାସ୍ତା ଦେଖାଇଥିଲେ। ତା’ ପରେ କୀରେନ ପାୱେଲ (୫୧), ଶାଈ ହୋପ (୩୨)ଙ୍କ ସହିତ ମିଶିକରି ୬୫ ରନର ଅର୍ଦ୍ଧଶତକୀୟ ଭାଗିଦାରୀ କରି ଟିମକୁ ମଜଭୁତ ସ୍ଥିତିକୁ ଆଣିବାକୁ ଚେଷ୍ଟା କରିଥିଲେ।

ଖଲୀଲ ମୁଖ୍ୟଦ, ଶିଖର ଧବନଙ୍କର ହାତରେ ପାୱେଲଙ୍କୁ କ୍ୟାଚ ଆଉଟ କରି ଅତିଥି ଟିମର ଦ୍ୱିତୀୟ ୱିକେଟ ନେଇଥିଲେ। ପାୱେଲ ନିଜର ୩୯ ଟି ବଲର ଇନିଂସରେ ଛଅଟି ଚୌକା ଏବଂ ଦୁଇଟି ଛକ୍କା ଲଗାଇଥିଲେ। ୱେଷ୍ଟଇଣ୍ଡିଜ୍ ଖାତାରେ ଗୋଟିଏ ରନ ଯୋଡ଼ି ହୋଇଥିଲା ୮୬ ର ସ୍କୋରରେ ଯୁଜବେନ୍ଦ୍ର ଚହଲ ମାର୍ଲନ ସୈମୁଅଲ୍ସଙ୍କୁ ଖାତା ଖୋଲିବାର ମୌକା ନଦେଇ ବୋଲ୍ଡ କରି ପାଭିଲିୟନକୁ ପଠାଇଦେଇଥିଲେ। ଏଠାରେ ହେଟମେୟର ୱେଷ୍ଟଇଣ୍ଡିଜ୍ ର ଖରାପ ଇନିଂସ୍ କୁ ସମ୍ଭାଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ହେଟମେୟର ହୋପଙ୍କ ସହିତ ୨୮ ରନ ଯୋଡ଼ି ଟିମକୁ ୧୦୦ ପାର ପହଁଚାଇଥିଲେ। ୧

୧୪ ସ୍କୋରରେ ଶମୀ ହୋପଙ୍କୁ ପାବିଲିୟନର ରାସ୍ତା ଦେଖାଇଥିଲେ। ସେ ୱିକେଟ ପଛରେ ମହେନ୍ଦ୍ର ସିଂହ ଧୋନୀଙ୍କର ହାତକୁ କ୍ୟାଚ ଟେକି ଦେଇଥିଲେ। ହେଟମେୟର ତା’ ପରେ, ରୋବମ୍ୟାନ ପବେଲ (୨୨) ସହିତ ୭୪ ରନ ଯୋଡ଼ିକରି ଟିମକୁ ମଜବୁତ ସ୍ଥିତିକୁ ପହଁଚାଇଥିଲେ। କିନ୍ତୁ, ରୋବମ୍ୟାନ ଅଧିକ ସମୟ ପର୍ଯ୍ୟନ୍ତ ତାଙ୍କର ସାଥି ଦେଇପାରିନଥିଲେ ଏବଂ ୧୮୮ ର ସ୍କୋରରେ ରଵୀନ୍ଦ୍ର ଜାଡେଜାଙ୍କର ବଲ୍ ରେ ବୋଲ୍ଡ ହୋଇ ପାଭିଲିୟନକୁ ଫେରିଥିଲେ।

ଜାଡେଜା ହେଟମେୟରଙ୍କୁ ମଧ୍ୟ ପାଭିଲିୟନର ରାସ୍ତା ଦୋଇଥିଲେ। କିନ୍ତୁ ପିଚ ଛାଡ଼ିବା ପୂର୍ବରୁ ହେମଟେର ଷଷ୍ଠ ୱିକେଟ ପାଇଁ ଅଧିନାୟକ ଜେସନ ହୋଲ୍ଡର (୩୮) ଙ୍କ ସହିତ ୬୦ ରନ ଯୋଡ଼ିକରି ୱେଷ୍ଟଇଣ୍ଡିଜ୍ ର ସ୍କୋର ୨୪୮ ପର୍ଯ୍ୟନ୍ତ ପହଁଚାଇଥିଲେ। ଏହି ସ୍କୋର ପରେ ହେଟମେୟର, ଜାଡେଜାଙ୍କର ବଲ୍ ରେ ପ୍ରଥମ ୱାନଡେ ମ୍ୟାଚ୍ ଖେଳୁଥିବା ଋଷଭ ପନ୍ତଙ୍କର ହାତକୁ କ୍ୟାଚ ଆଉଟ ହୋଇଥିଲେ।

ହେଟମେୟର ନିଜର ୱାନଡେ କ୍ୟାରିୟରର ତୃତୀୟ ଶତକ ବନାଇଛନ୍ତି। ୧୩ତମ ୱାନଡେ ମ୍ୟାଚ୍ ଖେଳୁଥିବା ହେଟମେୟର କେବଳ ୭୮ଟି ବଲରେ ୧୦୬ ରନ ବନାଇଥିଲେ। ସେ ନିଜର ଇନିଂସରେ ଛଅଟି ଚୌକା ଏବଂ ଛଅଟି ଛକ୍କା ଲଗାଇଥିଲେ। ଚହଲ ତା’ ପରେ ହୋଲ୍ଡର ସାଥି ଦେବାକୁ ଆସିଥିବା ଏଶ୍ଲେ ନର୍ସ (୨)ଙ୍କୁ ଖେଳିବାକୁ ମୌକା ନଦେଇ ଆଉଟ କରି ୱେଷ୍ଟଇଣ୍ଡିଜ୍ର ସପ୍ତମ ୱିକେଟର ପତଲ କରିଥିଲେ। ଏଶ୍ଲେଙ୍କୁ ପାଭିଲିୟନ ପଠାଇବା ପରେ ଚହଲ ଅଧିନାୟକ ହୋଲ୍ଡରଙ୍କୁ ମଧ୍ୟ ୨୭୮ ର ସ୍କୋରରେ ପାଭିଲିୟନର ରାସ୍ତା ଦେଖାଇଥିଲେ।

ଏହା ପରେ, ବିଶୂ ଏବଂ ରୋଚ ବିନା କୌଣସି ହରାଇ ୪୪ ରନ ଯୋଡ଼ିକରି ଟିମକୁ ୩୨୨ର ସ୍କୋର ପର୍ଯ୍ୟନ୍ତ ପହଁଚାଇଥିଲେ। ଏବଂ ଏହି ସ୍କୋରରେ ୱେଷ୍ଟଇଣ୍ଡିଜ୍ ର ଇନିଂସ ସମାପ୍ତ ହୋଇଥିଲା। ଭାରତ ପାଇଁ ଯୁଜବେନ୍ଦ୍ର ଚହଲ ସବୁଠାରୁ ଅଧିକ ତିନି ୱିକେଟ ନେଇଥିଲେ, ଏବଂ ଜାଡେଜା ଏବଂ ଶମୀ ଦୁଇ-ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ମୁଖ୍ୟଦଙ୍କୁ ଗୋଟିଏ ୱିକେଟ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top