ଆନ୍ତର୍ଜାତୀୟ

IND Vs SA: ପ୍ରଥମ ୱାନ୍ ଡ଼େ ରେ ୬ ୱିକେଟ୍ ରେ ଜିତିଲା ଭାରତ: କୋହଲୀଙ୍କର ୩୩ତମ ଶତକ

– ସାଉଥ ଆଫ୍ରିକା ଏହି ମ୍ୟାଚ୍ ପୂର୍ବରୁ ନିଜର ଦେଶରେ ଲଗାତାର ୧୭ଟି ମ୍ୟାଚ୍ ଜିତିଥିଲା
– କୋହଲୀ ଅଂଜିକ୍ୟ ରହାଣେ (୭୯) ସହିତ ତୃତୀୟ ୱିକେଟ୍ ପାଇଁ ୧୮୯ ରନର ଭାଗିଦାରୀ କରି ବିଜୟ ପକ୍କା କରିଥିଲେ
ଡରବାନ ୧-୨ (ଓଡ଼ିଆ ପୁଅ) କ୍ୟାପଟେନ୍ ବିରାଟ କୋହଲୀ (୧୧୨) ୩୩ ତମ ୱାନ ଡେ ସେଞ୍ଚୁରିର ଦମରେ ଭାରତ ସାଉଥ ଆଫ୍ରିକାକୁ ପ୍ରଥମ ୱାନ୍ ଡେ ରେ ଛ ୱିକେଟ୍ ରେ ହରାଇ ଥିଲା। ସାଉଥ ଆଫ୍ରିକା ପ୍ରଥମେ ଖେଳି ୭ ୱିକେଟ୍ ରେ ୨୬୯ ରନ ବନାଇଥିଲା। ଜବାବରେ ଭାରତ ଏହି ଲକ୍ଷ୍ୟକୁ ୪୫.୩ ଓଭରରେ ଚାରି ୱିକେଟ୍ ହରାଇ ହାସିଲ କରିଥିଲା। କୋହଲୀ ଅଂଜିକ୍ୟ ରହାଣେ (୭୯) ଙ୍କ ସାଥିରେ ତୃତୀୟ ୱିକେଟ୍ ପାଇଁ ୧୮୯ ରନର ଭାଗିଦାରୀ କରି ବିଜୟ ପକ୍କା କରିଥିଲେ। ପଣ୍ଡ୍ୟା ୩ ଏବଂ ଧୋନୀ ୪ ରନ ବନାଇକରି ନଟ୍ ଆଉଟ୍ ରହିଲେ। ସାଉଥ ଆଫ୍ରିକା ଏହି ମ୍ୟାଚ୍ ପୂର୍ବରୁ ନିଜର ଦେଶରେ ଲଗାତାର ୧୭ଟି ମ୍ୟାଚ୍ ଜିତିଥିଲା। ତାହାକୁ ଅନ୍ତିମ ଥର ଇଂଲଣ୍ଡ ୬ ଫେବୃଆରିରେ ଜୋହାନସବର୍ଗରେ ହରାଇଥିଲା। ଡରବନରେ ଭାରତୀୟ ଟିମ ୨୬ ବର୍ଷରେ ପ୍ରଥମ ପ୍ରତିଦ୍ୱନ୍ଦିତା ଜିତିଛି। ଏହା ପୂର୍ବରୁ ଖେଳାଯାଇଥିବା ସାତଟି ପ୍ରତିଦ୍ୱନ୍ଦିତା ଗୁଡ଼ିକରେ ଟିମକୁ ଛଅଟିରେ ହାରିବାକୁ ପଡ଼ିଥିଲା।

ବୁମରାହ ଦେଇଥିଲେ ଭାରତକୁ ପ୍ରଥମ ସଫଳତା

– ଏହା ପୂର୍ବରୁ କ୍ୟାପଟେନ୍ ପ୍ଲେସିସ (୧୨୦)ଙ୍କର ଶତକୀୟ ପାରୀରେ ସାଉଥ ଆଫ୍ରିକା ୨୬୯ ରନର ଚୈଲେଞ୍ଜିଙ୍ଗ ସ୍କୋର ଠିଆ କଲା। ଡୁ ପ୍ଲେସିସ ଟସ ଜୀତକରି ପ୍ରଥମେ ବ୍ୟାଟିଂ କରିବା ପାଇଁ  ଫଇସଲା କଲେ

– ଭାରତ କୁ ପ୍ରଥମ ସଫଳତା ଜସପ୍ରୀତ ବୁମରାହ ଦେଇଥିଲେ ବୁମରାହ ଓପନିଂ ବ୍ୟାଟ୍ସମ୍ୟାନ୍ ହାଶିମ ଅମଲା (୧୬) କୁ LBW ଆଉଟ କଲେ। କ୍ୱିଂଟନ ଡି କକ (୩୪) ରନରେ ଯୁଜଭେନ୍ଦ୍ର ଚହଲର ଶିକାର ବନିଲେ।

– ଡୁମିନୀ (୧୨) ମିଲର (୭) ଏବଂ କ୍ରିସ ମରିସ (୩୭)ଙ୍କୁ କୁଲଦୀପ ନିଜର ଶିକାର ବନାଇଥିଲେ।

ସିରିଜର ଦ୍ୱିତୀୟ ପ୍ରତିଦ୍ୱନ୍ଦିତା ୪ ଫେବୃଆରିରେ

ସ୍କୋରକୁ ପିଛା କରି ଓହ୍ଲାଇଥିବା ଭାରତୀୟ ଟିମର ଆରମ୍ଭ ଭଲ ନଥିଲା। ଓପନର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୨୦) ଫାଷ୍ଟ ବୋଲର୍ ମୋର୍ନ ମୋର୍କଲଙ୍କର ବଲ୍ ରେ ୱିକେଟ୍ ପଛରେ ଆଉଟ ହେଲେ ଭଲ ଟ୍ୟୁନିଙ୍ଗରେ ଦେଖାଯାଉଥିବା ଶିଖର ଧବନ (୩୫) ରନରେ ଆଉଟ ହୋଇ ଗଲେ। ତା’ର ପରେ କୋହଲୀ ଏବଂ ରହାଣେ ଶତକୀୟ ଭାଗିଦାରୀ କରି ବିଜୟ ପକ୍କା କରିଥିଲେ। ଛଅଟି ମ୍ୟାଚ୍ ର ୱାନ୍ ଡେ ସିରିଜ୍ ର ଦ୍ୱିତୀୟ ପ୍ରତିଦ୍ୱନ୍ଦିତା ୪ ଫେବୃଆରିରେ ସେଞ୍ଚୁରିଆନରେ ଖେଳାଯିବ। ସୂଚନାଯୋଗ୍ୟଯେ, ଟେଷ୍ଟ ସିରିଜ୍ ଭାରତ ୧-୨ ରେ ହାରିଥିଲା।

ମ୍ୟାଚ୍ ଷ୍ଟାଟସ୍
–  ୭୯ ରନ ଦେଇକର ପାଞ୍ଚ ୱିକେଟ୍ ନେଲେ ଚହଲ ଏବଂ କୁଲଦୀପ ୨୦ ଓଭରରେ
– ୦୧ ଫେବୃଆରିରେ ଗତ ବର୍ଷ ମଧ୍ୟ ପ୍ଲେସିସ ଗ୍ରାଉଣ୍ଡରେ ସେଞ୍ଚୁରୀ ମାରିଥିଲେ। ସେତେବେଳେ ସେ ଶ୍ରୀଲଙ୍କା ବିରୁଦ୍ଧରେ ୧୦୫ ରନ ବନାଇଥିଲେ।

ସ୍କୋର ବୋର୍ଡ- ସାଉଥ ଆଫ୍ରିକା

ସାଉଥ ଆଫ୍ରିକା    ରନ    ବଲ    ଚୌକା    ଛକା
ଡି କକ LBW ବୋଲ୍ଡ ଚହଲ 34    49    4    0
ଅମଲା LBW ବୋଲ୍ଡ ବୁମରାହ    16    17    1    0
ପ୍ଲେସିସ କୈଚ ପଂଡ୍ଯା ବୋଲ୍ଡ ଭୁବନେଶ୍ୱର    120    112    11    2
ମାର୍କରମ କୈଚ ପଂଡ୍ଯା ବୋଲ୍ଡ ଚହଲ    9    21    0    0
ଜେପୀ ଡୁମିନୀ ବୋଲ୍ଡ କୁଲଦୀପ    12    18    1    0
ମିଲର କୈଚ କୋହଲୀ ବୋଲ୍ଡ କୁଲଦୀପ    7    7    1    0
କ୍ରିସ ମରିସ ବୋଲ୍ଡ କୁଲଦୀପ    37    43    4    1
ଫେହଲୁକବାଯୋ ନଟ ଆଉଟ    27    33    1    1
କୈଗିସୋ ରବାଡା ରନ ଆଉଟ    1    1    0    0
ମୋର୍ନ ମୋର୍କଲ ନଟ ଆଉଟ    0    0    0    0

ଏକ୍ସ୍ଟ୍ରା: ୬ ଟୋଟଲ: ୫୦ ଓଭର ରେ ୮-୨୬୯ ରନ

ୱିକେଟ: 1-30, 2-83, 3-103, 4-122, 5-134, 6-208, 7-264, 8-268

ବୋଲିଙ୍ଗ: ଭୁବନେଶ୍ୱର 10-1-71-1 ବୁମରାହ 10-0-56-1 ହାର୍ଦିକ ପଂଡ୍ୟା 7-0-41-0 ଯୁଜୱେଂଦ୍ର ଚହଲ 10-0-45-2 କୁଲଦୀପ ଯାଦବ10-0-34-3 କେଦାର ଜାଧବ 3-0-19-0
ସ୍କୋର କାର୍ଡ- ଭାରତ
ଭାରତ    ରନ    ବଲ    ଚୌକା    ଛକା

ରୋହିତ କୈଚ ଡି କକ ବୋଲ୍ଡ ମୋର୍କଲ    20    30    2    1
ଶିଖର ଧବନ ରନ ଆଉଟ    34    29    6    0
କୋହଲୀ କୈଚ ରବାଡା ବୋଲ୍ଡ ଫେହଲୁକବାୟୋ    112    119    10    0
ରହାଣେ କୈଚ ତାହିର ବୋଲ୍ଡ ଫେହଲୁକବାୟୋ    79    86    5    2
ହାର୍ଦିକ ପଂଡ୍ଯା ନଟ ଆଉଟ    3    6    0    0
ମହେଂଦ୍ର ସିଂହ ଧୋନୀ ନଟ ଆଉଟ    4    3    1    0

ଏକ୍ସ୍ଟ୍ରା ୧୭:  ଟୋଟାଲ ୪୫.୩ ଓଭରରେ ୪-୨୭୦ ରନ

ବିକେଟ: 1-33, 2-67, 3-256, 4-262

ବୋଲିଙ୍ଗ: ମୋର୍ନ ମୋର୍କଲ 7-0-35-1, କୈଗିସୋ ରବାଡା  9.3-0-48-0, କ୍ରିସ ମରିସ 7-0-52-0, ଇମରାନ ତାହିର10-0-51-0, ଫେହଲୁକବାୟୋ 8-0-42-2, ଜେପୀ ଡୁମିନୀ 2-0-16-0, ମାର୍କରମ 2-0-20-0

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top