ଓଡ଼ିଶା

ସୋମବାରଦିନ ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆନ୍ଧୀ (କାଳବୈଶାଖୀ) ସହ ଝଡ଼ବର୍ଷାର ସମ୍ଭାବନା, ଗୃହ ମନ୍ତ୍ରଣାଳୟର ସତର୍କ ସୂଚନା

-ଆସନ୍ତା କାଲି ହରିଆଣାରେ ସ୍କୁଲ ବନ୍ଦ ରହିବ

ନୂଆ ଦିଲ୍ଲୀ ୬ ମଇ (ଓଡ଼ିଆ ପୁଅ) ଦେଶର ୧୩ଟି ରାଜ୍ୟରେ ଏବଂ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ଲୋକମାନଙ୍କୁ ସୋମବାରଦିନ କାଳବୈଶାଶୀ ସହ ଝଡ଼ ବର୍ଷାର ସାମନା କରିବାକୁ ପଡ଼ିପାରେ। ପାଣିପାଗ ବିଭାଗ ସୋମବାରଦିନ ଆନ୍ଧୀ-ତୋଫାନ ଏବଂ ଭାରି ବର୍ଷା ସହିତ କୁଆପଥର ବୃଷ୍ଟି ହେବାର ସମ୍ଭାବନା ବୋଲି ସତର୍କ ସୂଚନା ଜାରି କରିଛି। ଗୃହ ମନ୍ତ୍ରଣାଳୟ କହିଛି କି ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର କିଛି ସ୍ଥାନରେ ଆନ୍ଧୀ – ତୋଫାନ ଏବଂ କୁଆପଥର ବୃଷ୍ଟି ହୋଇପାରେ ଏହାଛଡ଼ା ଉତ୍ତରାଖଣ୍ଡ ଏବଂ ପଞ୍ଜାବର କିଛି ସ୍ଥାନରେ ପ୍ରବଳ ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ବର୍ଷା ହୋଇପାରେ। ଏହା ସହିତ ଅଧିକ ବେଗରେ ପବନ ବହିବାର ସମ୍ଭାବନା ଅଛି। କୁହାଯାଇପାରେଯେ, ଗତ ସପ୍ତାହରେ ମଧ୍ୟ ପାଞ୍ଚଟି ରାଜ୍ୟରେ ଧୂଳିଝଡ଼ (ଆନ୍ଧୀ) ଏବଂ ବର୍ଷା ହୋଇଥିଲା ଯାହାଫଳରେ ୧୨୪ ଲୋକମାନଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଭାରତୀୟ ପାଣିପାଗ ବିଭାଗର ଆଡଭାଇଜୋରୀ ଉଲ୍ଲେଖ କରି କହିଛନ୍ତିଯେ, ଆସାମ, ମେଘାଲୟ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର କିଛି ସ୍ଥାନରେ ସୋମବାରଦିନ ପ୍ରବଳ ବର୍ଷା ହୋଇପାରେ। ଅଧିକାରୀଙ୍କ ମୁତାବକ, ଜାମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ ମଧ୍ୟ ଘଡ଼ଘଡ଼ ଏବଂ ବିଜୁଳି ସାଥିରେ ବର୍ଷା ହୋଇପାରେ ଏବଂ ଜୋରରେ ପବନ ବହିପାରେ।

ଅଧିକାରୀ କହିଛନ୍ତି କି ପଶ୍ଚିମ ରାଜସ୍ଥାନର କିଛି ସ୍ଥାନରେ ଧୂଳିଝଡ଼ (ଆନ୍ଧୀ) ବହିପାରେ ଏବଂ ପ୍ରବଳ ବର୍ଷା ହୋଇପାରେ। ଏଠାରେ, ୭ ଏବଂ ୮ ମଇରେ ଭୟଙ୍କର ତୋଫାନ ଏବଂ ବର୍ଷାର ଆଶଂକା ଯୋଗୁଁ ହରିଆଣା ସରକାର ଏହି ଦୁଇ ଦିନ ପାଇଁ ପ୍ରଦେଶର ସମସ୍ତ ସରକାରୀ ଏବଂ ପ୍ରାଇଭେଟ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ରାଜ୍ୟର ଶିକ୍ଷା ମନ୍ତ୍ରୀ ପ୍ରଫେସର ରାମବିଲାସ ଶର୍ମା ଏହାର ପୁଷ୍ଟି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top