IIM ସମ୍ବଲପୁରର ସ୍ଥାୟୀ ହତା ପ୍ରତିଷ୍ଠା ନିମନ୍ତେ ସରକାରୀ ଜମିର ଦେୟ ଛାଡ଼କୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର ୨୨/୬ (ଓଡ଼ିଆ ପୁଅ) ରାଜ୍ୟ ର ସ୍ବାର୍ଥକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାର ସମ୍ବଲପୁର ତହସିଲ ଅନ୍ତର୍ଗତ ବସନ୍ତପୁର ଓ ବଡସିଂହାରୀ ମୌଜାରେ ୧୮୧.୭୭ ଏକର ସରକାରୀ ଜମିରେ Indian Institute of Management (IIM), Sambalpur ର ସ୍ଥାୟୀ ହତା ପ୍ରତିଷ୍ଠା ନିମନ୍ତେ IIM (Sambalpur) ସପକ୍ଷରେ ବିନା ଦେୟରେ ଓ ବିନା ଆନୁଷଙ୍ଗିକ ଦେୟରେ କିନ୍ତୁ Ground Rent ବାବଦରେ ଏକର ପିଛା ବାର୍ଷିକ ଟ ୧୦୦/- ଙ୍କା ହିସାବରେ ଓ cess ବାବଦରେ ବାର୍ଷିକ Ground Rent ର ୭୫% ହିସାବରେ ଲିଜ୍ ମଂଜୁରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିନିମନ୍ତେ ସରକାରୀ ରାଜକୋଷକୁ ଦେୟ (Premium) ଏବଂ ଆନୁଷଙ୍ଗିକ ଦେୟ (incidental charges) ବାବଦରେ ଅଣପୌନପୁନିକ ମୋଟ ଟ, ୨, ୩୫, ୧୯, ୫୯୫/- ଓ ground rent ଓ cess ବାବଦରେ ପୌନପୁନିକ ମୋଟ ଟ. ୩, ୪୨, ୩୬୫/- କ୍ଷତି ସହିବାକୁ ପଡିବ।

Leave a Reply

Your email address will not be published. Required fields are marked *